ଠିକାଦାରଙ୍କୁ ଅପହରଣ: ସୁନା ଗହଣା ଦେଇ ମୁକୁଳାଇଲେ ସ୍ତ୍ରୀ

ଆସିକା,୨୭ା୪(ଡି.ଏନ୍‌.ଏ.)- ଆସିକା ଥାନାର ଆଲିପୁର ଗ୍ରାମଠାରେ ଗୁରୁବାର ରାତି ପ୍ରାୟ ୮ଟାରେ ଜଣେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଅପହୃତ ଠିକାଦାର ଜଣକ କୋଟିବାଡି ଗ୍ରାମର ପ୍ରଶାନ୍ତ ଗୌଡ (୪୭) ଓ ତାଙ୍କ ସହଯୋଗୀ ଆଲିପୁର ଗ୍ରାମର କାଳିଆ ଜେନା (୧୮)। ଅପହରଣକାରୀମାନେ ପ୍ରଶାନ୍ତ ଓ କାଳିଆଙ୍କୁ ମାଡମାରିବା ସହ ପ୍ରଶାନ୍ତଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀଙ୍କୁ ଟେଲିଫୋନ କରି ଟଙ୍କା ଓ ସୁନା ନଦେଲେ ପ୍ରଶାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଦୁର୍ବୃତ୍ତମାନେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଆଲିପୁର-ବାବନପୁର ଗ୍ରାମ୍ୟ ରାସ୍ତା କଡରେ ଥିବା ଏକ ବଡ ପୋଖରୀ ନିକଟ ଖାଲୁଆ ଚାଷ ଜମିରେ ନେଇ ଅଟକ ରଖିଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୭ଭରି ଓଜନର ୨ଟି ରାଣୀହାର, ଗୋଟିଏ ନାନୁ ଓ ଗୋଟିଏ ମୁଦି ସହ ନଗଦ ୧୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇ ସ୍ବାମୀଙ୍କୁ ମୁକୁଳାଇଥିବା ଜଣାଯାଇଛି। ଅପରପକ୍ଷେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ମୁକ୍ତ ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ରାତି ପ୍ରାୟ ସାଢେ ୧୨ଟାବେଳେ ଥାନାକୁ ଆଣିଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରଶାନ୍ତ ଓ କାଳିଆଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଆସିକା ପୋଲିସରେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ମୁଖା ପିନ୍ଧିଥିବା ଯୋଗୁ ସେ କାହାରିକୁ ଚିହ୍ନିପାରି ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ୩ଟି ବାଇକରେ ୮ଜଣ ଦୁର୍ବୃତ୍ତ ଆସିଥିବା ଓ ସାଥିରେ ଗୋଟିଏ କାର ମଧ୍ୟ ଆଣିଥିବା ସେ କହିଛନ୍ତି। ପ୍ରଶାନ୍ତ ଓ କାଳିଆ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନାରାୟଣ ପାତ୍ର ମଧ୍ୟ ସାଥିରେ ଥିଲେ। ଦୁର୍ବୃତ୍ତମାନେ ଆଲିପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଇଛି। ପ୍ରଶାନ୍ତ ୨ମାସ ହେଲା ବଟି ନଦେବାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ନଂ.୧୩୫/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri