ଡାକ୍ତର, ନର୍ସଙ୍କୁ ଦିଆଯିବ ୪ ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ୪ ମାସର ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ, ମେ, ଜୁନ୍‌ ଏବଂ ଜୁଲାଇ ମାସର ଦରମା ଏପ୍ରିଲରେ ହିଁ ମିଳିବ। ଏଥିସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ।ଏ ଦେଶ ସହ ଆମେମାନେ ଆପଣମାନଙ୍କ ସହ ରହିଛୁ। ଆପଣମାନେ ସେବା ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।