ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ

ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ କରିଥିବା ଅଭିଯୋଗରେ ୪ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ନୋଇଡ଼ା ସେକ୍ଟର-୬୩ ଥାନା ଅଞ୍ଚଳର ଅନୁଜ ଅଗ୍ରୱାଲ(୩୫), ବୁଲାନସହର ଜିଲା ନଗର କୁଟୱାଲି ଥାନା ଅଞ୍ଚଳର ବିଶାଲ ଗମ୍ଭୀର(୪୩), ଗାଜିଆବାଦ ଜିଲା ସଦ୍ରା କୁଟୱାଲିର ଇମ୍ରାନ ଖାଁ(୪୪) ଏବଂ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଭକରସାହିର ତପନ କୁମାର ସାହୁ(୫୭)। ପୋଲିସ ସେମାନଙ୍କ ପାଖରୁ ଏକ କାର୍‌ (ସିଜି ୦୪ ଏମ୍‌ଜେ ୦୨୨୯), ଏକ ଭିଡିଓ କ୍ୟାମେରା, ଗୋଟିଏ ଲାପଟପ୍‌, ଗୋଟିଏ ଆଇପଡ୍‌, ୪ଟି ନକଲି ସାମ୍ବାଦିକ ପରିଚୟପତ୍ର, ନଗଦ ୧୯ ହଜାର ୬୮୦ ଟଙ୍କା ଏବଂ ୮ଟି ମୋବାଇଲ ଜବତ କରିଛି। ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ ୨୫ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି ।
ବୁଧବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କ୍ଷୀରସାଗର ନାଏକ ସୂଚନା ଦେଇ କହିଥିଲେ, ଗତ ୧୧ ତାରିଖରେ ଅଭିଯୁକ୍ତମାନେ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ଶତପଥୀଙ୍କ ନିକଟକୁ ଆସିଥିଲେ । ସେତେବେଳେ ସେମାନେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଫ୍ଲାଇଆସ୍‌ ଇଟା ତିଆରି ଶିଳ୍ପ କରିବାକୁ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ସେହି ପ୍ରକଳ୍ପ ମଞ୍ଜୁର ପାଇଁ ଟଙ୍କା ଯାଚିବା ସହିତ ଗୋପନୀୟ ଭାବେ ସେହି ସମୟର ଭିଡିଓ ରେକର୍ଡ଼ିଂ କରିଥିଲେ । ଏହା ସହିତ ଶତପଥୀଙ୍କଠାରୁ ଏକ ଫୋନ ନମ୍ବର ନେଇ ୧୨ ତାରିଖରେ ସେଠାରେ ପହଞ୍ଚିଥିଲେ। ଗତ ୧୧ ତାରିଖ ରେକର୍ଡ଼ିଂ ହୋଇଥିବା ଏକ ଭିଡିଓ କ୍ଲିପିଂକୁ ଦେଖାଇ ଟଙ୍କା ଦାବି କରିବା ସହିତ ତାଙ୍କୁ ସ୍ଥାନୀୟ ଏକ ବ୍ୟାଙ୍କର ବଜାର ବ୍ରାଞ୍ଚ ଏଟିଏମ ପାଖକୁ ପିସ୍ତଲ ଦେଖାଇ ଟାଣି ନେଇଥିଲେ। ଭୟଭୀତ ହୋଇ ସେହି ଏଟିଏମରୁ ଶତପଥୀ ୨୦ ହଜାର ଟଙ୍କା କାଢ଼ି ଅଭିଯୁକ୍ତମାନଙ୍କୁ ଦେଇଥିଲେ। ମାତ୍ର ସେତିକିରେ ଅଭିଯୁକ୍ତମାନେ ସନ୍ତୁଷ୍ଟ ନ ହୋଇ ଆହୁରି ୩ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ସେତେବେଳେ ବ୍ୟାଙ୍କକୁ ଯାଇଥିଲେ ମଧ୍ୟ ଟଙ୍କା କାଢ଼ିବା ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତମାନେ ଫେରି ଯାଇଥିଲେ ।
ମଙ୍ଗଳବାର ଅଭିଯୁକ୍ତମାନେ ପୁଣି ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶତପଥୀଙ୍କ ପାଖରେ ପହଞ୍ଚି ଟଙ୍କା ଦାବି କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ସେମାନଙ୍କୁ କାବୁ କରି ନେଇଥିଲେ। ତେବେ ଧରାପଡ଼ିବା ପରେ ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦିଷ୍ଟ ଏକ ଖବର ସରବରାହ ସଂସ୍ଥାର ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ। ପୋଲିସ ତନାଘନା କରି ସେମାନେ ଏକ ଠକ ଗ୍ୟାଙ୍ଗ ବୋଲି ଜାଣି ପାରିଥିଲା । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଉପରୋକ୍ତ ସାମଗ୍ରୀ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri