ଟେଲିସ୍କୋପ୍‌ରେ ସୂର୍ଯ୍ୟୋପରାଗ ଦେଖିଲେ

ବ୍ରହ୍ମପୁର ଅଫିସ,୨୭ା୧୨-ବ୍ରହ୍ମପୁରରେ ସୂର୍ଯ୍ୟୋପରାଗର ପ୍ରଭାବ ଭୟକୁ ଦୂରେଇବା ପାଇଁ ବିଜ୍ଞାନ ଚେତନା ମଞ୍ଚ ବ୍ରହ୍ମପୁର ଶାଖା ପକ୍ଷରୁ ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟୋପରାଗ ଦେଖିବା ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖଲ୍ଲିକୋଟ କଲେଜ ଖେଳପଡିଆରେ ସୂର୍ଯ୍ୟୋପରାଗ ପ୍ରଭାବକୁ ଖାତିର ନ କରି ବ୍ୟାୟାମ ତଥା ପ୍ରାତଃ ଭ୍ରମଣ ପାଇଁ ଆସିଥିବା ମହିଳା, ପୁରୁଷ, ଛାତ୍ରୀଛାତ୍ରଙ୍କୁ ପରାଗକୁ ନେଇ ରହିଥିବା ବୈଜ୍ଞାନିକ ତଥ୍ୟ ଉପରେ ସଚେତନ କରାଇଥିଲେ। ଏଥିସହ ସକାଳ ୮.୧୯ରୁ ପୂର୍ବାହ୍ନ ୧୧.୨୮ ପର୍ଯ୍ୟନ୍ତ ଦେଖାଦେବାକୁ ଥିବା ସୂର୍ଯ୍ୟୋପରାଗ ଦୃଶ୍ୟକୁ ଟେଲିସ୍କୋପ ମାଧ୍ୟମରେ ଦୃଶ୍ୟମାନ କରାଇଥିଲେ ା ତେବେ ସକାଳୁ ଆକାଶ ମେଘାଚ୍ଛନ୍ନ ଥିବାରୁ ସକାଳ ୯ ଟା ୩୩ ମିନଟ ସମୟରେ ପ୍ରାୟ ୫ ମିନଟ ପାଇଁ ବ୍ରହ୍ମପୁରର ଅକାଶରେ ପରାଗର ଦୃଶ୍ୟ ଦେଖିବାକୁ ମିଳିଥିଲା ା ଏହି ଦୃଶ୍ୟକୁ ଶତାଧିକ ଛାତ୍ରୀଛାତ୍ର, ପୁରୁଷ, ମହିଳା ପ୍ରମୁଖ ଟେଲିସ୍କୋପ ମାଧ୍ୟମରେ ଉପଭୋଗ କରିଥିଲେ ା ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଚେତନା ମଞ୍ଚର ଗଞ୍ଜାମ ଜିଲା ଆବାହକ ଶିବାନୀ ଶଙ୍କର ମିଶ୍ର, ସୁନୀଲ କୁମାର ବେହେରା, କେ. ଶିବ କିରଣ ଗୁରୁ ଓ ତନ୍ମୟ କରଣ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri