Categories: ଖେଳ

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗ୍ରାଣ୍ଡସ୍ଲାମ ବିଜୟିନୀ

ପ୍ୟାରିସ, ୬।୨ (ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍‌ ଟାଇଟଲ୍‌ ବିଜୟିନୀ ଆମେରିକାର ଆବିଗେଲ୍‌ ସ୍ପିଅର୍ସ ଟେନିସରୁ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ ହେବା ଯୋଗୁ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ସ୍ପିଅର୍ସଙ୍କୁ ୨୨ ମାସ ଲାଗି ବାସନ୍ଦ କରିଛି। ୨୦୧୯ ୟୁଏସ୍‌ ଓପନ୍‌ ସମୟରେ ହୋଇଥିବା ଡୋପ୍‌ ଟେଷ୍ଟରେ ୩୮ ବର୍ଷୀୟା ଏହି ଆମେରିକୀୟ ମହିଳା ଟେନିସ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡ଼ିଛି। ସ୍ପିଅର୍ସଙ୍କ ବାସନ୍ଦ ପଛୁଆ ତାରିଖ ଭାବେ ୭ ନଭେମ୍ବର ୨୦୧୯ରୁ ଲାଗୁ ହୋଇଛି। ୬ ସେପ୍ଟେମ୍ବର ୨୦୨୧ରେ ତାଙ୍କର ବାସନ୍ଦ ଅବଧି ପୂରଣ ହେବ। ସ୍ପିଅର୍ସ ତାଙ୍କ କ୍ୟାରିୟରରେ ୨୧ ଡବଲ୍‌ ଟାଇଟଲ୍‌ ଜିତିଛନ୍ତି। ୨୦୧୭ରେ ସେ କଲମ୍ବିଆର ଜୁଆନ ସେବାଷ୍ଟିଆନ କାବାଲଙ୍କୁ ସାଥୀ କରି ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ୍‌ ହାସଲ କରିଥିଲେ।

Share