Posted inଖେଳ

ଡୋପରେ ବିଫଳ ଶୁଟର ରବି, ବକ୍ସର ସୁମିତ୍‌

ପୁଣେ,୧୧।୧୨- ଟୋକିଓ ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୭ ମାସ ବାକି ରହିଥିବାବେଳେ ଭାରତୀୟ ଦଳର ପଦକ ଆଶାକୁ ଶକ୍ତ ଝଟ୍‌କା ଲାଗିଛି। ଶୁଟର ରବି କୁମାର ଓ ବକ୍ସର ସୁମିତ୍‌ ସାଙ୍ଗଓ୍ବାନ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି। ଏହା ସଭିଙ୍କୁ ଚକିତ କରିଦେଇଛି। କାରଣ ଦୁଇ କ୍ରୀଡ଼ାରେ ପ୍ରାୟ ଡୋପ ନିୟମ ଭଙ୍ଗ କରିବା ଦେଖା ଯାଏନାହିଁ। ୨୯ ବର୍ଷୀୟ ରବି କୁମାର ଦେଶ ପାଇଁ ବିଶ୍ୱକପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବହୁ ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ଜିତି ସାରିଛନ୍ତି। ନାଡା ଅନୁଯାୟୀ, ଦିଲ୍ଲୀଠାରେ ଗତ ଜୁନ୍‌ରେ ଅନୁଷ୍ଠିତ କୁମାର ସୁରେନ୍ଦର ସିଂ ସ୍ମାରକୀ ପ୍ରତିଯୋଗିତା ବେଳେ ତାଙ୍କ ଟେଷ୍ଟ କରାଯାଇଥିଲା। ତାଙ୍କ ନମୁନାରେ ପ୍ରୋପ୍ରାନୋଲୋଲ ନାମକ ନିଷିଦ୍ଧ ଔଷଧ ମିଳିଛି। ଅଲିମ୍ପିଆନ ସୁମିତ୍‌ (୯୧ କିଗ୍ରା)ଙ୍କ ନମୁନାରେ ଏସିଟାଜୋଲାମାଇଡ୍‌ ନାମକ ଔଷଧ ମିଳିଛି, ଯାହା ଓ୍ବାଡା ପକ୍ଷରୁ ଜାରି ନିଷିଦ୍ଧ ଔଷଧ ତାଲିକାରେ ରହିଛି। ୨୬ ବର୍ଷୀୟ ବକ୍ସର ୨୦୧୭ ଏସିଆନ ଚାମ୍ପିୟନଶିପରେ ରୌପ୍ୟ ଓ ବିଶ୍ୱ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ବକ୍ସର ଭାବେ ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କ ପୂର୍ବରୁ ମହିଳା ବକ୍ସର ନିରଜ (୫୭ କେଜି) ଡୋପ୍‌ରେ ବିଫଳ ହୋଇ ବାସନ୍ଦ ହୋଇଥିଲେ। ଶୁଟର ରବି କହିଛନ୍ତି, ମୁଁ ମ୍ୟୁନିକ ବିଶ୍ୱକପ୍‌ରୁ ଫେରିବା ପରେ ମାଇଗ୍ରେନ କାରଣରୁ ମୋର ପ୍ରବଳ ମୁଣ୍ଡବିନ୍ଧା ହେଉଥିଲା। ଏ ସମସ୍ୟା ମୋ ଭଉଣୀର ମଧ୍ୟ ରହିଛି। ମୋ ପରିବାର ଲୋକେ ଡାକ୍ତରଙ୍କୁ ଘରକୁ ଆଣିଥିଲେ। ମୁଁ ତାଙ୍କୁ ଶୁଟର ବୋଲି କହିଥିଲି। ତାଙ୍କ ପରାମର୍ଶ କ୍ରମେ ମେଡିସିନ ଗ୍ରହଣ କରିଥିଲି। ଅନ୍ୟପକ୍ଷରେ ୨୦୧୨ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସାଙ୍ଗଓ୍ବାନ ଏବେ ଆଖିରେ ଲାଗିଥିବା ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଏଥିନେଇ ଫିଜିସିଆନଙ୍କ ପରାମର୍ଶରେ ମେଡିସିନ ନେଉଛନ୍ତି। ଉକ୍ତ ମେଡିସିନଗୁଡ଼ିକ ମଧ୍ୟରୁ ଗୋଟିଏରେ ଏସିଟାଜୋଲାମାଇଡ୍‌ ଥିଲା। ଏଣୁ ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେବାର ଖୁବ୍‌ କମ୍‌ ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri