ଢେଙ୍କାନାଳ ଆମ୍ବକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୧୬।୫ – ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଆମ୍ବଚାଷ ଉପରେ ପଡ଼ିଛି କରୋନା ଚଡ଼କ। ଲକ୍‌ଡାଉନ୍‌ କଟକଣା ନିୟମ ଭିତରେ ରକ୍ଷଣାବେକ୍ଷଣ ହୋଇ ନ ପାରିବାରୁ ଉତ୍ପାଦନ ପାଖାପାଖି ୬୦% କମିଯାଇଛି। ଫଳରେ ଚଳିତବର୍ଷ ବାହାରକୁ ଆମ୍ବ ରପ୍ତାନି ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ଏ ବର୍ଷ ଦିଲ୍ଲୀ, ଝାଡ଼ଖଣ୍ଡ ଏବଂ ବାଂଲାଦେଶ ବଜାରରେ ଦେଖିବାକୁ ମିଳିବନି ଢେଙ୍କାନାଳର ଆମ୍ରପଲ୍ଲୀ ଏବଂ ଦଶେରୀ ଭଳି ରସାଳ ଆମ୍ବ। ବାହାରକୁ ରପ୍ତାନି କରିବା ତ ଦୂରର କଥା ସ୍ଥାନୀୟ ଅଞ୍ଚଳର ଚାହିଦା ମେଣ୍ଟାଇବା ବି କଷ୍ଟକର ହୋଇପଡ଼ିବ। କାରଣ କରୋନା ଲାଗି ପାଖାପାଖି ଦୁଇମାସ ହେଲା ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଚାଷୀମାନେ ଆମ୍ବଗଛ ଏବଂ ଫଳିଥିବା ଆମ୍ବର ଯତ୍ନ ନେଇପାରିଲେ ନାହିଁ। କରୋନା ପ୍ରଭାବିତ ଜିଲାକୁ ନିଲାମକାରୀ ଆସିବାକୁ ଆଗ୍ରହୀ ହେଲେନାହିଁ। ଚାଷୀମାନେ ତୋଟାକୁ ଯାଇ ନ ପାରିବାରୁ ଯିଏ ପାରିଲା ସିଏ ଆମ୍ବ ତୋଳି ନେଇଗଲେ। ବିଭିନ୍ନ କାରଣରୁ ଫଳିଥିବା ଆମ୍ବ ନଷ୍ଟ ହୋଇଗଲା, ଯାହା ଉତ୍ପାଦନକୁ ପ୍ରଭାବିତ କରିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ବିଭାଗ ପାଖରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ଜିଲାରେ ୪୩,୨୦୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିଲା। ଆମ୍ରପଲ୍ଲୀ ଓ ଦଶେରୀ ଆମ୍ବ ବାଂଲାଦେଶ ସମେତ ନୂଆଦିଲ୍ଲୀ, ବିହାର, ଝାଡଖଣ୍ଡକୁ ରପ୍ତାନି ହୋଇଥିଲା। ହେଲେ ଚଳିତ ବର୍ଷ ମାତ୍ର ୧୫,୨୪୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି।
ଏ ନେଇ ଜିଲା ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ଭଗବାନ ଦାସ କୁହନ୍ତି, ଚଳିତବର୍ଷ ଆମ୍ବ ଉତ୍ପାଦନ କମିଛି। ତେଣୁ ଆମ୍ବ ବାହାରକୁ ରପ୍ତାନି କରିବା ସମ୍ଭବ ହେବନାହିଁ। ମ୍ୟାଙ୍ଗୋ ହବ୍‌କୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି। ଏହାକୁ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରିବା ଲାଗି ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆମ୍ବ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରା ନ ଗଲେ ଦେଶ ବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ଢେଙ୍କାନାଳ ଆମ୍ବ ପରିଚୟ ହଜାଇ ବସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ମ୍ୟାଙ୍ଗୋ ହବ୍‌ ସ୍ଥାଣୁ

ଜିଲାର ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ୬ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିବା ମ୍ୟାଙ୍ଗୋହବ୍‌ ସ୍ଥାଣୁ ପାଲଟିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ରଖି ଏହାକୁ ସ୍ଥାପନ କରାଯାଇଥିଲା, ତାହା କାମରେ ଆସୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପିପିପି ମୋଡ୍‌ରେ ୨୦୧୩ ଜୁନ୍‌ ୨୭ରେ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ମ୍ୟାଙ୍ଗୋ ହବ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିରେ ରାଜ୍ୟ ସରକାର ୧୦ କୋଟି ଏବଂ ଚାଷୀମାନେ ୧ କୋଟି ଟଙ୍କା ବ୍ୟୟ କରିଥିଲେ। ୨୦୧୪ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏହାର ୨ବର୍ଷ ପରେ ପରିଚାଳନାଗତ ତ୍ରୁଟି ଯୋଗୁ ମ୍ୟାଙ୍ଗୋହବ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଏହାର ପୁନରୁଦ୍ଧାର ପାଇଁ ସରକାର କିମ୍ବା ଉଦ୍ୟାନ କୃଷି ବିଭାଗ ଆନ୍ତରିକତା ଦେଖାଉ ନ ଥିବାବେଳେ ଚାଷୀମାନେ ନିଜ ସୁବିଧା ଅନୁଯାୟୀ ଆମ୍ବ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri