ଟେଷ୍ଟ ଡ୍ରାଇଭ୍‌ ବେଳେ ଦୁର୍ଘଟଣା: ୪ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍‌

ଭୁବନେଶ୍ୱର, ୨୫ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଛକ ନିକଟରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଜଣେ ସରକାରୀ କର୍ମଚାରୀ ଟେଷ୍ଟ ଡ୍ରାଇଭ୍‌ କରୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୪ଜଣ ଶ୍ରମିକଙ୍କ ଉପରେ କାର୍‌ ଚଢାଇ ଦେଇଛନ୍ତି। ଫଳରେ ଏହି ଶ୍ରମିକମାନେ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସୀତାନାଥ ବସ୍ତିର ଶଙ୍କର ନାୟକ, ପଣ୍ଡାପାର୍କ ବସ୍ତିର ସୁକାନ୍ତ ନାୟକ, ରିକ୍ସା କଲୋନୀର ବାବୁନା ନାୟକ ଏବଂ ଅନ୍ୟ ଜଣଙ୍କ ପରିଚୟ ମିିଳିପାରିନାହିଁ। ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶଙ୍କରଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ତାଙ୍କର ଗୋଟିଏ ଗୋଡ ଭାଙ୍ଗିଯାଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ବସ୍ତିବାସିନ୍ଦା ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଫଳରେ ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା। ଆହତମାନଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ରାସ୍ତାରୁ ହଟିବେ ବୋଲି ଆନ୍ଦୋଳନକାରୀ ଜିଦ୍‌ ଧରିଥିଲେ। ଦୀର୍ଘ ଏକ ଘଣ୍ଟା ଧରି ସେମାନେ ରାସ୍ତାରେ ବସିରହିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିି ଅଟକି ରହିଥିଲା। ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଏବଂ ପୋଲିସ ସେମାନଙ୍କ ସହ ଆଲୋଚନା କରି କ୍ଷତିପୂରଣ ଦିଆଯିବ ବୋଲି କହିବା ପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଶ୍ରମିକମାନେ ବିଭିନ୍ନ ସ୍ଥାନକୁ କାମରେ ଯିବା ପାଇଁ ଶୈଳଶ୍ରୀ ବିହାର ଛକରେ ଛିଡ଼ା ହୁଅନ୍ତି। ଲୋକେ ସେଠାରେ କଥାବାର୍ତ୍ତା କରି ସେମାନଙ୍କୁ ମୁଲମଜୁରି ଲାଗି ନେଇଥାନ୍ତି। ଶୁକ୍ରବାର ସକାଳ ପ୍ରାୟ ୬.୩୦ ମିନିଟ୍‌ରେ ଶ୍ରମିକମାନେ ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ। ଜଣେ ସରକାରୀ କର୍ମଚାରୀ ଦୁଇଦିନ ତଳେ କିଣିଥିବା ନୂଆ କାର ଏହି ସମୟରେ ଟେଷ୍ଟ ଡ୍ରାଇଭିଂ କରୁଥିଲେ। ସେ କାର ନେଇ ଶୈଳଶ୍ରୀବିହାର ଛକରୁ ନୀଳାଦ୍ରି ବିହାର ଅଭିମୁଖେ ଯାଉଥିଲେ। ହେଲେ ଶୈଳଶ୍ରୀବିହାର ଛକ ନିକଟରେ ଏକ ଅଟୋ ତାଙ୍କ କାର ଆଗରେ ଚାଲିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇ ଶ୍ରମିକମାନଙ୍କ ଉପରେ ଚଢାଇ ଦେଇଥିଲେ। ଏଥିରେ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟମାନେ ଭୟରେ ଦୌଡ଼ି ପଳାଇବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶ୍ରମିକମାନଙ୍କୁ କାର୍‌ ଧକ୍କା ଦେବା ପରେ ରାସ୍ତାକଡ଼ ଡିଭାଇଡରରେ ପିଟି ହେଇଯାଇଥିଲା। ଅନ୍ୟ ଶ୍ରମିକମାନେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ହସ୍ପିଟାଲକୁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?