Posted inଖେଳ

ଟ୍ରେନିଂ କ୍ୟାମ୍ପ୍‌ ବେଳେ ଆଥଲେଟ୍‌ଙ୍କ ପାଇଁ କଟକଣା

ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁ ଖେଳାଳିମାନଙ୍କ ଲାଗି ଆଥଲେଟିକ୍ସ ଫେଡେରେଶନ ଅଫ୍‌୍‌ ଇଣ୍ଡିଆ(ଏଏଫ୍‌ଆଇ) ତରଫରୁ ନିଜସ୍ବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର(ଏସ୍‌ଓପି) ଜାରି କରାଯାଇଛି। ତଦାନୁସାରେ ଲକ୍‌ଡାଉନ୍‌ ବେଳେ ଖେଳାଳି ମାନେ ସେଲୁନକୁ ଯାଇ ପାରିବେ ନାହିଁ। କହାସହିତ କରମଦ୍ଦର୍ର୍ନ ଅବା ଆଲିଙ୍ଗନ କରିପାରିବେ ନାହିଁ। ପଡ଼ିଆରେ ଛେପ ପକାଇବେ ନାହିଁ। ସୋସିଆଲ ଗାଇଡ୍‌ଲାଇନ୍‌ ସହ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଅତିରିକ୍ତ ନିୟମକୁ ମାନି ଚଳିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏସଓପିରେ ରହିଥିବା ବ୍ୟବସ୍ଥା ଅନୁସାରେ ଜ୍ୱର, କାଶ ହେବା, ଛିଙ୍କିବା ଲକ୍ଷଣ ସମେତ ଅବସନ୍ନତା ଅନୁଭବ କରୁଥିବା ଆଥଲେଟମାନଙ୍କୁ ଟ୍ରେନିଂରୁ ବାରଣ କରାଯାଇଛି। ଏହି ଲକ୍ଷଣ ପରିଲକ୍ଷିତ ହେବାମାତ୍ରେ ସମ୍ପୃକ୍ତ ଆଥଲେଟ୍‌ ତୁରନ୍ତ ଏ ବିଷୟରେ ମୁଖ୍ୟ କୋଚ୍‌ କିମ୍ବା ହାଇପରଫର୍ମାନ୍ସ ଡାଇରେକ୍ଟରଙ୍କୁ ଅବଗତ କରାଇବେ। ବାହାର ଖାଦ୍ୟ ଖାଇବାକୁ ମଧ୍ୟ ମନା ରହିଛି। ଆଥଲେଟ୍‌ମାନଙ୍କୁ ସେମାନଙ୍କ ନିଜସ୍ବ ପାଣି ବୋତଲ, ଏନର୍ଜି ଡ୍ରିଙ୍କ୍‌ ବ୍ୟତୀତ ହ୍ୟାଣ୍ଡ ସାନିଟାଇଜର ଏବଂ ଟାଓ୍ବେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଟ୍ରେନିଂ ଆରମ୍ଭ ହେବା ସମୟର ୫ ମିନିଟ ପୂର୍ବରୁଆଥଲେଟମାନଙ୍କୁ ସେମାନଙ୍କ ରୁମ୍‌ ଛାଡ଼ିବାକୁ ହେବ। ଟ୍ରେନିଂ ଶେଷ ହେବା ମାତ୍ରେ ଏଣେତେଣେ ବୁଲାବୁଲି ନ କରି ତୁରନ୍ତ ନିଜ ହଷ୍ଟେଲ ରୁମ୍‌କୁ ଫେରିବା ଲାଗି ସେମାନଙ୍କୁ କୁହାଯାଇଛି। ଆଥଲେଟମାନେ ଟ୍ରେନିଂ ବେଳେ ଫୁଲ୍‌ସ୍ଲିଭ୍‌ ଟି-ଶାର୍ଟ ପରିଧାନ କରିବେ। ଟ୍ରେନିଂ କଟକଣା ବେଳେ ସେମାନଙ୍କୁ ସାଉନା/ଆଇସ୍‌ ବାଥ୍‌ ସୁବିଧା ଉପଲବ୍ଧ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତାର ରାଜ ଖୋଲିଲେ କୋଚ, ଆପଣବି ଜାଣିଲେ…

ନୂଆଦିଲ୍ଲୀ,୧୪।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ମୋହିତ କରିଛନ୍ତି। କ୍ରିକେଟ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ସମସ୍ତେ ତାଙ୍କ ବିସ୍ଫୋରକ ବ୍ୟାଟିଂ…

ଇତିହାସ ରଚିଲେ ଶୁବମନ ଗିଲ, ଓ୍ବାନ ଡେ କ୍ରିକେଟରେ ଏତିକି ରନ୍‌ କରି ପଛରେ ପକାଇଲେ…

ନୂଆଦିଲ୍ଲୀ,୧୪।୬: ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ରେ ଭାରତର ଏକଦିବସୀୟ ଅଧିନାୟକ ଶୁବମନ ଗିଲ ଏକ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ଷା ପ୍ରଭାବିତ…

Video: ଟିମ ଇଣ୍ଡିଆର ଡ୍ରେସିଂ ରୁମ କ୍ରିକେଟ: ବର୍ଷା ମଧ୍ୟରେ ଖେଳାଳିମାନେ ଏମିତି କଲେ ଟାଇମ ପାସ, ଏବେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୪।୬: ଶନିବାର ଭାରତୀୟ କ୍ରିକେଟ ଦଳ ଆଫଗାନିସ୍ତାନକୁ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ତଥାପି, ପ୍ରତି ଇନିଂସରେ ମ୍ୟାଚ…

କ୍ରିକେଟରଙ୍କୁ ମାଡ଼ ମାରିଲେ ପୋଲିସ, ଉତ୍ତେଜନା ପରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ

ଢ଼ାକା,୧୪ା୬: ବାଂଲାଦେଶ କ୍ରିକେଟ୍ ବର୍ତ୍ତମାନ ଏକ ବିବାଦ ଯୋଗୁଁ ଚର୍ଚ୍ଚାରେ ରହିଛି । ବାଂଲାଦେଶୀ ସ୍ପିନର ନୟିମ ହାସନଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଆକ୍ରମଣ ହୋଇଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri