ଟ୍ରକ ଧକ୍କାରେ ମହିଳା ମୃତ, ରାସ୍ତାରୋକୋ

ଗୋପାଳପୁର/କନିଷି,୧୬ା୧୦(ଡି.ଏନ.ଏ.):୧୬ନଂ ଜାତୀୟ ରାଜପଥ ରଣ୍ଢାଛକ ନିକଟରେ ରାସ୍ତା ପାର ହେଉଥିବାବେଳେ ଟ୍ରକ ଧକ୍କାରେ ବୁଧବାର ଭୋର ପ୍ରାୟ ୫ଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକରଡ଼ା ଗ୍ରାମର କନକ ବେହେରା (୫୫)। ଦୁର୍ଘଟଣା ପରେ ଚାଳକ ଟ୍ରକ୍‌ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପରେ ଚିକରଡ଼ା ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଓଭରବ୍ରିଜ୍‌ ନିର୍ମାଣ ଦାବିରେ ଟାୟାରି ଜାରି ୧୬ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ନଂ.୨୫୫/୧୯ରେ ମାମଲା ରୁଜୁ କରି ପୋଲିସ ଟ୍ରକକୁ ଜବତ କରିବା ସହ ତଦନ୍ତ ଚଳାଇଛି।
ପ୍ରକାଶ ଯେ, କନକ ପ୍ରତିଦିନ ରଣ୍ଢା ଗ୍ରାମରୁ ପନିପରିବା ଧରି ବିକ୍ରିି ପାଇଁ ବ୍ରହ୍ମପୁର ସହରକୁ ଯାଇଥାନ୍ତି। ବୁଧବାର ଭୋରରେ କନକ ପନିପରିବା ଧରି ରାସ୍ତାପାର ହେଉଥିବାବେଳେ ଇଚ୍ଛାପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ କାର୍ଯ୍ୟରତ ଗୃହରକ୍ଷୀ ଟ୍ରକକୁ ପିଛାକରି କାବୁ କରିଥିଲେ। ତେବେ ଚାଳକ ଗାଡ଼ି ଛାଡ଼ି ପଳାଇଥିଲେ। ଖବର ପାଇ ଚିକରଡ଼ା ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଓଭରବ୍ରିଜ୍‌ ନିର୍ମାଣ ଦାବିରେ ୧୬ ନଂ. ଜାତୀୟ ରାଜପଥକୁ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?