ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିକ୍‌ ହୋକ୍‌ଲି କହିଛନ୍ତି। ଯଦି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବାକୁ ୧୫ଟି ଦଳ ଅଷ୍ଟ୍ରେଲିଆରେ ପ୍ରବେଶ କରିବେ, ତାହାଲେ ପ୍ରଶଂସକଙ୍କୁ ମଧ୍ୟ ରୋକା ଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କେଭିନ ରବଟର୍‌ସ ପଦ ଛାଡିବା ପରେ ହୋକ୍‌ଲି ମଧ୍ୟବର୍ତ୍ତିକାଳୀନ ସିଇଓ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ସିଏ ଏବେ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ମହାମାରୀ କାରଣରୁ ବିଶ୍ୱକପ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ମେଗା ଇଭେଣ୍ଟକୁ ଫାଙ୍କା ଷ୍ଟାଡିୟମରେ ଆୟୋଜନ କରାଯିବ ବୋଲି ଅନୁମାନ କରାଯାଉଛି। ତେବେ ମ୍ୟାଚ୍‌ ଦେଖିବାକୁ ପ୍ରଶଂସକ ଷ୍ଟାଡିୟମକୁ ଆସିପାରିବେ। ୧୫ଟି ଦଳର ଖେଳାଳି, ଅଫିସିଆଲ ଓ ସପୋର୍ଟ ଷ୍ଟାଫ୍‌ ଭଳି ପ୍ରଶଂସକମାନେ ମଧ୍ୟ ଅନୁମତି ପାଇବେ ବୋଲି ବୋଲି ହୋକ୍‌ଲି କହିଛନ୍ତି।
ରବଟର୍‌ସଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ୱ ସମ୍ଭାଳିବାକୁ ସିଏ ତରଫରୁ ପ୍ରସ୍ତାବ ଦିଆଯିବା ପରେ ଆଚମ୍ବିତ ହୋଇଥିଲି। ତେବେ ଟି୨୦ ବିଶ୍ୱକପ୍‌ ଆୟୋଜକ କମିଟିର ସିଇଓ ପଦରୁ ଇସ୍ତଫା ଦେବେ ବୋଲି ସେ ସୂଚନା ଦେଇଛନ୍ତି। ସିଇଓ ଭାବେ ଦାୟିତ୍ୱ ତୁଲାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ଟି୨୦ ବିଶ୍ୱକପ୍‌ ଆୟୋଜନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ହୋକ୍‌ଲି କହିଛନ୍ତି।

Share