ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତେବେ ଉପଯୁକ୍ତ ଭିଜାଧାରୀ କିମ୍ବା ଅନ୍ୟ ଆମେରିକୀୟ ଟ୍ରାଭେଲ ଡକ୍ୟୁମେଣ୍ଟ, ଆଡ୍‌ଭାନ୍ସ ପାରୋଲ ଥାଇ ବାହାରେ ଥିବା ଲୋକଙ୍କର କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଇଛି। ଜୁନ୍‌ ୨୪ରୁ ଏହି ଭିଜା କଟକଣା ଲାଗୁ କରାଯାଉଥିବା ବେଳେ ବର୍ଷକ ଲାଗି ଏହା ବଳବତ୍ତର ରହିବ। ଉପଯୁକ୍ତ ଭିଜା ନ ଥାଇ ଆମେରିକା ବାହାରେ ଥିବା ଛାତ୍ରୀଛାତ୍ର, ଶିକ୍ଷକ କିମ୍ବା ଛୁଟି କଟାଇବାକୁ ଯାଇଥିବା ଲୋକ ଏହାଦ୍ୱାରା ବିଶେଷ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ଏହା ସହ ନୂଆ ନିଯୁକ୍ତି କ୍ଷେତ୍ରରେ ଭିଜା ମିଳିବା କଷ୍ଟକର ହୋଇପଡ଼ିବ ବୋଲି ଜଣାପଡ଼ିଛି। ଏବେ ପ୍ରାୟ ୩ ଲକ୍ଷ ଭାରତୀୟଙ୍କ ପାଖରେ ଏଚ୍‌-୧ବି ଭିଜା ରହିଛି। ଆମେରିକାରେ କୁଶଳୀ କାରିଗରଙ୍କ ଆବଶ୍ୟକତା ପଡ଼ିଲେ, ଭାରତରୁ ଅଧିକ ଲୋକଙ୍କୁ ସେଠାକୁ ଯିବାକୁ ପଡ଼ପାରେ। ଫଳରେ ଏଭଳି କଟକଣା ଭାରତ ଉପରେ ସେଭଳି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଉଛି। ଆମେରିକା ବାର୍ଷିକ ୮୫ ହଜାର ଏଚ୍‌-୧ବି ଭିଜା ପ୍ରଦାନ କରିଥାଏ। ଏଥିରୁ ପ୍ରାୟ ୬୦ ହଜାର ଭିଜା ଭାରତୀୟଙ୍କୁ ମିଳିଥାଏ। ଏଥର ବେରୋଜଗାରୀ ସଂଖ୍ୟା ଅଧିକ ଯୋଗୁ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ପ୍ରଥମେ ଆମେରିକୀୟଙ୍କୁ ଅଗ୍ରାଧିକାର ଦିଆଯିବା ସ୍ବାଭାବିକ। ହେଲେ ଆଇଟି, ବିଜ୍ଞାନ ଓ କାରିଗରି କ୍ଷେତ୍ର ହେଉ କିମ୍ବା ଅନ୍ୟ କୁଶଳୀ କାରିଗରଙ୍କ କଥା ବିଚାରକୁ ନିଆଯାଏ, ଆମେରିକା ଭାରତ ଉପରେ ନିର୍ଭର କରିବା ସ୍ବାଭାବିକ। ତେଣୁ ଅଧିକରୁ ଅଧିକ ଭାରତୀୟଙ୍କୁ ଆମେରିକା ସାମିଲ କରିବାକୁ ବାଧ୍ୟ ହେବ। ଅନ୍ୟପକ୍ଷରେ ଆମେରିକାର ଏଭଳି କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ସେ କଛଛନ୍ତି, ପ୍ରବାସୀଙ୍କ ଦ୍ୱାରା ଆମେରିକା ଅଧିକ ଲାଭବାନ ହେଉଥିଲା। ଆମରିକାକୁ ବିଶ୍ୱର ପ୍ରମୁଖ ଶକ୍ତି ଭାବେ ଗଢ଼ି ତୋଳିବାରେ ବାହାର ଲୋକଙ୍କ ଅବଦାନ ଅଧିକ ଥିଲା। ଏଭଳି ଟ୍ରାଭେଲ ବ୍ୟାନ୍‌ କେବେ ବି ଠିକ୍‌ ପଦକ୍ଷେପ ନୁହେଁ। ଏହା ଦ୍ୱାରା ଅନେକେ ନିଯୁକ୍ତିଭିତ୍ତିକ ଭିଜା ପାଇବାରୁ ଭାରତୀୟମାନେ ବଞ୍ଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri