Categories: ଖେଳ

ଟ୍ରେନିଂ ଆରମ୍ଭ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଅନୁମତି

ଜୋହାନ୍ସବର୍ଗ, ୩୦ା୬ (ପି.ଟି.):ଟ୍ରେନିଂ ଆରମ୍ଭ କରିବା ଲାଗି କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। କରୋନା ଭାଇରସ ଯୋଗୁ ଗତ ମାର୍ଚ୍ଚ ମାସରୁ ଦକ୍ଷିଣ ଆଫ୍ରିକାରେ କ୍ରିକେଟ କାର୍ଯ୍ୟକଳାପ ବନ୍ଦ ରହିଛି। ଗୁରୁବାର ସିଏସ୍‌ଏର ବୈଠକ ବସିବ। ମହିଳା ଓ ପୁରୁଷ ଦଳର କିପରି ଟ୍ରେନିଂ ଆରମ୍ଭ ହେବ ସେ ନେଇ ବିଚାର ଆଲୋଚନା ହେବ। ଟ୍ରେନିଂ ଅବା ଖେଳିବା ଲାଗି ମନ୍ତ୍ରଣାଳୟଠାରୁ ଅନୁମତି ନ ମିଳିବାରୁ ସିଏସ୍‌ଏ ଗତ ସପ୍ତାହରେ ଏକ ଥ୍ରି-ଟିମ୍‌ ଏକ୍‌ଜିବିଶନ ଇଭେଣ୍ଟ ବାତିଲ କରିଥିଲା। ଖବର ଅନୁସାରେ ଦକ୍ଷିଣ ଆଫ୍ରିକାରେ କୋଭିଡ୍‌-୧୯ ମାମଲା ସଂଖ୍ୟା ୧,୩୮, ୦୦୦ରୁ ଅଧିକ ରହିଛି। ଇତିମଧ୍ୟରେ ୨,୪୦୦ଜଣଙ୍କର ମୃତ୍ୟୁ ଘଟିଲାଣି। ଅଗଷ୍ଟରେ ତିନୋଟି ଟି୨୦ ଖେଳିବା ଲାଗି ଭାରତ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଆସିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଭାରତରେ କରୋନା ପଜିଟିଭ ସଂଖ୍ୟା ଦ୍ରୁତଗତିରେ ବ୍ୟାପିବାରେ ଲାଗିଥିବାରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏପର୍ଯ୍ୟନ୍ତ ଟ୍ରେନିଂ ଆରମ୍ଭ କରିପାରି ନାହାନ୍ତି।

Share