Categories: ଖେଳ

ଡେନ୍‌ମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୭।୧୦ (ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନ୍‌ମାର୍କ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସାଇନା ୧୫-୨୧, ୨୧-୨୩ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୧୧ତମ ସ୍ଥାନରେ ରହିଥିବା ଜାପାନର ସାୟାକା ତାକାହାଶିଙ୍କ ନିକଟରୁ ହାରିଯାଇଛନ୍ତି। ତେବେ ପୁରୁଷ ସିଙ୍ଗଲ୍ସରେ ସମୀର ବର୍ମା ୨ୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ସମୀର ୨୧-୧୧, ୨୧-୧୧ ଗେମ୍‌ରେ ବିଶ୍ୱ ମାନ୍ୟତାର ୧୬ତମ ସ୍ଥାନରେ ରହିଥିବା କାଣ୍ଟା ସୁନେୟାମାଙ୍କୁ ମାତ୍‌ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସମୀରଙ୍କ ମୁକାବିଲା ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କ ସହ ହେବ। ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପାଙ୍କୁ ପ୍ରଥମ ରାଉଣ୍ଡରେ ଓ୍ବାକ୍‌ ଓଭର ମିଳିଛି। ପୂର୍ବରୁ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଏକ କଷ୍ଟସାଧ୍ୟ ବିଜୟ ସହ ୨ୟ ରାଉଣ୍ଡରେ ପ୍ରବେଶ କରିଥିଲେ।

Share