ଛତ୍ରପୁରରେ ଟ୍ରେନ୍‌ ଚେନ୍‌ ପୁଲିଂ କରି ପୁଣି ଓହ୍ଲାଇଲେ ୧୨୦୦ ପ୍ରବାସୀ: ଭୁଲିଗଲେ ସାମାଜିକ ଦୂରତା

ଛତ୍ରପୁର,୨୯ା୫(ଡି.ଏନ୍‌.ଏ)-ପୁଣି ଟ୍ରେନ ଚେନ ପୁଲିଂ କରି ଓହ୍ଲାଇ ପଡ଼ିଛନ୍ତି ପ୍ରବାସୀ। ଏପରି ଘଟଣା ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ସୁରଟରୁ ପ୍ରବାସୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌ର ଚେନ୍‌ ପୁଲିଂ କରି ଶୁକ୍ରବାର ସାରେ ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓହ୍ଲାଇ ପଡ଼ିଥିଲେ। ଏପରି କି ସାମାଜିକ ଦୂରତାକୁ ପଛରେ ପକାଇ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇ ଘଣ୍ଟା ଘଣ୍ଟା ଏକାଠି ରହିଥିବା ଦେଖିବାକୁ ମିଳିଥିଲା। ପ୍ରବାସୀମାନେ ଓହ୍ଲାଇ ପଡ଼ିବା ପରେ ଉକ୍ତ ଟ୍ରେନ୍‌ଟି ନିଜ ଗନ୍ତବ୍ୟ ସ୍ଥାନ ଅଭିମୁଖେ ଚାଲିଯାଇଥିବା ଜଣାପଡ଼ିଛି। ଖବରପାଇ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ଅମ୍ବିକା ପ୍ରସାଦ ଦଶ, ତହସିଲଦାର ନୀଳମାଧବ ଭୋଇ, ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀ ପ୍ରମୁଖ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଟ୍ରେନ୍‌ରୁ ଓହ୍ଲାଇ ପଡିଥିବା ଜିଲାର ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ବ୍ଲକର ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ବସ ଯୋଗେ ପଠାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ଗୋଖରକୁଦା ରାସ୍ତାରେ ଭାଙ୍ଗିଲା ଗଛ, ଘରେ ପଶିଲା ବର୍ଷା ଜଳ

ଗଞ୍ଜାମ,୨୫।୯(ବିଦ୍ୟାଧର ସାହୁ ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ତୁହାକୁ ବର୍ଷା ପାଇଁ ଲୋକେ ଘରୁ ପଦାକୁ…

ଗଞ୍ଜାମରେ ଗଭୀର ଅବପାତର ପ୍ରଭାବ: NH-516A ରେ ଗଛ ପଡ଼ି ରାସ୍ତା ବନ୍ଦ

ଛତ୍ରପୁର,୨୫।୯(ଦିଲ୍ଲୀପ ସାମଲ) : ଗଭୀର ଅବପାତଜନିତ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଠାରୁ ପବନର ବେଗ ବଢ଼ିବାରେ ଲାଗିଛି । ଏହାର…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?