ଡାକିଆର ଡାକ: ଚିଠି ନବ ଚିଠି

ଡ. ବିଭୁଦତ୍ତ ମିଶ୍ର

ପ୍ରତ୍ୟେକ ଦିନ ପୁରପଲ୍ଲୀରୁ ସହର ପର୍ଯ୍ୟନ୍ତ ପ୍ରେମ, ଶାନ୍ତି, ସୌହାର୍ବ୍ଦ୍ୟ, ପ୍ରୀତି, ଦୟା, କରୁଣା, ସ୍ନେହର ବାର୍ତ୍ତାକୁ ସହସ୍ର କୋଶ ଦୂରରୁ ପହଞ୍ଚିବା କାମ ଡାକବାଲା, ପୋଷ୍ଟମ୍ୟାନ ବା ଡାକିଆ କରିଥାନ୍ତି। ପ୍ରତିବର୍ଷ ଅକ୍ଟୋବର ୯ରୁ ୧୫ ତାରିଖକୁ ବିଶ୍ୱ ଡାକ ସପ୍ତାହ ଭାବେ ପାଳନ କରାଯାଏ। ସଂଗ୍ରାହକ, ଡାକ ଟିକଟ ଓ ଡାକବାଲାର ସମ୍ପର୍କ ଅତି ନିବିଡ। ଜଣେ ସଂଗ୍ରାହକ ପାଇଁ ବହୁ ବର୍ଣ୍ଣର କ୍ଷୁଦ୍ର ଡାକ ଟିକଟ ପ୍ରିୟତମ, ଅନ୍ତରଙ୍ଗ ଓ ଶ୍ରେୟ ବସ୍ତୁ କେବଳ ନୁହେଁ ମାତ୍ର ଜୀବନଧାରାରେ ପୁଣ୍ୟ ପରମ୍ପରା ତଥା ଇତିହାସର ରକ୍ଷଣାବେକ୍ଷଣର ଏକ ବଳିଷ୍ଠ ମାଧ୍ୟମ।
ଯଦି ଚିଠିପତ୍ର ସରବରାହ ପରମ୍ପରାକୁ ବିଶ୍ଲେଷଣ କରାଯାଏ- ପୌରାଣିକ ଓ ଇତିହାସ ପୃଷ୍ଠାରେ ଏହାର ସ୍ବାକ୍ଷର ଲିପିବଦ୍ଧ ହୋଇରହିଛି। ପ୍ରାଚୀନ ସିନ୍ଧୁ ସଭ୍ୟତାରେ ସନ୍ଦେଶ ବାହକଙ୍କ ଉପସ୍ଥିତି ଏଠାରୁ ପ୍ରାପ୍ତ ଶିଳାଲେଖରୁ ଜଣାପଡ଼େ। ସେହିପରି ଋଗ୍‌ବେଦରେ ପ୍ରଶିକ୍ଷିତ ସନ୍ଦେଶ ବାହକଙ୍କ ଉଲ୍ଲେଖ ରହିଛି। ସମ୍ରାଟ୍‌ ଚନ୍ଦ୍ରଗୁପ୍ତ ମୌଯର୍‌ୟ ଡାକ ପରିବହନକୁ ଆଫଗାନିସ୍ଥାନରୁ ବର୍ମା ପର୍ଯ୍ୟନ୍ତ ନିଜ ରାଜଧାନୀ ପାଟଳିପୁତ୍ରଠାରୁ ପରିଚାଳନା କରୁଥିଲେ। ଭାରତୀୟ ଡାକ ପ୍ରଣାଳୀରେ ପ୍ରଶିକ୍ଷିତ ପାରାଙ୍କ ଗୋଡରେ ଓ ଗଳାରେ ଦେଶର ଗୁପ୍ତ ବାର୍ତ୍ତାକୁ ସମ୍ରାଟ ଅଶୋକ ପ୍ରେରଣ କରୁଥିଲେ ା ସେ କାଳର ରାସ୍ତାଗୁଡିକରେ ପତ୍ରବାହକଙ୍କ ସୁବିଧା ପାଇଁ ଥିବା କୂଅ, ରହିବା ଜାଗାମାନଙ୍କରୁ ଏହାର ପ୍ରମାଣ ମିଳିଥାଏ। କାଳିଦାସଙ୍କ ମେଘମହ୍ଲାର, ଦମୟନ୍ତୀଙ୍କ ହଂସ, ରାମାୟଣର ହନୁମାନ, ଅନାରକଲିଙ୍କ ହରିଣ, ସଲିମଙ୍କ ପାରା, ସେରସାହାଙ୍କ ଘୋଡା, ଆକବରଙ୍କ ଓଟ, ସିରାଜଉଦ୍ଦୌଲାଙ୍କ ବଳଦଗାଡି ପ୍ରଭୃତି ବାର୍ତ୍ତା ପ୍ରେରଣର ମାଧ୍ୟମ ଥିଲା।
ମୋଗଲ ଶାସନ କାଳରେ ବାଦଶାହ ବାବର ଗୋପନୀୟ ତଥ୍ୟ ପ୍ରେରଣ ପାଇଁ ସଂଚାର ବ୍ୟବସ୍ଥାକୁ ମଜଭୁତ କରିଥିଲେ। ଆକବର ସେନାମାନଙ୍କ ମଧ୍ୟରୁ ପ୍ରଶିକ୍ଷିତ ସନ୍ଦେଶ ଦୌଡାଳିମାନେ ଘୋଡା ଓ ମରୁଭୂମିରେ ଓଟ ଦ୍ୱାରା ପତ୍ର ପ୍ରେରଣ କରୁଥିବାର ପ୍ରମାଣ ରହିଛି। ଜାହାଙ୍ଗୀର ପ୍ରଥମ ଥର ପ୍ରଶିକ୍ଷିତ ପାରା ସେବା ଖବର ପରିବେଷଣ ପାଇଁ ଆରମ୍ଭ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସେରଶାହ ସୂରୀ ତାଙ୍କ ପାଞ୍ଚ ବର୍ଷ ଶାସନ (୧୫୪୦-୧୫୪୫) ମଧ୍ୟରେ ବଙ୍ଗଳାଠାରୁ ସିନ୍ଧ୍‌ ଯାଏ ଗ୍ରାଣ୍ଡ ଟ୍ରଙ୍କ ରୋଡ ନିର୍ମାଣ କରିଥିଲେ ଏବଂ ରାସ୍ତାର ଉଭୟ ପଟରେ ୧୭୦୦ ଆବାସ ସ୍ଥଳୀ ନିର୍ମାଣ କରିଥିଲେ, ଯାହା ଡାକ ନେବାଆଣିବା ପାଇଁ ନିୟୋଜତ ବ୍ୟକ୍ତି ଓ ପଶୁମାନଙ୍କ ସୁବିଧା ପାଇଁ ବ୍ୟବହାର ହେଉଥିଲା। ଡାକ ଦୌଡାଳିଙ୍କ ସାହାଯ୍ୟରେ ନିଆଯାଉଥିବା ଡାକସେବାକୁ ଖାମନୀ ଡାକ, ବ୍ରାହ୍ମଣୀ ଡାକ, ମହାଜନୀ, ଅଞ୍ଚଳ, ସରଫା, ନିଜାମତ, ଚିଲିକା ଡାକ, ନୱାବ ଲୁଣ ଡାକ ନାମରେ ନାମିତ କରାଯାଇଥିଲା।
ଆଧୁନିକ ଯୁଗରେ ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀର ବାଣିଜ୍ୟ କାରବାର ସୁଚାରୁରୂପେ ପରିଚାଳନା ପାଇଁ ମାଡ୍ରାସ, କଲିକତା ଓ ବମ୍ବେଠାରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ପରମ୍ପରାଗତ ଡାକ ବ୍ୟବସ୍ଥା ଡାକ ଦୌଡାଳିଙ୍କ ସାହାଯ୍ୟରେ ଲର୍ଡକ୍ଲାଇଭ ଓ ୱାରେନ ହେଷ୍ଟିଙ୍ଗ୍‌ସଙ୍କ ସମୟରେ ସୁଧାର ହୋଇ ୧୬୮୮ ମସିହା ଯାଏ ଚାଲିଥିଲା। ଇଂରେଜମାନେ ୧୬୮୮ରେ ବମ୍ବେଠାରେ ପ୍ରଥମ ଡାକଘର ସ୍ଥାପନ ସହ ଭାରତରେ ବ୍ୟବସ୍ଥିତ ଡାକସେବାର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୭୨୭ରେ କଲିକତାଠାରେ ଦ୍ୱିତୀୟ ଡାକଘର ଓ ୧୭୭୪ ମସିହାରେ ପୋଷ୍ଟ ମାଷ୍ଟର ଜେନେରାଲ ପଦବୀ ଆରମ୍ଭ କରିଥିଲେ। ୧୭୮୬ ମସିହାରେ ମାଡ୍ରାସଠାରେ ଡାକ ବିଭାଗ ସାଧାରଣ ପୋଷ୍ଟ ଅଫିସ ସ୍ଥାପନ ସହ ଚିଠିପତ୍ର ଆଦାନପ୍ରଦାନ ସମୟସୀମା କମ୍‌ ହୋଇଥିଲା। ସାର୍‌ ରୋନାଲଡ ହିଲଙ୍କର ଦିଗ୍‌ଦର୍ଶନରେ ବିଶ୍ୱର ପ୍ରଥମ ଡାକଟିକଟର ଜନ୍ମ ୧୮୪୦ ମସିହା ଜୁଲାଇ ୧ ତାରିଖରେ ଇଂଲଣ୍ଡରେ ହୋଇଥିଲା। ୧୮୫୨ରେ ଭାରତରେ ସିନ୍ଧେ ଡାକ ପ୍ରଚଳନ ସାର୍‌ ବ୍ରାଟଲେ ଫ୍ରେରେଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା। ୧ ଅକ୍ଟୋବର, ୧୮୫୪ରେ ଭାରତୀୟ ଡାକ ବ୍ୟବସ୍ଥିତ ଭାବେ ଏକ ଦରର ଡାକଟିକଟ ଲଗାଇ ପତ୍ର ଯିବା-ଆସିବା ଆରମ୍ଭ ହୋଇଥିଲା।
ସ୍ବାଧୀନତା ପରେ ୧୯୪୭ରେ ମାତ୍ର ୨୩,୩୪୪ ଡାକଘର ଥିବାବେଳେ ଏବେ ଏହାର ସଂଖ୍ୟା ୧.୫ ଲକ୍ଷରୁ ଅଧିକ। ଡିଜିଟାଲ ମିଡିଆର ଦ୍ରୁତ ବିକାଶ ଓ ପ୍ରସାର ଦ୍ୱାରା ବର୍ତ୍ତମାନ ଡାକ ଟିକଟ ତଥା ଚିଠିପତ୍ରର ଆଦାନ ପ୍ରଦାନ ସ୍ଥାଣୁ ହେବା ସହ ଏକପ୍ରକାର ସଂଗ୍ରାହକଙ୍କ ଆଲବମ୍‌ରେ ସୀମାବଦ୍ଧ ହେବାକୁ ବସିଛି। ମାତ୍ର ସ୍ବଳ୍ପ ମୂଲ୍ୟରେ କଶ୍ମୀରଠାରୁ କନ୍ୟାକୁମାରୀ ଯାଏ ଅପହଞ୍ଚ ଦୂରତାକୁ କମ୍‌ ସମୟରେ ପ୍ରିୟଜନମାନଙ୍କ ଖବର ପହଞ୍ଚାଇବାର ପ୍ରୟାସ ଆଜି ମଧ୍ୟ ଜାରି ରହିଛି।
ଏକଦା ଚିଠିପତ୍ର ଆଦାନପ୍ରଦାନର ଏକମାତ୍ର ବାହକ ଡାକବାଲାର ଡାକ ‘ଚିଠି ନବ ଚିଠି’ ଆଜି କମ୍‌ ହେବାରେ ଲାଗିଛି। ଭାରତୀୟ ଡାକ ବିଭାଗ ତରଫରୁ ଏପର୍ଯ୍ୟନ୍ତ ନିତ୍ୟବ୍ୟବହୃତ ଓ ସ୍ମୃତିଭିତ୍ତିକ ୪୦୦୦ରୁ ଊର୍ଦ୍ଧ୍ୱ ଡାକଟିକଟ ପ୍ରକାଶିତ ହୋଇଛି। ୧୯୨୬ରୁ ମହାରାଷ୍ଟ୍ର ନାସିକର ପ୍ରତିରକ୍ଷା ଛାପାଖାନା ଓ ପରବର୍ତ୍ତୀ ସମୟରେ ହାଇଦ୍ରାବାଦଠାରୁ ଡାକ ସାମଗ୍ରୀ ପ୍ରକାଶିତ ହୋଇ ଭାରତର ପ୍ରମୁଖ ସହର ଓ ରାଜ୍ୟ ରାଜଧାନୀରେ ଥିବା ଫିଲାଟେଲିକ ବ୍ୟୁରୋ ଓ କାଉଣ୍ଟର ସାହାଯ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦେଶ ବିଦେଶରେ ୫୦ରୁ ଅଧିକ ଡାକଟିକଟ ପ୍ରଚଳନ ସହ ସଂଗ୍ରାହକମାନେ ଏ ସବୁକୁ ପାଇବା ପାଇଁ ଡାକ ବିଭାଗ, ପତ୍ରବନ୍ଧୁ, କ୍ଲବ୍‌ ସଦସ୍ୟମାନଙ୍କ ସାହାଯ୍ୟ ନେଉଛନ୍ତି।
ମୋ-୭୯୭୮୫୫୧୦୮୦


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri