Categories: ଖେଳ

ଡୋପିଂ ମାମଲାରେ ବିଶ୍ୱ ଚାମ୍ପିୟନ : ନାସେର ସସ୍‌ପେଣ୍ଡ

ମୋନାକୋ, ୬ା୬ (ଏପି)- ଡୋପ୍‌ ଟେଷ୍ଟ ପାଇଁ ଉପସ୍ଥିତ ନ ରହିିବାରୁ ମହିଳା ୪୦୦ ମିଟର ବିଶ୍ୱ ଚାମ୍ପିୟନ ସାଲଓ୍ବା ଇଦ୍‌ ନାସେରଙ୍କୁ ଶୁକ୍ରବାର ସାମୟିକ ସସ୍‌ପେଣ୍ଡ କରାଯାଇଛି। ବାହାରିନ୍‌ର ଏହି ସ୍ପ୍ରିଣ୍ଟର ହୋୟାରଏବାଉଟ୍ସ ନିୟମ ଉଲ୍ଲଂଘନ କରିଛନ୍ତି। ନାସେରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଯଦି ପ୍ରମାଣିତ ହୁଏ ତେବେ ସେ ଆସନ୍ତା ବର୍ଷ ହେବାକୁଥିବା ଅଲିମ୍ପିକ୍ସରେ ଭାଗନେଇ ପାରିବେ ନାହିଁ। ନାସେର ଗତ ଅକ୍ଟୋବରରେ ୪୮.୧୪ ସେକେଣ୍ଡ ଟାଇମିଂରେ ବିଶ୍ୱ ଟାଇଟଲ ଜିତିଥିଲେ। ୧୯୮୫ପରଠାରୁ କୌଣସି ମହିଳା ଆଥଲେଟ୍‌ଙ୍କ ପକ୍ଷେ ଏହା ହେଉଛି ସବୁଠାରୁ ଦ୍ରୁତତ୍ତମ ସମୟ। ଆଥଲେଟମାନେ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ନିୟମିତ ଅବଗତ କରାଇବା ଆବଶ୍ୟକ ଏହାଦ୍ୱାରା ଡୋପିଂ ନିବାରଣ କର୍ତ୍ତୃପକ୍ଷ ପ୍ରତିଯୋଗିତା ବାହାରେ ଆକସ୍ମିକ ଡୋପ୍‌ ଟେଷ୍ଟ କରାଇ ପାରିବେ। ସୂଚନାଯୋଗ୍ୟ, ଇପିଓ ପାଇଁ ଅଲିମ୍ପିକ ଷ୍ଟିପଲଚେଜ୍‌ ଚାମ୍ପିୟନ ରୁଥ୍‌ ଜେବେଟ୍‌ ଗତ ମାର୍ଚ୍ଚ ମାସରେ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଅଲିମ୍ପିକ ରନର୍ସଅପ୍‌ ଇୟୁନିସ୍‌ କିରଓ୍ବା ଗତ ବର୍ଷ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି।

Share