ଟ୍ରକରେ ପିଟିହେଲା ଆରୋହୀ ବାଇକ୍‌ ମୃତ

ବାଲେଶ୍ୱର ଅଫିସ,୨।୭-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ରେମୁଣା ଗୋଲେଇ ରାସ୍ତା ପାର୍ଶ୍ୱରେ ମଙ୍ଗଳବାର ଛିଡ଼ା ହୋଇଥିବା ଏକ ଟ୍ରକରେ ବାଇକ୍‌ ପିଟି ହୋଇଯିବାରୁ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋର ଥାନା ଶରଶଙ୍ଖ ଗ୍ରାମର ନୀଳାମ୍ବର ସାସମଲ(୫୮)। ସେ ପୂର୍ବାହ୍ନରେ ବାଇକ୍‌ (ନଂ. ଓଡ଼ି୦୧କ୍ୟୁ-୩୬୨୧) ଯୋଗେ କୌଣସି କାମରେ ବାଲିଆପାଳ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌ (ନଂ. ଏନ୍‌ଏଲ୍‌୦୧କ୍ୟୁ-୬୪୧୯)କୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଳ୍ପାଞ୍ଚଳ ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ଏନେଇ ଶିଳ୍ପାଞ୍ଚଳ ଥାନାରେ ମାମଲା (ନଂ. ୭୪/୧୯) ରୁଜୁ କରାଯାଇଥିବା ଥାନା ଆଇଆଇସି ଜୟନ୍ତ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri