ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ଘଟିବ

ଓ୍ବାଶିଂଟନ,୨୩ା୫: ଅଣାୟତ୍ତ କରୋନା ସଙ୍କଟ ଏବଂ ଅର୍ଥନୈତକ ଅବନତି ଯୋଗୁ ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଐତିହାସିକ ପରାଜୟ ଘଟିବ। ଆମେରିକାର ଏକ ନିର୍ବାଚନ ମଡେଲ ଏଭଳି ଆକଳନ କରିଛି। ବେରୋଜଗାରୀ, ବ୍ୟୟ ଯୋଗ୍ୟ ଆୟ, ମୁଦ୍ରାସ୍ଫୀତିକୁ ଆଧାରକରି ଅକ୍ସଫୋର୍ଡର ଅର୍ଥଶାସ୍ତ୍ରୀମାନେ ଏକ ମଡେଲ ଜରିଆରେ ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିଛନ୍ତି। ତଦନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଶୋଚନୀୟ ପରାଜୟ ଘଟିବ। ସେ ମାତ୍ର ୩୫% ଭୋଟ ପାଇବେ ବୋଲି ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ରିପୋର୍ଟରୁ ଜଣାପଡ଼ିଛି।
କରୋନା ଭାଇରସ୍‌ର ପ୍ରକୋପରେ ଆମେରିକାରେ ପ୍ରାୟ ୧୬ ଲକ୍ଷ ୪୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୯୭ହଜାରରୁ ଊର୍ଦ୍ଧ୍ୱ ଜୀବନ ଗଲାଣି। ଏହି ସଙ୍କଟ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଖରାପ ହୋଇପଡ଼ିଛି, ଯାହାକି ଟ୍ରମ୍ପ୍‌ଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। କହିବାକୁ ଗଲେ କରୋନା ସଂକ୍ରମଣ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି। କାରଣ କରୋନା ପ୍ରକୋପ ପୂର୍ବରୁ କରାଯାଇଥିବା ଏକ ଅଧ୍ୟୟନରେ ଟ୍ରମ୍ପଙ୍କୁ ୫୫ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଥିଲା। ସୂଚନାଥାଉ କି ୧୯୪୮ରୁ ବର୍ତ୍ତମାନ ଯାଏ ଅର୍ଥାତ୍‌ ଗତ ୧୮ଟି ରାଷ୍ଟ୍ରପତି ନିର୍ବାଚନର ବିଜେତାଙ୍କ ସମ୍ପର୍କରେ ଏହି ମଡେଲ କରିଥିବା ଭବିଷ୍ୟବାଣୀ ମଧ୍ୟରୁ ୧୬ଟି ଠିକ୍‌ ସାବ୍ୟସ୍ତ ହୋଇଛି। କେବଳ ୧୯୬୮ ଏବଂ ୧୯୭୬ରେ ଏହାର ପୂର୍ବାନୁମାନ ବିଫଳ ହୋଇଥିଲା।
ଅକ୍ସଫୋର୍ଡ ଅର୍ଥନୀତିଜ୍ଞ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଜିତିଲେ ତାହା ଏକ ଚମତ୍କାର ହେବ। କିନ୍ତୁ କରୋନା ଭାଇରସ୍‌ ଯୋଗୁ ଏପରି କୌଣସି ମ୍ୟାଜିକ ଘଟିବା ସମ୍ଭାବନା ନାହିଁ। ଦେଶର ଖରାପ ଆର୍ଥିକ ପୃଷ୍ଠଭୂମି ଯୋଗୁ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ନିର୍ବାଚନ ସମୟରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଫଳରେ ନଭେମ୍ବରରେ ଟ୍ରମ୍ପ୍‌ଙ୍କ ସାମ୍ନାରେ ଘୋର ଆର୍ଥିକ ମାନ୍ଦାବସ୍ଥା ପ୍ରତିବନ୍ଧକ ସାଜିବ ବୋଲି ଅକ୍ସଫୋର୍ଡ ଅର୍ଥଶାସ୍ତ୍ରୀମାନେ କହିଛନ୍ତି। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ୬ ମାସ ମଧ୍ୟରେ ମହାମାରୀର ସ୍ଥିତି ଉପରେ ନିର୍ବାଚନ ଫଳାଫଳ ନିର୍ଭର କରିବ।
ଆମେରିକାର ମୁଖ୍ୟ ରଣନୀତିଜ୍ଞ ଗ୍ରେଗ୍‌ ଭାଲିଅର୍‌ ସିଏନ୍‌ଏନ୍‌କୁ କହିଛନ୍ତି, ସଂକ୍ରମଣ ବୃଦ୍ଧିପାଇଲେ ଲୋକେ ଭାବିବେ ଯେ, ଟ୍ରମ୍ପ୍‌ ଖୁବ୍‌ଶୀଘ୍ର ଦେଶକୁ ଖୋଲିଦେଇଛନ୍ତି। କିନ୍ତୁ ନୂଆ ସଂକ୍ରମଣ ହ୍ରାସ ପାଇଲେ ଟ୍ରମ୍ପଙ୍କୁ କିଛି ଶ୍ରେୟ ମିଳିବ ବୋଲି ଗ୍ରେଗ୍‌ କହିଛନ୍ତି। ଅବଶ୍ୟ ଟ୍ରମ୍ପଙ୍କ ହାତରେ ପ୍ରାୟ ୬ ମାସ ସମୟ ରହିଛି। ଫଳରେ ସେ ଜୋ ବିଡେନ୍‌ଙ୍କ ବିରୋଧରେ ପ୍ରଚାର ଅଭିଯାନକୁ ସକ୍ରିୟ କରିବା ସହ କରୋନା ଭାଇରସ୍‌ ଜନିତ ସମସ୍ୟା ପାଇଁ ଚାଇନା ଉପରେ ଦୋଷ ଲଦିବାକୁ ସୁଯୋଗ ପାଇବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ମଡେଲ କରିଥିବା ପୂର୍ବାନୁମାନ ପ୍ରାୟତଃ ଠିକ୍‌ ରହୁଥିବାରୁ ଟ୍ରମ୍ପଙ୍କ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ଅନ୍ୟପକ୍ଷରେ ଗ୍ରେଗ୍‌ କହିଛନ୍ତି ଯେ, ପାରମ୍ପରିକ ମଡେଲ ସ୍ବାଭାବିକ ସମୟରେ କାର୍ଯ୍ୟ କରିଥାଏ। ହେଲେ ଆମେ ବର୍ତ୍ତମାନ ସ୍ବାଭାବିକ ସମୟରେ ରହିନାହୁଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ଖରାପ ଖବର! କମ୍ପାନୀ ମାନିଲା ହୋଇପାରେ ବ୍ଲଡ କ୍ଲଟିଂ ଭଳି ସାଇଡ ଇଫେକ୍ଟ

ନୂଆଦିଲ୍ଲୀ,୩୦।୪: କୋଭିଡ ଟିକା କାରଣରୁ ପାର୍ଶ୍ୱ ପ୍ରତିକ୍ରିୟାର ସମସ୍ତ ଦାବି ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏକ ବଡ଼ ତଥ୍ୟ ଦେଇଛି। କୋର୍ଟରେ ଉପସ୍ଥାପିତ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri