ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମାଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି। ଏହା ସହିତ ଦକ୍ଷିଣ ଓଡ଼ିଶାପଡ଼ୋଶୀ ଆନ୍ଧ୍ରପ୍ରଦେଶପୁରୀ ଓ ଭୁବନେଶ୍ୱର ଆଦି ଅଞ୍ଚଳରୁ ମଧ୍ୟ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମିନାବଜାରରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି ା ସେହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ଅନେକ ଗାଡ଼ି ଯିବାଆସିବା କରୁଛି। ଏଭଳି କ୍ଷେତ୍ରରେ ମୀନା ବଜାରକୁ ଆସୁଥିବା ଲୋକେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି । ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହୁଛି। ଏନେଇ ପୋଲିସକୁ ଅଭିଯୋଗ କଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ ପାର୍କିଂ ଆଳରେ ମନଇଚ୍ଛା ଚାନ୍ଦା ଆଦାୟ କରୁଛନ୍ତି। ଲୋକେ ନିରୁପାୟ ହୋଇ ସେମାନଙ୍କୁ ପଇସା ଦେବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ ରାସ୍ତା କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ କରିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଅନ୍ୟପଟେ ମୀନାବଜାର ଯେଉଁ ଦୁଇଟି ସ୍ଥାନରେ ହୋଇଛି ସେହି ରାସ୍ତା ଦେଇ ଯିବା ଓ ଆସିବା ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ବେଳେ ୧୦୦ ମିଟର ରାସ୍ତା ଅତିକ୍ରମ କରିବା ସମସ୍ୟା ହେଉଛି। ତା’ ବଦଳରେ ଲୋକମାନଙ୍କୁ ୧ କି.ମି.ରୁ ପ୍ରାୟ ୨ କି.ମି. ରାସ୍ତା ବୁଲିକରି ଯିବାକୁ ପଡ଼ୁଛି । ସେଠାରେ ମୀନା ବଜାର କରିବା ପାଇଁ କିଏ ଅନୁମତି ଦେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ କିଛିଦିନ ହେଲା ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆ ସମ୍ମୁଖ ରାସ୍ତା ଓ ପଛପଟେ ଥିବା ଅନ୍ୟ ଏକ ମିନାବଜାର ଯୋଗୁ ସେହି ରାସ୍ତାଗୁଡ଼ିକ ସନ୍ଧ୍ୟା ବେଳେ ଭିଡ ରହୁଛି। ଟାଉନ ଥାନା ନିକଟରେ ଏଭଳି ଟ୍ରାଫିକ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ । ମୀନାବଜାରଠାରୁ ଟାଉନ ଥାନାର ଦୂରତା ମାତ୍ର ୫୦ ମିଟର ହୋଇଥିବା ବେଳେ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଅବହେଳା କରୁଥିବା ଅଭିଯୋଗ ହେଉଛି ।

ନିୟମାନୁସାରେଏଭଳି ମିନାବଜାର ଖୋଲା ସ୍ଥାନରେ କିମ୍ବା ସହର ବାହାରେ କରିବା କଥା। କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୭ ଠାକୁରାଣୀ ଯାତ୍ରା ସମୟରେ ପିଭିଏନ ରାଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଚର୍ଚ୍ଚ ପଡ଼ିଆରେ ମୀନା ବଜାର ଖୋଲିଥିଲା। କିନ୍ତୁ ଟ୍ରାଫିକ୍‌ ସମସ୍ୟା ଯୋଗୁ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ତେବେ ଟାଉନ ଥାନା ନିକଟରେ ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆରେ ଏକ ମୀନାବଜାର ଖୋଲିଥିବା ବେଳେ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ଧର୍ମନଗର ଛକ  ପଡ଼ିଆରେ ଆଉ ଏକ ମୀନାବଜାର ଖୋଲିଛି। ଏହି ରାସ୍ତା ଦେଇ ହଜାର ହଜାର ଭକ୍ତ ମାଙ୍କ ଅସ୍ଥାୟୀ ମନ୍ଦିରକୁ ଯାଉଛନ୍ତି। ସେପଟେ ମୀନବଜାର ଗହଳି ସାଙ୍ଗକୁ ଭକ୍ତଙ୍କ ଗହଳି ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଏ କ୍ଷେତ୍ରରେ ଟାଉନ ଥାନା ପୋଲିସ ଚୁପ୍‌ ହୋଇ ରହିବା ପଛରେ କାରଣ କଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ୩ୟ ପର୍ଯ୍ୟାୟ ମତଦାନ ପାଇଁ ବ୍ରହ୍ମପୁର ପୋଲିସ ଜିଲାରୁ ୨୫୦ କନଷ୍ଟେବଳ ଏବଂ ୫ ଥାନାଧିକାରୀ ପୁରୀ ଜିଲାର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଏହାର ଆଳ ଦେଖାଇ ଷ୍ଟାଫ ନ ଥିବା କହି ପୋଲିସ ନିଜ ଦାୟିତ୍ୱରୁ ଓହରିଯାଉଛି। ତୁରନ୍ତ ବରିଷ୍ଠ ପୋଲିସ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଏସଏସଭିଟି ସିନେମା ହଲ ପଡ଼ିଆ ରାସ୍ତା ଓ ଧର୍ମନଗର ଛକ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ମୀନା ବଜାର ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ କରନ୍ତୁ । ନ ଚେତ ଦୁଇଟି ଯାକ ମୀନା ବଜାର ବନ୍ଦ କରି ସହର ବାହାରେ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ଟ୍ରାଫିକ ସମସ୍ୟା ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତିମୀନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ୩ୟ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୨୫୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଜିଲାକୁ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲଣ୍ଟିୟରଙ୍କୁ ନେଇ ମାଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା  ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏପରିକି ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ,ତାହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ମୀନା ବଜାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?