ଡେଲିମାର୍କେଟ ଭିଡ ବଢାଉଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୬ା୪: ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ସଂକ୍ରମିତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏହା ଜଣାପଡିବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ କରୋନା ସଂକ୍ରମଣ ଆତଙ୍କ ଦେଖାଦେଇଛି। ଅଧିକାଂଶ ଲୋକେ ଭୟଭୀତ ହୋଇପଡିଛନ୍ତି। ଅପରପକ୍ଷରେ ପୋଲିସ ଟିମ୍‌ ଏହି ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରିଛି। ତେବେ କେତେକ ଲକ୍‌ଡାଉନ୍‌ ନିୟମକାନୁନ୍‌ ମାନୁ ନ ଥିବା ଦେଖାଯାଉଛି। ବିଶେଷ କରି ବଲାଙ୍ଗୀର ସହରର ଡେଲିମାର୍କେଟ, କୋଶଳ କଳାମଣ୍ଡଳ ପଡିଆକୁ ସ୍ଥାନାନ୍ତରିତ ହୋଇଥିବା ଡେଲିମାର୍କେଟ, ବିଭିନ୍ନ କିରାନା ଦୋକାନରେ ଅଯଥା ଭିଡ ପରିଲକ୍ଷିତ ହେଉଛି। ଏଠାରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଉନାହିଁ। ଡେଲିମାର୍କେଟ ଲୋକେ ବଜାର କରିବାବେଳେ ସାମାଜିକ ଦୂରତ୍ୱ ବଜାୟ ରହୁ ନ ଥିବା ଦେଖାଯାଉଛି। ଡେଲିମାର୍କେଟ ପଛପଟ କିରାନା ଦୋକାନ, ସମ୍ମୁଖ ମିଠା ଦୋକାନ, ଖାଉଟୀ ସମବାୟ କେନ୍ଦ୍ର, କଳାମଣ୍ଡଳ ପରିବା ମାର୍କେଟରେ ସାମାଜିକ ଦୂରତ୍ୱ ପାଳନ କରାଯାଉନାହିଁ। ବିକ୍ରମ ଛକରୁ ରେଲୱେ ଷ୍ଟେଶନ୍‌ ରାସ୍ତାରେ ଥିବା କିରାନା ଦୋକାନଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ଲକଡାଉନ୍‌କୁ ଆଖି ଆଗରେ ରଖି ସକାଳ ୭ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଡେଲିମାର୍କେଟ, କିରାନା ଦୋକାନ୍‌, ଓମ୍‌ଫେଡ ଦୋକାନ ଖୋଲିବାକୁ ନିୟମ କରାଯାଇଛି। ତେବେ ଏହି ସମୟରେ କେତେକ ଲୋକ ପ୍ରତ୍ୟହ ଘରୁ ବାହାରି ବଜାର କରିବା ବାହାନା କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ସନ୍ଦୀପ ମାଡକର ଏକ ଭିଡିଓ ମ୍ୟାସେଜରେ ଜିଲାବାସୀଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ଜିଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନୀ, ଉଠା ଦୋକାନୀ, ବିଭିନ୍ନ ମାର୍କେଟର କାର୍ଯ୍ୟକର୍ତ୍ତା, ବଣିକ ସଂଘ ଓ ଚେମ୍ବର ଅଫ୍‌ କମର୍ସଙ୍କୁ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ଆପିଡେମିକ ଡିଜିଜ୍‌ ଆକ୍ଟ ୧୮୯୭ ଓ ଓଡିଶା କୋଭିଡ୍‌ -୧୯ ରେଗୁଲେସନ୍‌ ୨୦୨୦ ଆଇନ ଅନୁଯାୟୀ ଯଦି କୌଣସି ଦୋକାନୀ, ବ୍ୟବସାୟୀ ଓ ସମ୍ପୃକ୍ତ କର୍ମକର୍ତ୍ତା କୌଣସି ଦୋକାନ ଆଗରେ ଗ୍ରାହକମାନଙ୍କୁ ବିକ୍ରୟ କାର୍ଯ୍ୟ ସମାପନ ବେଳେ ସାମାଜିକ ଦୂରତ୍ୱ ଅନ୍ୟୁନ୍ୟ ୨ ମିଟରରୁ ଉର୍ଦ୍ଧ୍ୱ ବଜାୟ ରଖିବାରେ ଅସମର୍ଥ ହୁଅନ୍ତି ତେବେ ସେହି ଦୋକାନକୁ ସିଲ୍‌ କରିଦିଆଯିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଏଥିସହିତ ଉକ୍ତ ଦୋକାନୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଯଦି ସମ୍ପୂର୍ଣ୍ଣ ବଜାରରେ ଯଦି ସାମାଜିକ ଦୂରତ୍ୱ ବଜାୟ ରହିବାରେ ଅସମର୍ଥ ଦୁଅନ୍ତି ତେବେ ସମ୍ପୂର୍ଣ୍ଣ ବଜାର ବା ହାଟକୁ ସିଲ କରି ଦିଆଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେହି ଅବାଧ୍ୟ ଓ ବିଶୃଙ୍ଖଳା ସୃଷ୍ଟି କଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଓ ଏସ୍‌ପିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri