ଡାଭୋସ୍‌ ସମ୍ମିଳନୀର ନିଷ୍କର୍ଷ

ସହଦେବ ସାହୁ
ଓ୍ବାର୍ଲ୍‌ଡ ଇକୋନମିକ୍‌ ଫୋରମ୍‌ (ବିଶ୍ୱ ଅର୍ଥନୈତିକ ମଞ୍ଚ)ର ବାର୍ଷିକ ଅଧିବେଶନ ଜାନୁଆରୀ ୨୧ରୁ ୨୪ ଯାଏ ବସେ ଜେନେଭାର ଡାଭୋସ୍‌ଠାରେ। ପୃଥିବୀରେ ଚିରନ୍ତନ ବିକାଶର ଏକ ଅକ୍ଷୟ ପରିବେଶ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଏ ଫୋରମ୍‌ଟିକୁ ୫୦ ବର୍ଷ ତଳେ ତିଆରି କରିଥିଲେ କ୍ଲାଉସ୍‌ ସ୍ବାବ୍‌। ଜଙ୍ଗଲରେ ପ୍ରାଣୀମାନେ ଶୋଷ ମେଣ୍ଟାଇବା ପାଇଁ ପାଣି ଥିବା ଯେଉଁ ଜାଗାକୁ ଯାଆନ୍ତି, ତାକୁ ୱାଟରିଂ ହୋଲ୍‌ କୁହାଯାଏ, ଦୁନିଆଟା କିପରି ସମସ୍ତଙ୍କ ପାଇଁ ସବୁଦିନେ ସୁଖ ଓ ଶାନ୍ତିର ଇଲାକା ହୋଇ ରହିବ ସେହି ଚିନ୍ତା-ଶୋଷରେ ଜଡିତ ବ୍ୟକ୍ତିମାନଙ୍କ ପାଇଁ ଗୋଟିଏ ଶୋଷ ମେଣ୍ଟାଇବା ଜାଗା ହୋଇଯାଇଛି ସୁଇଜରଲାଣ୍ଡର ଏକ ହିମପାହାଡ଼ ଘେରା ଡାଭୋସ୍‌ ଗ୍ରାମ। ପୃଥିବୀର ବିଭିନ୍ନ ସମସ୍ୟାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ଦରକାର ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ର ଭିତରେ ଉତ୍ତମ ବୁଝାମଣା ଓ ସହଯୋଗ। ପ୍ରତିବର୍ଷ ଗୋଟିଏ ସ୍ଥାନରେ ଉଭୟ କ୍ଷେତ୍ରର ନେତୃବୃନ୍ଦ ଏକାଠି ହେବା ଦରକାର, ସ୍ବଳ୍ପ ସମୟ ଭିତରେ ପୃଥିବୀର ବ୍ୟସ୍ତତମ ବ୍ୟକ୍ତିମାନଙ୍କ ଚିନ୍ତା ଓ କାର୍ଯ୍ୟ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ ପାଇବା ଉଚିତ। ସେମାନେ ମଧ୍ୟ ସାଧାରଣ ଲୋକଙ୍କ ପ୍ରତିନିଧିମାନଙ୍କ କଥା ଶୁଣିବା ଦରକାର। ସେପରି ଏକ ମଞ୍ଚ ହେଉଛି ୱାଲର୍‌ଡ ଇକୋନମିକ୍‌ ଫୋରମ୍‌।
ଭୋଟରଙ୍କୁ ଖୁସି କଲାଭଳି ପ୍ରକଳ୍ପମାନ ଦେଖାଉଥିବା ନେତାମାନଙ୍କ ସଂଖ୍ୟା ବଢୁଛି, ତେଣୁ ‘ଭବିଷ୍ୟତ’ର ଦିଗ୍‌ବଳୟ କେବଳ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଦୃଶ୍ୟମାନ। ଏପରି କ୍ଷେତ୍ରରେ ମଣିଷ ଜାତି ଆଗାମୀ ପ୍ରଳୟଙ୍କରୀ ଜଳବାୟୁ ପରିବର୍ତ୍ତନର ଆହ୍ବାନକୁ ସାମ୍ନା କରିବାର ଚିନ୍ତା କାହାରି ମୁଣ୍ଡରେ ପଶୁନାହିଁ, ସେ ଦିଗରେ ଚିନ୍ତା କରିବାର ମଞ୍ଚ ହେଉଛି ଡାଭୋସ୍‌। ଯେଉଁମାନେ ଦେଶକୁ ଚଳାଇବାରେ ଭାଗ ନିଅନ୍ତି ଓ ଯେଉଁମାନଙ୍କ କଥାରେ ବା ପରାମର୍ଶରେ ସରକାର ଚାଲେ ସେମାନେ କିପରି ସମସ୍ତଙ୍କୁ ମିଶାଇ ଏକ ଅକ୍ଷୟ ପୃଥିବୀ ଗଢିବେ ତାହା ହେଉଛି ୫୦ତମ ଡାଭୋସ ସମ୍ମିଳନୀର ଆଲୋଚ୍ୟ ବିଷୟ। ଏ ବିଷୟର କେନ୍ଦ୍ରରେ ଅଛି ଉତ୍ତରଦାୟୀ ପୁଞ୍ଜିବାଦୀମାନଙ୍କ ଧାରଣା ଉପରେ ଆଲୋଚନା। ପୁଞ୍ଜିବାଦୀମାନେ କିପରି ‘ଆୟର ଅସମାନତା, ସମାଜର ବିଭେଦ ଓ ଜଳବାୟୁ ସଂକଟ’କୁ ପରାହତ କରିପାରିବେ, ତାକୁ ହେଜାଇ ଦେବାର ଏହା ଏକ ଅବସର ଥିଲା। ଆଲୋଚନା ଥିଲା- ନ୍ୟାୟୋଚିତ ଟିକସ ବ୍ୟବସ୍ଥା, ଭ୍ରଷ୍ଟାଚାର ପ୍ରତି ଅସହ୍ୟତା ଓ ମାନବିକ ଅଧିକାର ପ୍ରତି ସମ୍ମାନ।
ପୁଞ୍ଜିବାଦରେ ଲାଭର ଲୋଭକୁ କମାଇ କିପରି ବିଶ୍ୱକୁ ଅକ୍ଷୟ ଓ ସଂହତ ରଖିବାରେ ସମ୍ପୃକ୍ତ ବ୍ୟକ୍ତିମାନେ ଲାଗିବେ ସେଥିପାଇଁ ଛଅଟି ବିଭାଗରେ ଆଲୋଚନା ହେଲା- ପରିବେଶ, ଜଳବାୟୁ, ସମାଜ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଓ ରାଜନୀତିର ଭୌଗୋଳିକତା। ୪୦୦ ସେସନ ବା ବିଭାଗରେ ଆଲୋଚନା ହେଲା- ଭାଗନେଲେ ୧୧୭ ଦେଶରୁ ଆସିଥିବା ପ୍ରତିନିଧିମାନେ। ତହିଁରେ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ଉପପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌, ଜର୍ମାନୀ ଚାନ୍ସେଲର୍‌ ଆଞ୍ଜେଲା ମର୍କେଲ୍‌ ପ୍ରମୁଖ ୫୩ଟି ରାଷ୍ଟ୍ରର ମୁଖ୍ୟ ବା ଉପମୁଖ୍ୟ। ବେସରକାରୀ ସଂସ୍ଥାମାନଙ୍କରୁ ୧୬୮୦ ନେତା, ସାଧାରଣ ସମାଜରୁ ବିଭିନ୍ନ ଶ୍ରମିକ ନେତା ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ସମ୍ପୃକ୍ତ ସଂସ୍ଥାମାନଙ୍କର ନିର୍ବାହୀ ପ୍ରଶାସକଙ୍କ ଭଳି ନିୟାମକ ବ୍ୟକ୍ତିମାନେ। ୨୦ ବର୍ଷରୁ କମ୍‌ କିଶୋର କିଶୋରୀ ନେତା ବି ଥିଲେ। ୨୦୨୦ର ପ୍ରସଙ୍ଗ ଥିଲା ‘ମାର୍ଫତ୍‌ଦାରଙ୍କ ପୁଞ୍ଜିବାଦ’ ମାନେ କ’ଣ? ପ୍ୟାରିସ୍‌ ରାଜିନାମା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ କେତେଦୂର ପୂରଣ ହୋଇଛି? ପ୍ରଯୁକ୍ତି ଓ ବାଣିଜ୍ୟ କିପରି ମଣିଷ ସମାଜର ମଙ୍ଗଳ କରିବ ତାହା ଉପରେ ଆଲୋଚନା। ବିଶ୍ୱଅର୍ଥନୈତିକ ମଞ୍ଚର ୧୦୦୦ ମେମ୍ବର କମ୍ପାନୀର ପ୍ରତିନିଧିଙ୍କ ସହ ୧୧୭ ଦେଶ ତଥା ଅଞ୍ଚଳରୁ ୩୦୦୦ ବ୍ୟକ୍ତି ଭାଗନେଲେ। ମନେ ରଖିବା କଥା ଯେ ଡାଭୋସ୍‌ ପୌରପରିଷଦର ଅଧିବାସୀ ସଂଖ୍ୟା ୧୧ ହଜାରରୁ କମ୍‌, ପୁଣି ଜୁରିକ୍‌ ବିମାନବନ୍ଦରଠାରୁ ୧୫୦ କିଲୋମିଟର ଦୂର। ଡାଭୋସ୍‌ ସମ୍ମିଳନୀରେ କେବଳ ଆମନ୍ତ୍ରଣ ପାଇଥିବା ରାଜନେତା, ଶିକ୍ଷାଜଗତର ବ୍ୟକ୍ତି, ଏନ୍‌ଜିଓ, ଧର୍ମଗୁରୁ, ମେଡିଆ ଯୋଗ ଦେଇପାରନ୍ତି। ଲକ୍ଷ୍ୟ ବା ମିଶନ ହେଉଛି ବିଶ୍ୱର ଅବସ୍ଥାରେ ଉନ୍ନତି। ଢାଞ୍ଚା (ଫର୍ମାଟ୍‌) ହେଉଛି- ପ୍ରତ୍ୟେକ ବକ୍ତା ୧୦ ମିନିଟ କହିବେ ବା ଉପକ୍ରମଣିକା ଦେବେ, ପରେ ପାନେଲ୍‌ ବା ଗୋଷ୍ଠୀ ଆଲୋଚନା ହେବ, ଶ୍ରୋତାମାନେ ବି ଭାଗନେବେ। ସେଠି ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ନାହିଁ, କି ଆନୁଷ୍ଠାନିକ ଉପସ୍ଥାପନ ନାହିଁ।
ମାର୍ଫତ୍‌ଦାରୀ ପୁଞ୍ଜିବାଦ ଉପରେ ଆଲୋଚନାର ବିଷୟବସ୍ତୁ ଥିଲା- ନ୍ୟାୟୋଚିତ ଟିକସ ବ୍ୟବସ୍ଥା, ଭ୍ରଷ୍ଟାଚାର ପ୍ରତି ଅସହ୍ୟତା ଓ ମାନବିକ ଅଧିକାର ପ୍ରତି ସମ୍ମାନ। ପୁଞ୍ଜିବାଦରେ ଲାଭର ଲୋଭ ବଦଳରେ କିପରି ବିଶ୍ୱକୁ ଅକ୍ଷୟ ଓ ସଂହତ ରଖିବାରେ ଲାଗିବେ ସେଥିପାଇଁ ଛଅଟି ବିଭାଗରେ ଆଲୋଚନା ହୋଇଛି- ପରିବେଶ, ସମାଜ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଓ ରାଜନୀତିର ଭୌଗୋଳିକତା। ୪୦୦ ସେସନ ବା ବିଭାଗରେ ଆଲୋଚନା ହେଲା- ଭାଗନେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ଉପପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌, ଜର୍ମାନୀ ଚାନ୍ସେଲର୍‌ ଆଞ୍ଜେଲା ମର୍କେଲ୍‌ ଆଦି ୫୩ଟି ଦେଶର ରାଷ୍ଟ୍ରମୁଖ୍ୟ ବା ରାଷ୍ଟ୍ରର ଉପମୁଖ୍ୟ, ଜାତିସଂଘର ବିଭିନ୍ନ ଶାଖାର ମୁଖ୍ୟ ବା ଉପମୁଖ୍ୟ, ଇଣ୍ଟରପୋଲ୍‌ର ସେକ୍ରେଟାରି ଜେନେରାଲ୍‌, ନାଟୋର ସେକ୍ରେଟାରି ଜେନେରାଲ୍‌, ବେସରକାରୀ ସଂସ୍ଥାମାନଙ୍କରୁ ୧୬୮୦ ନେତା, ସାଧାରଣ ସମାଜରୁ ବିଭିନ୍ନ ଶ୍ରମିକ ନେତା, ଶିକ୍ଷା ସ୍ବାସ୍ଥ୍ୟ ଓ ସୁରକ୍ଷା ସହ ସମ୍ପୃକ୍ତ ସଂସ୍ଥାମାନଙ୍କର ନିର୍ବାହୀ ନିର୍ଦେଶକମାନେ, ୨୦ ବର୍ଷରୁ କମ୍‌ ଯୁବନେତା ୧୦ ଜଣ।
ଚଳିତ ୫୦ତମ ବାର୍ଷିକୀରେ ଡାଭୋସ୍‌ ସମ୍ମିଳନୀର ଆଲୋଚନାର ଶୀର୍ଷକ ଥିଲା ‘ମୁକ୍ତ ସମାଜ, ଉଦାରତା, ମାନବିକ ଅଧିକାର ଓ ବିଶ୍ୱଭ୍ରାତୃତ୍ୱ’ା ଏ ସବୁର ଅନ୍ତରାୟ ହେଉଛି ଭ୍ରଷ୍ଟାଚାର। ସମ୍ମିଳନୀକୁ ହେଜାଇ ଦେବା ଲାଗି ସମ୍ମିଳନୀପୂର୍ବରୁ ଟ୍ରାନ୍ସପାରେନ୍ସି ଇଣ୍ଟର୍‌ନାସନାଲ୍‌ (ସ୍ବଚ୍ଛତା ଆନ୍ତର୍ଜାତିକୀ) ୧୮୦ଟି ଦେଶ ଓ ଅଞ୍ଚଳର ସର୍ଭେ କରି ସେମାନଙ୍କର ‘କରପ୍‌ସନ୍‌ ପର୍‌ସେପ୍ସନ୍‌ ଇଣ୍ଡେକ୍ସ’ (ସିପିଆଇ) ପ୍ରକାଶ କଲା, ତହିଁରେ ଦର୍ଶାଇଲା ଯେ ଲୁଚାଛପା ରାଜନୈତିକ ପାଣ୍ଠି ସଂଗ୍ରହ ଓ ସରକାର ତଥା ପ୍ରଭାବଶାଳୀ ନେତାମାନଙ୍କ ଉପରେ ଲାଭଖୋର ପୁଞ୍ଜିପତିମାନଙ୍କ (କମ୍ପାନୀମାନଙ୍କ ବି) ଅନୈତିକ ଚାପ (ଲବି) ହିଁ ଭ୍ରଷ୍ଟାଚାର ବଢାଉଛି। ସବୁ ଦେଶ ସମ୍ମତ ଯେ ଆର୍ଥିକ ସ୍ବଚ୍ଛତା ଦେଶର ବିକାଶରେ ସହାୟକ, ତଥାପି ଜିଡିପିରେ ଉନ୍ନତି ଦେଖାଉଥିବା ଦେଶମାନେ ବି ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଉନାହାନ୍ତି। ସିପିଆଇରେ ଭାରତର ସ୍ଥାନ ୮୦, ପାଇଛି ୪୧ ନମ୍ବର। ୨୦୧୯ରେ ସିପିଆଇରେ ସ୍ଥାନ ଥିଲା ୭୮, ଭାରତ ୨ ସ୍ଥାନ ତଳକୁ ଖସୁଛି। ସିପିଆଇରେ ଶୂନ ହେଉଛି ଆଦର୍ଶ ଶାସନ ବା ଭ୍ରଷ୍ଟାଚାର-ଶୂନ୍ୟ, ୧୦୦ ହେଉଛି ସବୁଠୁ ବେଶୀ ଭ୍ରଷ୍ଟାଚାରୀ। ଅଷ୍ଟ୍ରେଲିଆ (ସିପିଆଇ ୭୭ ଥିଲେ ବି) ଓ ଭାରତ ଭଳି ଗଣତନ୍ତ୍ରରେ ବି ରାଜନେତାଙ୍କ ଭ୍ରଷ୍ଟାଚାର କମିବାର ନାଁ ଧରୁନାହିଁ। ଚୀନ (ସିପିଆଇରେ ଭାରତ ଭଳି ୪୧ ନମ୍ବର ପାଇଛି। ଭ୍ରଷ୍ଟାଚାର ହାର କମାଇପାରିଲେ ଯେ ଭାରତ ଆହୁରି ବିକଶିତ ହୋଇପାରନ୍ତା ଏବଂ ଧନୀ ଗରିବ ତାରତମ୍ୟ କମନ୍ତା, ତାହା ଆମ ନେତାମାନେ ଭାବୁନାହାନ୍ତି।
କେବଳ ନିର୍ମାଣଭିତ୍ତିକ କାମ କଲେ ଶାସକଦଳକୁ ପର୍‌ସେଣ୍ଟେଜ୍‌ଟା ସାଙ୍ଗେ ସାଙ୍ଗେ ମିଳିଯାଏ, ଡାକ୍ତର ନ ଥିଲେ ବି ଚିକିତ୍ସାଳୟ କୋଠା ହେବ, ଶିକ୍ଷକ ନ ଥିଲେ ବି ବିଶ୍ୱବିଦ୍ୟାଳୟ କୋଠାବାଡି ହେବ, ଇସ୍ପାତ ଶିଳ୍ପରେ ତାଲିମ୍‌ ବା ଶିକ୍ଷାପ୍ରାପ୍ତ ଯୁବା ପ୍ରସ୍ତୁତ ନ କରି ଲୌହ କାରଖାନା ବସିବ- ଏ ସବୁ ଭିତରେ ଧନ ଅର୍ଜନ ଚିନ୍ତା ବେଶି, ଲୋକଙ୍କ ସେବା ବା ବିକାଶ କମ୍‌। ନାଗରିକମାନଙ୍କ ପ୍ରତି ପୁଞ୍ଜିବାଦୀମାନଙ୍କ କର୍ତ୍ତବ୍ୟ ଏବଂ ସମାଜରେ ଅସମାନତା ଦୂର କରିବା ପ୍ରତି ସରକାରୀ ଉଦ୍ୟମ କରିବାକୁ କୁହାଯାଉଛି। ଏ ସମ୍ମିଳନୀରେ ତ ପୁଞ୍ଜିବାଦର ଲଗାମଛଡା ଲୋଭ, ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ଉପରେ ଟିକସଛାଡର ପ୍ରତିମୂର୍ତ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡାଭୋସ୍‌ ସମ୍ମିଳନୀକୁ ନିଜ-ବ୍ୟକ୍ତିତ୍ୱର ବିଜ୍ଞାପନପତ୍ର କରିଦେଲେ, ଯେଉଁ ଚାରୋଟି ବିଷୟ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିଙ୍କ ମୁଣ୍ଡରେ ଥିଲା- ମୁକ୍ତ ସମାଜ, ଉଦାରତା, ମାନବିକ ଅଧିକାର ଓ ବିଶ୍ୱଭ୍ରାତୃତ୍ୱ- ଏ ସବୁର ବିରୋଧୀ ଟ୍ରମ୍ପ ଡାଭୋସ୍‌ ମଞ୍ଚକୁ ଆତ୍ମବଡ଼ିମାର ମଞ୍ଚ କରିଥିଲେ, ଆଗାମୀ ରାଷ୍ଟ୍ରପତି ନିର୍ବାଚନର ପ୍ରଚାର ମଞ୍ଚ। ଡୋଭୋସ୍‌ ତା’ର ଉଦ୍ଦେଶ୍ୟକୁ କିଞ୍ଚିତ୍‌ ମାତ୍ରାରେ ବି ସଫଳ କରିପାରିଲା ନାହିଁ, ପୃଥିବାର ଭବିଷ୍ୟତ ଘେନି ଚିନ୍ତା କରୁଥିବା ବ୍ୟକ୍ତିମାନଙ୍କୁ ବେଶି ଚିନ୍ତାରେ ପକାଇଲା। ସମ୍ଭବତଃ ନେତାମାନଙ୍କ ତଥା ଲାଭଖୋର ପୁଞ୍ଜିପତିମାନଙ୍କ ଅସଲ ଚେହେରା ପୁଣି ଥରେ ଦେଖାଇଦେବା ଡାଭୋସ୍‌ର ସଫଳତା।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri