ଡାଇଭର୍ସନ ରାସ୍ତା ବିପଦସଙ୍କୁଳ

ଝୁମ୍ପୁରା, ୨।୬ (ଡି.ଏନ୍‌.ଏ.)-ଝୁମ୍ପୁରା ବଜାର ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ, ବ୍ଲକ, ଡାକ୍ତରଖାନା, ସ୍କୁଲକୁ ସଂଯୋଗ କରୁଥିବା ୨ଟି ମୁଖ୍ୟରାସ୍ତା, ଝୁମ୍ପୁରା – ଉଖୁଣ୍ଡା ରାସ୍ତା ଏବଂ ୨୦ନଂ ଜାତୀୟ ରାଜପଥର ବାଇପାସ୍‌ ରାସ୍ତାରେ ଏବେ ୨ଟି ସ୍ଥାନରେ ପୋଲ ନିର୍ମାଣାଧୀନ ରହିଥିବାରୁ ଡାଇଭର୍ସନ ରାସ୍ତା ଦେଇ ଗାଡ଼ି, ବାଇକ, ସାଧାରଣ ପଥଚାରୀଙ୍କ ଯାତାୟାତ ରହିଛି। ତେବେ ଡାଇଭର୍ସନ ରାସ୍ତା ବିପଦସଙ୍କୁଳ ହୋଇପଡିଥିବା ଏବଂ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, କାନପୁର ଜଳସେଚନ ପ୍ରକଳ୍ପର ୨ଟି କେନାଲ ଝୁମ୍ପୁରା ଅଞ୍ଚଳର ବ୍ଲକ ରୋଡ୍‌ର ଅଗ୍ନିଶମ ସେବାକେନ୍ଦ୍ର ନିକଟରେ ଗୋଟିଏ ଏବଂ ଝୁମ୍ପୁରା ବଡବନ୍ଧ ନିକଟରେ ଅନ୍ୟ କେନାଲ ରାସ୍ତା କ୍ରସ୍‌ କରୁଛି। ଏଥିପାଇଁ ପୋଲ ନିର୍ମାଣର ଆବଶ୍ୟକତା ଦୃଷ୍ଟିରୁ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ଜଣେ ଠିକାଦାରକୁ ୨ଟି ଯାକ ପୋଲ ନିର୍ମାଣର ଦାୟିତ୍ୱ ଦିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରାଯାଇ ପୂର୍ତ୍ତ ବିଭାଗ ଦ୍ୱାରା ୨ଟି ଯାକ ପୋଲର ନିର୍ମାଣ କାମ କରାଯାଉ ଥିବାବେଳେ ଅଗ୍ନିଶମ ସେବା କେନ୍ଦ୍ର ପାଖ ପୋଲର ବ୍ୟୟ ଅଟକଳ ୫ କୋଟିରୁ ଊର୍ଦ୍ଧ୍ୱ ରହିଛି। ଝୁମ୍ପୁରା ବଡବନ୍ଧ ପାଖ ପୋଲର ବ୍ୟୟ ଅଟକଳ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରହିଛି ।
ଅଗ୍ନିଶମ ସେବାକେନ୍ଦ୍ର ପାଖ ପୋଲ ନିର୍ମାଣ କାମ ୧ବର୍ଷ ହେଲା ବନ୍ଦ ରହିଛି। ବନ୍ଦର କାରଣ ହେଲା ପୋଲର ଡିଜାଇନ ବଦଳାଯିବ ବୋଲି କୁହାଯାଉଛି। ହେଲେ ପୋଲ ପାଖର ଡାଇଭର୍ସନର ଅବସ୍ଥା କହିଲେ ନ ସରେ। କେବଳ ମାଟି ପକାଯାଇଥିବାରୁ ଡାଇଭର୍ସନ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ବର୍ଷା ହେଲେ ସାଧାରଣ ପଥଚାରୀ ଏବଂ ବାଇକ ଆରୋହୀଙ୍କୁ ହୀନସ୍ତା ହେବାକୁ ପଡ଼ୁଛି। ପୁଣି ଡାଇଭର୍ସନ ୨ପାର୍ଶ୍ୱରେ ବିରାଟ ଖାଲ, ଗୋଟିଏ ପଟେ କେନାଲ ଖାଲ, ଅନ୍ୟ ପଟେ ପୋଲ ନିର୍ମାଣ ପାଇଁ କରାଯାଇଥିବା ଫାଉଣ୍ଡେଶନରେ ମଧ୍ୟ ଖାଲ ହୋଇଛି। ଏପରିକି ଡାଇଭର୍ସନର ୨ପାର୍ଶ୍ୱରେ ସୁରକ୍ଷା ବାଡ଼ ମଧ୍ୟ ଦିଆଯାଉନାହିଁ। ଦୁର୍ଘଟଣା ନିତିଦିନିଆ କଥାରେ ପରିଣତ ହେଲାଣି। ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେବଳ ପ୍ରତିଶ୍ରୁତିରେ ଅଟକିଯାଉଛି।
ତେବେ ପୂର୍ତ୍ତ ବିଭାଗର ଉକ୍ତ ୨ଟି ପୋଲ ନିର୍ମାଣ ଦାୟିତ୍ୱରେ ରହିଥିବା ବିଭାଗୀୟ ଯନ୍ତ୍ରୀ ଅଭିମନ୍ୟୁ ନାଏକ ଏବଂ ନିହାର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡାଇଭର୍ସନ ରାସ୍ତା ନିର୍ମାଣ ହେବ, ସୁରକ୍ଷା ବାଡ଼ ଲଗାଯିବ। ଡିଜାଇନ ଆସିଲେ ଅଗ୍ନିଶମ ସେବାକେନ୍ଦ୍ର ପାଖ ପୋଲ ନିର୍ମାଣ କାମ ମଧ୍ୟ ଆରମ୍ଭ ହେବ ବୋଲି ଉଭୟେ କହିଛନ୍ତି। ତେବେ ବହୁ ପ୍ରସଙ୍ଗ ଯନ୍ତ୍ରୀ ଦ୍ୱୟ ଏଡାଇଯାଇଥିଲେ। ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri