Posted inଖେଳ

ଡୋପରେ ବିଫଳ ଶୁଟର ରବି, ବକ୍ସର ସୁମିତ୍‌

ପୁଣେ,୧୧।୧୨- ଟୋକିଓ ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୭ ମାସ ବାକି ରହିଥିବାବେଳେ ଭାରତୀୟ ଦଳର ପଦକ ଆଶାକୁ ଶକ୍ତ ଝଟ୍‌କା ଲାଗିଛି। ଶୁଟର ରବି କୁମାର ଓ ବକ୍ସର ସୁମିତ୍‌ ସାଙ୍ଗଓ୍ବାନ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି। ଏହା ସଭିଙ୍କୁ ଚକିତ କରିଦେଇଛି। କାରଣ ଦୁଇ କ୍ରୀଡ଼ାରେ ପ୍ରାୟ ଡୋପ ନିୟମ ଭଙ୍ଗ କରିବା ଦେଖା ଯାଏନାହିଁ। ୨୯ ବର୍ଷୀୟ ରବି କୁମାର ଦେଶ ପାଇଁ ବିଶ୍ୱକପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବହୁ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ଜିତି ସାରିଛନ୍ତି। ନାଡା ଅନୁଯାୟୀ, ଦିଲ୍ଲୀଠାରେ ଗତ ଜୁନ୍‌ରେ ଅନୁଷ୍ଠିତ କୁମାର ସୁରେନ୍ଦର ସିଂ ସ୍ମାରକୀ ପ୍ରତିଯୋଗିତା ବେଳେ ତାଙ୍କ ଟେଷ୍ଟ କରାଯାଇଥିଲା। ତାଙ୍କ ନମୁନାରେ ପ୍ରୋପ୍ରାନୋଲୋଲ ନାମକ ନିଷିଦ୍ଧ ଔଷଧ ମିଳିଛି। ଅଲିମ୍ପିଆନ ସୁମିତ୍‌ (୯୧ କିଗ୍ରା)ଙ୍କ ନମୁନାରେ ଏସିଟାଜୋଲାମାଇଡ୍‌ ନାମକ ଔଷଧ ମିଳିଛି, ଯାହା ଓ୍ବାଡା ପକ୍ଷରୁ ଜାରି ନିଷିଦ୍ଧ ଔଷଧ ତାଲିକାରେ ରହିଛି। ୨୬ ବର୍ଷୀୟ ବକ୍ସର ୨୦୧୭ ଏସିଆନ ଚାମ୍ପିୟନଶିପରେ ରୌପ୍ୟ ଓ ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ବକ୍ସର ଭାବେ ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କ ପୂର୍ବରୁ ମହିଳା ବକ୍ସର ନିରଜ (୫୭ କେଜି) ଡୋପ୍‌ରେ ବିଫଳ ହୋଇ ବାସନ୍ଦ ହୋଇଥିଲେ। ଶୁଟର ରବି କହିଛନ୍ତି, ମୁଁ ମ୍ୟୁନିକ ବିଶ୍ୱକପ୍‌ରୁ ଫେରିବା ପରେ ମାଇଗ୍ରେନ କାରଣରୁ ମୋର ପ୍ରବଳ ମୁଣ୍ଡବିନ୍ଧା ହେଉଥିଲା। ଏ ସମସ୍ୟା ମୋ ଭଉଣୀର ମଧ୍ୟ ରହିଛି। ମୋ ପରିବାର ଲୋକେ ଡାକ୍ତରଙ୍କୁ ଘରକୁ ଆଣିଥିଲେ। ମୁଁ ତାଙ୍କୁ ଶୁଟର ବୋଲି କହିଥିଲି। ତାଙ୍କ ପରାମର୍ଶ କ୍ରମେ ମେଡିସିନ ଗ୍ରହଣ କରିଥିଲି। ଅନ୍ୟପକ୍ଷରେ ୨୦୧୨ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସାଙ୍ଗଓ୍ବାନ ଏବେ ଆଖିରେ ଲାଗିଥିବା ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଏଥିନେଇ ଫିଜିସିଆନଙ୍କ ପରାମର୍ଶରେ ମେଡିସିନ ନେଉଛନ୍ତି। ଉକ୍ତ ମେଡିସିନଗୁଡ଼ିକ ମଧ୍ୟରୁ ଗୋଟିଏରେ ଏସିଟାଜୋଲାମାଇଡ୍‌ ଥିଲା। ଏଣୁ ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେବାର ଖୁବ୍‌ କମ୍‌ ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?