ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତେବେ ଉପଯୁକ୍ତ ଭିଜାଧାରୀ କିମ୍ବା ଅନ୍ୟ ଆମେରିକୀୟ ଟ୍ରାଭେଲ ଡକ୍ୟୁମେଣ୍ଟ, ଆଡ୍‌ଭାନ୍ସ ପାରୋଲ ଥାଇ ବାହାରେ ଥିବା ଲୋକଙ୍କର କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇଛି। ଜୁନ୍‌ ୨୪ରୁ ଏହି ଭିଜା କଟକଣା ଲାଗୁ କରାଯାଉଥିବା ବେଳେ ବର୍ଷକ ଲାଗି ଏହା ବଳବତ୍ତର ରହିବ। ଉପଯୁକ୍ତ ଭିଜା ନ ଥାଇ ଆମେରିକା ବାହାରେ ଥିବା ଛାତ୍ରୀଛାତ୍ର, ଶିକ୍ଷକ କିମ୍ବା ଛୁଟି କଟାଇବାକୁ ଯାଇଥିବା ଲୋକ ଏହାଦ୍ୱାରା ବିଶେଷ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ଏହା ସହ ନୂଆ ନିଯୁକ୍ତି କ୍ଷେତ୍ରରେ ଭିଜା ମିଳିବା କଷ୍ଟକର ହୋଇପଡ଼ିବ ବୋଲି ଜଣାପଡ଼ିଛି। ଏବେ ପ୍ରାୟ ୩ ଲକ୍ଷ ଭାରତୀୟଙ୍କ ପାଖରେ ଏଚ୍‌-୧ବି ଭିଜା ରହିଛି। ଆମେରିକାରେ କୁଶଳୀ କାରିଗରଙ୍କ ଆବଶ୍ୟକତା ପଡ଼ିଲେ, ଭାରତରୁ ଅଧିକ ଲୋକଙ୍କୁ ସେଠାକୁ ଯିବାକୁ ପଡ଼ପାରେ। ଫଳରେ ଏଭଳି କଟକଣା ଭାରତ ଉପରେ ସେଭଳି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି। ଆମେରିକା ବାର୍ଷିକ ୮୫ ହଜାର ଏଚ୍‌-୧ବି ଭିଜା ପ୍ରଦାନ କରିଥାଏ। ଏଥିରୁ ପ୍ରାୟ ୬୦ ହଜାର ଭିଜା ଭାରତୀୟଙ୍କୁ ମିଳିଥାଏ। ଏଥର ବେରୋଜଗାରୀ ସଂଖ୍ୟା ଅଧିକ ଯୋଗୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ପ୍ରଥମେ ଆମେରିକୀୟଙ୍କୁ ଅଗ୍ରାଧିକାର ଦିଆଯିବା ସ୍ବାଭାବିକ। ହେଲେ ଆଇଟି, ବିଜ୍ଞାନ ଓ କାରିଗରି କ୍ଷେତ୍ର ହେଉ କିମ୍ବା ଅନ୍ୟ କୁଶଳୀ କାରିଗରଙ୍କ କଥା ବିଚାରକୁ ନିଆଯାଏ, ଆମେରିକା ଭାରତ ଉପରେ ନିର୍ଭର କରିବା ସ୍ବାଭାବିକ। ତେଣୁ ଅଧିକରୁ ଅଧିକ ଭାରତୀୟଙ୍କୁ ଆମେରିକା ସାମିଲ କରିବାକୁ ବାଧ୍ୟ ହେବ। ଅନ୍ୟପକ୍ଷରେ ଆମେରିକାର ଏଭଳି କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ସେ କଛଛନ୍ତି, ପ୍ରବାସୀଙ୍କ ଦ୍ୱାରା ଆମେରିକା ଅଧିକ ଲାଭବାନ ହେଉଥିଲା। ଆମରିକାକୁ ବିଶ୍ୱର ପ୍ରମୁଖ ଶକ୍ତି ଭାବେ ଗଢ଼ି ତୋଳିବାରେ ବାହାର ଲୋକଙ୍କ ଅବଦାନ ଅଧିକ ଥିଲା। ଏଭଳି ଟ୍ରାଭେଲ ବ୍ୟାନ୍‌ କେବେ ବି ଠିକ୍‌ ପଦକ୍ଷେପ ନୁହେଁ। ଏହା ଦ୍ୱାରା ଅନେକେ ନିଯୁକ୍ତିଭିତ୍ତିକ ଭିଜା ପାଇବାରୁ ଭାରତୀୟମାନେ ବଞ୍ଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

୧ ମାସ ପୂର୍ବରୁ ହିଁ ହୋଇଯାଇଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭବିଷ୍ୟବାଣୀ! ସାମ୍ନାକୁ ଆସିଥିବା ଭିଡିଓ ଉଡ଼ାଇଦେବ ହୋସ୍‌!

ନୂଆଦିଲ୍ଲୀ,୨୬।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ପରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଥିଲେ, ଯାହା…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri