Posted inଖେଳ

ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକିଭାରତୀୟ ମହିଳା ଦଳରେ ଲିଲିମା, ଦୀପଗ୍ରେସ୍‌

ନୂଆଦିଲ୍ଲୀ, ୨୭।୭-
୨୦୨୦ ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ୨ ଓଡ଼ିଆ ଖେଳାଳି ଲିଲିମା ମିଞ୍ଜ ଓ ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି। ରାଣୀ ରାମପାଲ ଅଧିନାୟିକା ଏବଂ ଗୋଲକିପର ସବିତା ଉପଅଧିନାୟିକା ମନୋନୀତ ହୋଇଛନ୍ତି।
ମୁଖ୍ୟକୋଚ୍‌ ଜୋର୍ଡ ମାରିଜନେଙ୍କ ତତ୍ତ୍ୱାବଧାନରେ ହିରୋସିମାରେ ଅନୁଷ୍ଠିତ ୨୦୧୯ ଏଫଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ଖେଳିଥିବା ଭାରତୀୟ ଦଳର କମ୍ବିନେଶନ ସମାନ ରହିଛି। ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ପାଇଁ ମାରିଜନେ ୧୮ ଜଣିଆ ଦଳରେ ମାତ୍ର ୨ ପରିବର୍ତ୍ତନ କରିଛନ୍ତି। ଯୁବ ଖେଳାଳି ଶର୍ମିଳା ଦେବୀ ଓ ରୀନା ଖୋଖର ଦଳରେ ସ୍ଥାନ ପାଇଛନ୍ତି। ହିରୋସିମା ଟୁର୍ନାମେଣ୍ଟରେ ଖେଳିଥିବା ସୁନୀତା ଲାକ୍ରା ଓ ଜ୍ୟୋତିଙ୍କୁ ବିଶ୍ରାମ ଦିଆ ଯାଇଛି। ଆହତ ସମସ୍ୟା ଯୋଗୁ ଦଳଠାରୁ ଦୂରରେ ଥିବା ଖୋଖର ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଶର୍ମିଳା ଦେବୀ ସିନିୟର ଦଳରେ କ୍ୟାରିୟର ଆରମ୍ଭ କରିବା ସୁଯୋଗ ପାଇଛନ୍ତି। ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧୦ମ ସ୍ଥାନରେ ଥିବା ଭାରତ ଆଗାମୀ ଟୁର୍ନାମେଣ୍ଟରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। କାରଣ ପ୍ରତିଯୋଗିତାରେ ବିଶ୍ୱର ୨ ନମ୍ବର ଅଷ୍ଟ୍ରେଲିଆ, ୧୧ ନମ୍ବର ଚାଇନା ଓ ୧୪ତମ ସ୍ଥାନରେ ଥିବା ଜାପାନ ସହିତ ରାଣୀଙ୍କ ଦଳକୁ ମୁକାବିଲା କରିବାକୁ ହେବ।
ଭାରତୀୟ ଦଳରେ ୨ ଅଭିଜ୍ଞ ଗୋଲକିପର ସବିତା ଓ ରଜନୀ ଇଟିମାରପୁ, ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ଗୁରଜିତ କୌର, ସାଲିମା ଟେଟେ ଓ ନିଶା ସ୍ଥାନ ପାଇଛନ୍ତି। ସେହିପରି ମିଡ୍‌ଫିଲ୍ଡରେ ସୁଶିଲା ଚାନୁ ପୁଖରାବାମ୍‌, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ଓ ନେହା ଗୋୟଲ ଏବଂ ଫରଓ୍ବାର୍ଡ ଲାଇନ୍‌ରେ ରାଣୀ, ନଭନୀତ କୌର, ବନ୍ଦନା କାଟରିୟା, ଲାଲରେମସିଆମି, ନଭଜୋତ କୌର ଓ ଶର୍ମିଳା ଦେବୀ ଭାରତୀୟ ଚ୍ୟାଲେଞ୍ଜ ସମ୍ଭାଳିବେ। ”ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟରେ ଆମେ ୩ଟି ଶୀର୍ଷସ୍ଥାନୀୟ ଦଳ ସହ ଖେଳିବାକୁ ଯାଉଛୁ। ଆମେ ସେହି ଦଳଗୁଡ଼ିକ ବିପକ୍ଷରେ କିପରି ଖେଳୁଛୁ ତାହା ଦେଖିବାକୁ ମୁଁ ବହୁତ ଆଗ୍ରହୀ। ଏହି ଟୁର୍ନାମେଣ୍ଟର ପ୍ରଦର୍ଶନ ଭିତ୍ତିରେ ଆମେ ତ୍ରୁଟି ସୁଧାରି ଅଲିମ୍ପିକ୍ସ କ୍ୱାଲିଫାଇଂ ଟୁର୍ନାମେଣ୍ଟ ଖେଳିବୁ। ଅଲିମ୍ପିକ୍ସ କ୍ୱାଲିଫାଇଂ ବେଳକୁ ପ୍ରଦର୍ଶନରେ ଉନ୍ନତି ଉପରେ ଆମର ଫୋକସ ରହିବ“ ବୋଲି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ସବିତା(ଗୋଲକିପର/ଉପ ଅଧିନାୟିକା), ରଜନୀ ଇଟିମାରପୁ(ଗୋଲକିପର), ଦୀପ୍‌ ଗ୍ରେସ୍‌ ଏକ୍କା, ରୀନା ଖୋଖର, ଗୁରଜିତ କୌର, ସୁଶିଲା ଟେଟେ, ନିଶା, ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନେହା ଗୋୟଲ, ରାଣି ରାମପାଲ(ଅଧିନାୟିକା), ନଭନୀତ କୌର, ବନ୍ଦନା କାଟରିଆ, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri