ଢେଙ୍କାନାଳ ଆମ୍ବକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୧୬।୫ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଆମ୍ବଚାଷ ଉପରେ ପଡ଼ିଛି କରୋନା ଚଡ଼କ। ଲକ୍‌ଡାଉନ୍‌ କଟକଣା ନିୟମ ଭିତରେ ରକ୍ଷଣାବେକ୍ଷଣ ହୋଇ ନ ପାରିବାରୁ ଉତ୍ପାଦନ ପାଖାପାଖି ୬୦% କମିଯାଇଛି। ଫଳରେ ଚଳିତବର୍ଷ ବାହାରକୁ ଆମ୍ବ ରପ୍ତାନି ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ଏ ବର୍ଷ ଦିଲ୍ଲୀ, ଝାଡ଼ଖଣ୍ଡ ଏବଂ ବାଂଲାଦେଶ ବଜାରରେ ଦେଖିବାକୁ ମିଳିବନି ଢେଙ୍କାନାଳର ଆମ୍ରପଲ୍ଲୀ ଏବଂ ଦଶେରୀ ଭଳି ରସାଳ ଆମ୍ବ। ବାହାରକୁ ରପ୍ତାନି କରିବା ତ ଦୂରର କଥା ସ୍ଥାନୀୟ ଅଞ୍ଚଳର ଚାହିଦା ମେଣ୍ଟାଇବା ବି କଷ୍ଟକର ହୋଇପଡ଼ିବ। କାରଣ କରୋନା ଲାଗି ପାଖାପାଖି ଦୁଇମାସ ହେଲା ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଚାଷୀମାନେ ଆମ୍ବଗଛ ଏବଂ ଫଳିଥିବା ଆମ୍ବର ଯତ୍ନ ନେଇପାରିଲେ ନାହିଁ। କରୋନା ପ୍ରଭାବିତ ଜିଲାକୁ ନିଲାମକାରୀ ଆସିବାକୁ ଆଗ୍ରହୀ ହେଲେନାହିଁ। ଚାଷୀମାନେ ତୋଟାକୁ ଯାଇ ନ ପାରିବାରୁ ଯିଏ ପାରିଲା ସିଏ ଆମ୍ବ ତୋଳି ନେଇଗଲେ। ବିଭିନ୍ନ କାରଣରୁ ଫଳିଥିବା ଆମ୍ବ ନଷ୍ଟ ହୋଇଗଲା, ଯାହା ଉତ୍ପାଦନକୁ ପ୍ରଭାବିତ କରିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ବିଭାଗ ପାଖରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ଜିଲାରେ ୪୩,୨୦୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିଲା। ଆମ୍ରପଲ୍ଲୀ ଓ ଦଶେରୀ ଆମ୍ବ ବାଂଲାଦେଶ ସମେତ ନୂଆଦିଲ୍ଲୀ, ବିହାର, ଝାଡଖଣ୍ଡକୁ ରପ୍ତାନି ହୋଇଥିଲା। ହେଲେ ଚଳିତ ବର୍ଷ ମାତ୍ର ୧୫,୨୪୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି।
ଏ ନେଇ ଜିଲା ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ଭଗବାନ ଦାସ କୁହନ୍ତି, ଚଳିତବର୍ଷ ଆମ୍ବ ଉତ୍ପାଦନ କମିଛି। ତେଣୁ ଆମ୍ବ ବାହାରକୁ ରପ୍ତାନି କରିବା ସମ୍ଭବ ହେବନାହିଁ। ମ୍ୟାଙ୍ଗୋ ହବ୍‌କୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି। ଏହାକୁ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରିବା ଲାଗି ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆମ୍ବ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରା ନ ଗଲେ ଦେଶ ବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ଢେଙ୍କାନାଳ ଆମ୍ବ ପରିଚୟ ହଜାଇ ବସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ମ୍ୟାଙ୍ଗୋ ହବ୍‌ ସ୍ଥାଣୁ

ଜିଲାର ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ୬ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିବା ମ୍ୟାଙ୍ଗୋହବ୍‌ ସ୍ଥାଣୁ ପାଲଟିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ରଖି ଏହାକୁ ସ୍ଥାପନ କରାଯାଇଥିଲା, ତାହା କାମରେ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପିପିପି ମୋଡ୍‌ରେ ୨୦୧୩ ଜୁନ୍‌ ୨୭ରେ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ମ୍ୟାଙ୍ଗୋ ହବ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିରେ ରାଜ୍ୟ ସରକାର ୧୦ କୋଟି ଏବଂ ଚାଷୀମାନେ ୧ କୋଟି ଟଙ୍କା ବ୍ୟୟ କରିଥିଲେ। ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏହାର ୨ବର୍ଷ ପରେ ପରିଚାଳନାଗତ ତ୍ରୁଟି ଯୋଗୁ ମ୍ୟାଙ୍ଗୋହବ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଏହାର ପୁନରୁଦ୍ଧାର ପାଇଁ ସରକାର କିମ୍ବା ଉଦ୍ୟାନ କୃଷି ବିଭାଗ ଆନ୍ତରିକତା ଦେଖାଉ ନ ଥିବାବେଳେ ଚାଷୀମାନେ ନିଜ ସୁବିଧା ଅନୁଯାୟୀ ଆମ୍ବ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri