Categories: ଖେଳ

ଟାଟୁ କହେ ଅନେକ କଥା

ନୂଆଦିଲ୍ଲୀ ୧୪ା୨:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ଗୋଡ଼ର ଟାଟୁ ଏବେ ଚର୍ଚ୍ଚାରେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ବେଲଜିୟମ ବିପକ୍ଷ ମ୍ୟାଚ ସମୟରେ ଏହା ନଜରକୁ ଆସିଥିଲା। ଅନୁରୋଧ ରକ୍ଷା କରି ସ୍ବଳ୍ପଭାଷୀ ମନପ୍ରୀତ ଅଭ୍ୟାସ ପୂର୍ବରୁ ଡାହାଣ ଗୋଡ଼ର ଶୁ’ ଏବଂ ମୌଜା ଖୋଲି ଏହି ଚର୍ଚ୍ଚିତ ଟାଟୁକୁ ଦେଖାଇଥିଲେ। ତେବେ ଏ ସମ୍ପର୍କରେ କିଛି ମୁହଁ ଖୋଲିନାହାନ୍ତି ଅଧିନାୟକ ମନପ୍ରୀତ। ଟୋକିଓ ଅଲିମ୍ପିକ୍ସ ପରେ ଏ ସମ୍ପର୍କରେ ସେ ଯାହାକିଛି କହିବେ ଏବଂ ରହସ୍ୟ ଉପରୁ ପରଦା ହଟିବ ବୋଲି ହସି ହସି ମନପ୍ରୀତ ପ୍ରକାଶ କରିଥିଲେ। ତେବେ ଏହି ଟାଟୁକୁ ନେଇ ତାଙ୍କ ନିକଟତମ ମହଲରୁ ବିଭିନ୍ନ ରୋଚକ କଥା ଶୁଣିବାକୁ ମିଳୁଛି। ତାଙ୍କ ସଫଳତା ପଛରେ ଏହି ଟାଟୁ ରହିଥିବା କେହି କହୁଥିବାବେଳେ ଅନ୍ୟ କେହି ଏହା ତାଙ୍କ ମନର ମଣିଷ ହୋଇଥାଇପାରେ ବୋଲି ଆଲୋଚନା କରୁଛନ୍ତି।

Share