ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମାଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି। ଏହା ସହିତ ଦକ୍ଷିଣ ଓଡ଼ିଶାପଡ଼ୋଶୀ ଆନ୍ଧ୍ରପ୍ରଦେଶପୁରୀ ଓ ଭୁବନେଶ୍ୱର ଆଦି ଅଞ୍ଚଳରୁ ମଧ୍ୟ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ଆସୁଛନ୍ତି। ମିନାବଜାରରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି ା ସେହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ଅନେକ ଗାଡ଼ି ଯିବାଆସିବା କରୁଛି। ଏଭଳି କ୍ଷେତ୍ରରେ ମୀନା ବଜାରକୁ ଆସୁଥିବା ଲୋକେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି । ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ୍‌ ରହୁଛି। ଏନେଇ ପୋଲିସକୁ ଅଭିଯୋଗ କଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ ପାର୍କିଂ ଆଳରେ ମନଇଚ୍ଛା ଚାନ୍ଦା ଆଦାୟ କରୁଛନ୍ତି। ଲୋକେ ନିରୁପାୟ ହୋଇ ସେମାନଙ୍କୁ ପଇସା ଦେବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟକରଣ ରାସ୍ତା କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ କରିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଅନ୍ୟପଟେ ମୀନାବଜାର ଯେଉଁ ଦୁଇଟି ସ୍ଥାନରେ ହୋଇଛି ସେହି ରାସ୍ତା ଦେଇ ଯିବା ଓ ଆସିବା ବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ବେଳେ ୧୦୦ ମିଟର ରାସ୍ତା ଅତିକ୍ରମ କରିବା ସମସ୍ୟା ହେଉଛି। ତା’ ବଦଳରେ ଲୋକମାନଙ୍କୁ ୧ କି.ମି.ରୁ ପ୍ରାୟ ୨ କି.ମି. ରାସ୍ତା ବୁଲିକରି ଯିବାକୁ ପଡ଼ୁଛି । ସେଠାରେ ମୀନା ବଜାର କରିବା ପାଇଁ କିଏ ଅନୁମତି ଦେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ କିଛିଦିନ ହେଲା ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆ ସମ୍ମୁଖ ରାସ୍ତା ଓ ପଛପଟେ ଥିବା ଅନ୍ୟ ଏକ ମିନାବଜାର ଯୋଗୁ ସେହି ରାସ୍ତାଗୁଡ଼ିକ ସନ୍ଧ୍ୟା ବେଳେ ଭିଡ ରହୁଛି। ଟାଉନ ଥାନା ନିକଟରେ ଏଭଳି ଟ୍ରାଫିକ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନାହିଁ । ମୀନାବଜାରଠାରୁ ଟାଉନ ଥାନାର ଦୂରତା ମାତ୍ର ୫୦ ମିଟର ହୋଇଥିବା ବେଳେ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଅବହେଳା କରୁଥିବା ଅଭିଯୋଗ ହେଉଛି ।

ନିୟମାନୁସାରେଏଭଳି ମିନାବଜାର ଖୋଲା ସ୍ଥାନରେ କିମ୍ବା ସହର ବାହାରେ କରିବା କଥା। କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ୨୦୧୭ ଠାକୁରାଣୀ ଯାତ୍ରା ସମୟରେ ପିଭିଏନ ରାଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଚର୍ଚ୍ଚ ପଡ଼ିଆରେ ମୀନା ବଜାର ଖୋଲିଥିଲା। କିନ୍ତୁ ଟ୍ରାଫିକ୍‌ ସମସ୍ୟା ଯୋଗୁ ପୋଲିସ ଏହାକୁ ବନ୍ଦ କରି ଦେଇଥିଲା। ତେବେ ଟାଉନ ଥାନା ନିକଟରେ ଏସ୍‌ଏସ୍‌ଭିଟି ସିନେମା ହଲ ପଡ଼ିଆରେ ଏକ ମୀନାବଜାର ଖୋଲିଥିବା ବେଳେ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ଧର୍ମନଗର ଛକ  ପଡ଼ିଆରେ ଆଉ ଏକ ମୀନାବଜାର ଖୋଲିଛି। ଏହି ରାସ୍ତା ଦେଇ ହଜାର ହଜାର ଭକ୍ତ ମାଙ୍କ ଅସ୍ଥାୟୀ ମନ୍ଦିରକୁ ଯାଉଛନ୍ତି। ସେପଟେ ମୀନବଜାର ଗହଳି ସାଙ୍ଗକୁ ଭକ୍ତଙ୍କ ଗହଳି ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଏ କ୍ଷେତ୍ରରେ ଟାଉନ ଥାନା ପୋଲିସ ଚୁପ୍‌ ହୋଇ ରହିବା ପଛରେ କାରଣ କଣ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ ୩ୟ ପର୍ଯ୍ୟାୟ ମତଦାନ ପାଇଁ ବ୍ରହ୍ମପୁର ପୋଲିସ ଜିଲାରୁ ୨୫୦ କନଷ୍ଟେବଳ ଏବଂ ୫ ଥାନାଧିକାରୀ ପୁରୀ ଜିଲାର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଏହାର ଆଳ ଦେଖାଇ ଷ୍ଟାଫ ନ ଥିବା କହି ପୋଲିସ ନିଜ ଦାୟିତ୍ୱରୁ ଓହରିଯାଉଛି। ତୁରନ୍ତ ବରିଷ୍ଠ ପୋଲିସ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଏସଏସଭିଟି ସିନେମା ହଲ ପଡ଼ିଆ ରାସ୍ତା ଓ ଧର୍ମନଗର ଛକ ରୁକ୍କଣୀ ସିନେମା ହଲ ପାର୍ଶ୍ୱରେ ଥିବା ମୀନା ବଜାର ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ କରନ୍ତୁ । ନ ଚେତ ଦୁଇଟି ଯାକ ମୀନା ବଜାର ବନ୍ଦ କରି ସହର ବାହାରେ ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ଟ୍ରାଫିକ ସମସ୍ୟା ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତିମୀନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ୩ୟ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୨୫୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଜିଲାକୁ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲଣ୍ଟିୟରଙ୍କୁ ନେଇ ମାଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା  ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏପରିକି ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ,ତାହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ମୀନା ବଜାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri