ଡାକ୍ତରଙ୍କ ପ୍ରତି ହିଂସା ଅଗ୍ରହଣୀୟ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ସଂକ୍ରମଣରେ ବିଶ୍ୱ ଛଟପଟ। ସମଗ୍ର ଦେଶ ମଧ୍ୟ ଏହି ମହାମାରୀ ସହିତ ଲଢୁଛି। ଏହାକୁ ମୁକାବିଲା କରିବାରେ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତିି। ସେମାନେ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତିି। ସେମାନଙ୍କୁ ଅନେକ ସମୟରେ ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡୁଛି। ଦେଶର ବିଭିନ୍ନ ଭାଗରେ ନମୁନା ସଂଗ୍ରହ କରିବାକୁ ଗଲାବେଳେ ଲୋକାମାନେ ଆକ୍ରମଣ କରୁଛନ୍ତି। ରୋଗୀଙ୍କ ପାଇଁ ଜୀବନକୁ ବାଜି ଲଗାଇ ଦେଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀକୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସେପରି କୌଣସି କଠୋର ଆଇନ କାର୍ଯ୍ୟକାରୀ କରି ନାହାନ୍ତି। ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଡାକ୍ତରମାନଙ୍କର ଜୀବନ ବିପନ୍ନ ହୋଇଛି। ହିଂସାକାରୀଙ୍କୁ ଦମନ କରିବାକୁ କେନ୍ଦ୍ର ସରକାର ଓଡିଶା ଭଳି କଠୋର ଆଇନ ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
କରୋନା ମୁକାବିଲା କରିବା ପାଇଁ ଲକ୍‌ଡାଉନଠାରୁ ଆରମ୍ଭ କରି କୋଭିଡ ୧୯ ମୁକାବିଲା ଲାଗି ହସ୍ପିଟାଲ ନିର୍ମାଣ କରିବା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟଠାରୁ ଆଗରେ ଥିବା ବେଳେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଉଦାହରଣ ପାଲଟିଛି। ରାଜ୍ୟରେ ଡାକ୍ତରଙ୍କ ଉପରେ ବିଭିନ୍ନ ସମୟରେ ରୋଗୀ ସମ୍ପର୍କୀୟ ଆକ୍ରମଣ କରିବା ଯୋଗୁ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଥିଲା। ଏପରିକି ସୁରକ୍ଷା ନ ଯୋଗାଇଲେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କ ପାଖରେ ଦାବି କରିଥିଲେ। ସରକାର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ସୁରକ୍ଷା ଦେବା ସହ ଡାକ୍ତରଖାନା ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ସାବାଡ କରିବାକୁ ଓଡିଶା ସ୍ବାସ୍ଥ୍ୟସେବା କର୍ମଚାରୀ ଓ ଡାକ୍ତରଖାନା ଆଇନ(ଓଡିଶା ମେଡିକେୟାର ସର୍ଭିସ ପର୍ସନ ଆଣ୍ଡ ମେଡିକେୟାର ଇନ୍‌ଷ୍ଟିଚ୍ୟୁଶନ(ପ୍ରିିଭେନଶନ ଅଫ୍‌ ଭାଓଲେନ୍ସ ଆଣ୍ଡ ଡ୍ୟାମେଜ ଅଫ୍‌ ପ୍ରପର୍ଟି ଆକ୍ଟ)୨୦୦୮ ଆଣଛନ୍ତିି। ଏହା ବିଧାନସଭାରେ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ପରେ ୨୦୦୯ ଫେବୃୟାରୀ ୧୩ ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏଥିରେ ଗଣ୍ଡଗୋଳକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି। ଯଦି ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରି କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରର କ୍ଷତି କରିବେ ଉକ୍ତ ଆଇନର ସେକ୍ସନ-୩ ଅନୁଯାୟୀ ଏହାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବା। ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ସହ ଜାମିନ ମିଳିବ ନାହିଁ। ଏଥିସହିତ ଡାକ୍ତରଖାନାର କ୍ଷତି ହୋଇଥିବା ସମ୍ପତ୍ତିର ମଧ୍ୟ କ୍ଷତିପୂରଣ ଦେବାକୁ ପଡିବ। ଡାକ୍ତରଖାନା ଉପକରଣ ଭାଙ୍ଗିଥିଲେ ସମୁଦାୟ କ୍ରୟ ମୂଲ୍ୟ ଦେବାକୁ ଆଇନରେ ବ୍ୟବସ୍ଥାରେ କରାଯାଇଛି। ଓଡିଶା ଆଇନକୁ ପାଥେୟ କରି କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ଡାକ୍ତର ଓ ମେଡିକାଲଗୁଡିକର ସୁରକ୍ଷା ପାଇଁ ଆଇନ୍‌ ଲାଗୁ କରିବା ନେଇ ବିଭିନ୍ନ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri