Categories: ଖେଳ

ଟୁର୍‌ ଡି ଫ୍ରାନ୍ସ: ୯ମ ଷ୍ଟେଜ୍‌ ସୁଦ୍ଧା ଜୁଲିଆନ ଆଗରେ

ପ୍ୟାରିସ୍‌, ୧୬।୭- ବିଶ୍ୱରେ ଅନୁଷ୍ଠିତ ହେଉଥିବା ତିନୋଟି ଗ୍ରାଣ୍ଡ ସାଇକ୍ଲିଂ ଟୁର୍‌ର ଅନ୍ୟତମ ଶ୍ରେଷ୍ଠ ପ୍ରତିଯୋଗିତା ଟୁର୍‌ ଡି ଫ୍ରାନ୍ସର ୧୦୬ତମ ସଂସ୍କରଣ ଇତିମଧ୍ୟରେ ୯ମ ଷ୍ଟେଜ୍‌ ଅତିକ୍ରମ କରିଛି। ଜୁଲାଇ ୬ରେ ଏହା ବେଲ୍‌ଜିୟମର ବ୍ରୁସେଲ୍ସରୁ ଆରମ୍ଭ ହୋଇଥିଲା। ୨୧ ଷ୍ଟେଜ୍‌ବିଶିଷ୍ଟ ଏହି ପ୍ରତିଯୋଗିତାରେ ୯ମ ଷ୍ଟେଜ୍‌ ଶେଷସୁଦ୍ଧା ଫ୍ରାନ୍ସର ଜୁଲିଆନ ଆଲାଫିପେ ଅଗ୍ରଣୀ ରହି ହଳଦିଆ ଜର୍ସିର ଅଧିକାରୀ ହୋଇଛନ୍ତି। ୩,୪୮୦ କିଲୋମିଟର ବିଶିଷ୍ଟ ଏହି ରେସ୍‌ ଚଳିତମାସ ୨୮ ତାରିଖରେ ଶେଷ ହେବ। ଏଥିରେ ୨୨ଟି ଟିମ୍‌ର ୧୭୬ ରାଇଡର ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ୧୦ମ ଷ୍ଟେଜ୍‌ (ଫ୍ଲାଟ୍‌) ସେଣ୍ଟ-ଫ୍ଲୋରରୁ ଆଲ୍‌ବି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଗତଥରର ଚାମ୍ପିୟନ ଗେରାଣ୍ଟ ଥୋମାସ ୯ମ ଷ୍ଟେଜ୍‌ ଶେଷସୁଦ୍ଧା ଓଭରଅଲ୍‌ ୫ମ ସ୍ଥାନରେ ରହିଛନ୍ତି।

Share