ଡିଜିଟାଲ ଲାଇଫ୍‌

ଓ୍ବାର୍କିଂ ଲାଇଫ୍‌ ହେଉ ଅବା ପର୍ସନାଲ୍‌ ଲାଇଫ୍‌, ସବୁକିଛି ସମୟ ସହ ପାଦ ଦେଇ ବଦଳିବାରେ ଲାଗିଛି। ଡିଜିଟାଲ ଲାଇଫ୍‌ ଦିନକୁ ଦିନ ଆଡ୍‌ଭାନ୍ସ ହେବା ଦ୍ୱାରା ପ୍ରତିଦିନ ନୂଆ ନୂଆ ଆପ୍ସରୁ ଆମକୁ କିଛିନା କିଛି ଶିଖିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଦୁନିଆରେ ଆମର ରହିଛି ଡିଜିଟାଲ ଆଇଡି, ଯାହାଦ୍ୱାରା ହ୍ବାଟ୍‌ସ ଆପ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟର ଭଳି ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ୍‌କୁ ଆମେ ଆକ୍ସେସ୍‌ କରିପାରିଛେ। ତେବେ ଆସନ୍ତୁ ନୂଆବର୍ଷରେ ଆମ ଲାଇଫ୍‌ରେ କିଛି ଫ୍ରେସ୍‌ନେସ୍‌ ଭରିଦେବା।
ଅପ୍‌ଲୋଡ୍‌ କରନ୍ତୁ ଫ୍ରେଶ୍‌ନେସ୍‌:
ଏବେ ସମସ୍ତେ ଡିଜିଟାଲ ପ୍ଲାଟ୍‌ଫର୍ମରେ ବ୍ୟସ୍ତ। କେହି ବନ୍ଧୁ ଆପଣଙ୍କୁ ହ୍ବାଟ୍‌ସ ଆପ୍‌ରେ ମନେପକାଇଲେ, ଫେସ୍‌ବୁକ୍‌ରେ କମେଣ୍ଟ ଦେଲେ, ଷ୍ଟାଟସ୍‌ର ପ୍ରଶଂସା କଲେ କିମ୍ବା ବହୁ ପୁରୁଣା ଫଟୋ ଶେୟାର କରିଥିବେ, ଯେଉଁଥିରେ ଆପଣ ଥିବେ। ମୁହଁରେ ହସ ଆସିବାଟା ସ୍ବାଭାବିକ।
ତେବେ ନୂଆବର୍ଷରେ ଆପଣ ଫେସ୍‌ବୁକ୍‌ରେ ପିଲାଦିନର ସ୍କୁଲ ସାଙ୍ଗଙ୍କୁ ଖୋଜନ୍ତୁ। ପୁରୁଣା ସାଙ୍ଗଙ୍କୁ ଏଥିରେ ଆଡ୍‌ କରି ନୂଆବର୍ଷରେ ଫ୍ରେସ୍‌ନେସ୍‌ ଭରି ଦିଅନ୍ତୁ। କିଛି ଷ୍ଟାଟସ୍‌ ଛାଡ଼ନ୍ତୁ। କୌଣସି କଥା ବା ଫଟୋ ଆପଣଙ୍କୁ ଖୁବ୍‌ ଭଲ ଲାଗୁଥିଲେ ତାହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ। ଦେଖିବେ ସେମାନଙ୍କ ପ୍ରତିକ୍ରିୟା ଆପଣଙ୍କୁ ନିଶ୍ଚୟ ଖୁସି ଆଣିଦେବ। ନୂଆ ନୂଆ କମ୍ୟୁନିଟିଜ୍‌ ସହ ମିଶନ୍ତୁ, ଯେଉଁଠୁ ଆପଣ କିଛି ନୂଆ କଥା ଜାଣିବାକୁ ପାଇବେ। ଆପଣଙ୍କ ହବି ସହ ଖାପ ଖାଉଥିବା ପେଜ୍‌କୁ ଲାଇକ୍‌ ଏବଂ ଫଲୋ କରନ୍ତୁ, ଯାହାଦ୍ୱାରା ସବୁଦିନ ଏହାସହ ଟଚ୍‌ରେ ରହିପାରିବେ। ଯଦି ଆପଣଙ୍କୁ ଲାଗୁଛି କିଛିବର୍ଷ ହେବ ଆପଣଙ୍କର ଗୋଟିଏ ପାସ୍‌ଓ୍ବାର୍ଡ ରହିଛି, ଯାହାକୁ ଅନ୍ୟ କେହି ଜାଣିଛନ୍ତି ତେବେ ଏହି ନୂଆବର୍ଷରେ କିଛି ନୂଆ ପାସ୍‌ଓ୍ବାର୍ଡ ଦିଅନ୍ତୁ। ଡିଜିଟାଲ ସେଫ୍ଟି ପାଇଁ ଏହା ଜରୁରୀ।
ଡିଜିଟାଲ ଅଳିଆ ସଫା କରନ୍ତୁ:ଯେଉଁ ବନ୍ଧୁଙ୍କ ପୋଷ୍ଟ ଆପଣଙ୍କୁ ପସନ୍ଦ ଆସୁନି ସେପରି ବନ୍ଧୁଙ୍କୁ ବ୍ଲକ୍‌ କରନ୍ତୁ। ହ୍ବାଟ୍‌ସଆପ୍‌ ଭଳି ମେସେଜିଙ୍ଗ୍‌ ଆପ୍ସରେ ବେଳେବେଳେ ଭିନ୍ନ ଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଆସିଥାଏ। ତେଣୁ ଆପ୍ସକୁ ଯାଇ ଅଟୋ ଡାଉନ୍‌ଲୋଡ୍‌ ବନ୍ଦ କରନ୍ତୁ।
ଷ୍ଟାଇଲ୍‌ ଏବଂ ଟ୍ରେଣ୍ଡ୍‌କୁ କରନ୍ତୁ ଅପ୍‌ଡେଟ୍‌
ପୁରୁଣା ଏବଂ ବୋରିଂ ଲାଇଫ୍‌କୁ ବିଦାୟ ଦେଇ ନୂଆବର୍ଷରେ ଆପଣଙ୍କ ଡିଜିଟାଲ ଲାଇଫ୍‌କୁ ନୂଆ ମୋଡ଼ ଦିଅନ୍ତୁ। ଡିଜିଟାଲ ଲାଇଫ୍‌ର ପ୍ରୋଫାଇଲ୍‌ରୁ ଆରମ୍ଭ କରି ପର୍ସନାଲ୍‌ ପ୍ରୋଫାଇଲ ପର୍ଯ୍ୟନ୍ତ କିଛି ନୂଆ କରନ୍ତୁ। ନୂଆ ନୂଆ ଗ୍ୟାଜେଟ୍‌ସକୁ ଆପଣାନ୍ତୁ।
ରିଚାର୍ଜ କରନ୍ତୁ ପର୍ସନାଲ ଲାଇଫ୍‌: ଡିଜିଟାଲ ଲାଇଫ୍‌ କେବଳ ସୋସିଆଲ ମିଡିଆରେ ସୀମିତ ନାହିଁ। ଏହାର ପର୍ସନାଲ ଏବଂ ଓ୍ବାକିର୍ଂ ଲାଇଫ୍‌ ସହ ବି ରହିଛି ସଂଯୋଗ।
– ହେଲ୍‌ଥ ଏବଂ ଫିଟ୍‌ନେସ୍‌ ସବୁଠାରୁ ଜରୁରୀ। ଯୋଗ ଏବଂ ଏକ୍ସରସାଇଜ୍‌ ଆପଣଙ୍କ ସ୍ବାସ୍ଥ୍ୟକୁ ଠିକ୍‌ ରଖିଥାଏ। ଏଥିପାଇଁ ଭଲ ଫିଟ୍‌ନେସ୍‌ ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
– ସମ୍ପର୍କ ଯୋଡ଼ିବା ପାଇଁ ହ୍ବାଟ୍‌ସଆପ୍‌ ବେଷ୍ଟ ଅପ୍ସନ। ଏହାଦ୍ୱାରା ଆପଣ ସମ୍ପର୍କୀୟଙ୍କ ସହ ୨୪ ଘଣ୍ଟା କଣ୍ଟାକ୍ଟରେ ରହି ବି କଥାବାର୍ତ୍ତା ଶେୟାର କରିପାରିବେ।
– ପ୍ରତିଦିନ କିଛି ନୂଆ କଥା ଶିଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଆପ୍ସ ବି ଡାଉନ୍‌ଲୋଡ୍‌ କରିପାରିବେ। ଏହାର ନୋଟିଫିକେଶନ୍‌ରୁ ଆପଣ ପ୍ରତିଦିନ କିଛି ନା କିଛି ଶିଖିବାକୁ ପାଇବେ। ୟୁଟ୍ୟୁବ୍‌ରୁ ବି ଆପଣ ନୂଆ ତଥ୍ୟ ପାଇପାରିବେ।
– ଗେମ୍‌ସ ଆପଣଙ୍କର କ୍ରିଏଟିଭିଟି ଏବଂ ଫ୍ଲେକ୍ସିବିଲିଟିକୁ ବଢ଼ାଇଥାଏ। ନୂଆବର୍ଷରେ କିଛି ଡିଜିଟାଲ ଏବଂ ଆଉଟ୍‌ଡୋର ଗେମ୍‌ସକୁ ଆପଣଙ୍କ ଲାଇଫ୍‌ରେ ସାମିଲ କରନ୍ତୁ, ଯାହାକି ମସ୍ତିଷ୍କକୁ ଫ୍ରି ଏବଂ ଶାର୍ପ ରଖିବ।
– ଡାଏଟିଂ କରୁଥିଲେ ଏପରି ଆପ୍ସ ଡାଉନ୍‌ଲୋଡ୍‌ କରନ୍ତୁ, ଯେଉଁଥିରୁ କେତେ କ୍ୟାଲୋରୀର ଖାଦ୍ୟ ଖାଇବେ ସେ ବିଷୟରେ ଉପଯୁକ୍ତ ନୋଟିଫିକେଶନ୍‌ ପାଇବା ସହ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିପାରିବେ।
– ପଢ଼ିବାର ସଉକ ଥିଲେ ବହିର ଅନେକ ଆପ୍ସ ରହିଛି, ତାହାକୁ ଡାଉନ୍‌ଲୋଡ୍‌ କରନ୍ତୁ। ଯେଉଁଥିରୁ ଆପଣ ମନପସନ୍ଦର କାହାଣୀ ଏବଂ ଉପନ୍ୟାସ ପଢ଼ିପାରିବେ।
– ମ୍ୟୁଜିକ୍‌ ଯଦି ଆପଣଙ୍କର ପସନ୍ଦ, ତେବେ ନୂଆବର୍ଷରେ ମ୍ୟୁଜିକ୍‌ ଆପ୍ସ ଡାଉନ୍‌ଲୋଡ୍‌ କରି ନୂଆ ନୂଆ ମ୍ୟୁଜିକ୍‌ ଶୁଣିବାର ମଜା ନିଅନ୍ତୁ।
ଅପ୍‌ଗ୍ରେଡ୍‌ କରନ୍ତୁ ଓ୍ବାର୍କିଂ ଲାଇଫ୍‌: ବିଜ୍‌ନେସ୍‌ ପ୍ଲାନ୍‌ କରିବାକୁ ଚାହୁଁଥିଲେ ଲାଟେଷ୍ଟ୍‌ ଆଇଡିଆ ଆବଶ୍ୟକ। ଡିଜିଟାଲ ଓ୍ବାଲର୍‌ଡରେ ଏହାକୁ ଖୁବ୍‌ କମ୍‌ ସେକେଣ୍ଡରେ ଆପଣ ପାଇପାରିବେ। ଅଫିସ କାମକୁ ମ୍ୟାନେଜ୍‌ କରିବା ପାଇଁ ଆପଣଙ୍କ ସ୍ମାର୍ଟଫୋନ୍‌ ଖୁବ୍‌ କାମରେ ଆସିପାରିବ। ଆପଣଙ୍କ ଫିଲ୍‌ଡ୍‌ ସମ୍ବନ୍ଧିତ ଜରୁରୀ ଆପ୍ସ ଡାଉନ୍‌ଲୋଡ୍‌ କରି ବି ଆପଣଙ୍କ ଓ୍ବାର୍କ ଲାଇଫ୍‌କୁ ଅପ୍‌ଗ୍ରେଡ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?