ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ବିଶ୍ୱ ସଷ୍ଟେନ୍‌ବିଲିଟି ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୨

ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲକୁ ସମ୍ମାନଜନକ ବିଶ୍ୱ ସଷ୍ଟେନ୍‌ବିଲିଟି-୨୦୨୦ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ଅନ୍‌ଲାଇନରେ ଆୟୋଜିତ ୧୧ତମ ବିଶ୍ୱ ଅକ୍ଷୟ ଶକ୍ତି ଜ୍ଞାନ କୌଶଳ କଂଗ୍ରେସ-୨୦୨୦ ଏବଂ ୪ର୍ଥ ବିଶ୍ୱ ଜଳ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୦ କାର୍ଯ୍ୟକ୍ରମରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ଅଷ୍ଟ୍ରେଲିଆର ଜଳସମ୍ବଳ ମନ୍ତ୍ରୀ କେଟ୍‌ ପିଟ୍‌, ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାଯୁକ୍ତ ବରିଓ ଫରେଲ୍‌, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସଚିବ ୟୁ.ପି. ସିଂହ, ଶକ୍ତି ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନିଲ ରାଜଦାନ ଏବଂ ଶକ୍ତି ଓ ପରିବେଶ ଫାଉଣ୍ଡେଶନର ସିଇଓ ଡ. ଅନିଲ ଗର୍ଗଙ୍କ ଉପସ୍ଥିତିରେ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ସୁବୋଧ ପାଣ୍ଡେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ା
ଏହି ଅବସରରେ ପାଣ୍ଡେ କହିଲେ, ଟାଟାଷ୍ଟିଲ ବିଏସ୍‌ଏଲ ସର୍ବଦା ପରିବେଶ ସଂରକ୍ଷଣ ପାଇଁ କାର୍ଯ୍ୟ କରି ଆସିଛି। ଏହି ପୁରସ୍କାର ଏ ଦିଗରେ କାର୍ଯ୍ୟ କରିବା ଲାଗି ଆହୁରି ପ୍ରୋତ୍ସାହିତ କରିବ। କମ୍ପାନୀ ପରିବେଶରେ କାର୍ବନ ଫୁଟଫ୍ରିଣ୍ଟ୍‌ ହ୍ରାସ କରିବା ଦିଗରେ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ସ୍ବଚ୍ଛ ବିଦ୍ୟୁତ୍‌ ଉପତ୍ାଦନ ହାର ୪୦ରୁ ୮୬% କୁ ବୃଦ୍ଧି, ବ୍ଲାଷ୍ଟ ଫର୍ନେସରେ ଇନ୍ଧନ ହାର ହ୍ରାସ, କଠିନ ବର୍ଜ୍ୟବସ୍ତୁ ସୁପରିଚାଳନା, କୋଇଲା ବ୍ୟବହାର ହ୍ରାସ, ଜାପାନ ପ୍ରଣାଳୀ ମିଆୱାକି ପଦ୍ଧତିରେ ଚାରା ରୋପଣ, ନାଇଟ୍ରୋଜେନ ପ୍ଲାଣ୍ଟ ଦକ୍ଷତାରେ ଉନ୍ନତି ଭଳି ପଦକ୍ଷେପ ପାଇଁ କମ୍ପାନୀ ପ୍ରଶଂସା ସାଉଁଟିଛି। ସେହିପରି ବର୍ଷାଜଳ ଅମଳ ପ୍ରକଳ୍ପ, କୋକ୍‌ ଓଭନରେ କୋକ୍‌ ଡ୍ରାଏ କ୍ୱେନଚିଙ୍ଗ୍‌ ବ୍ୟବସ୍ଥାର ସଫଳ ରୂପାୟନ, ପାୱାର ପ୍ଲାଣ୍ଟରେ ଘଣ୍ଟାପ୍ରତି ୨୫୦ ଟନ ହାରରେ ଗ୍ୟାସ୍‌ ଫାୟାର୍ଡ ବଏଲର ସ୍ଥାପନ, ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟପାଣିକୁ ପୁନଃ ବ୍ୟବହାର ଲାଗି ନିଆଯାଇଥିବା ପଦକ୍ଷେପକୁ ବିଚାରକ ମଣ୍ଡଳୀ ପ୍ରଶଂସା କରିଥିଲେ। ବୈଜ୍ଞାନିକ ପଦ୍ଧତ୍ତିରେ ହାଇ ଡେନସିଟି, ପଲି ଏଲିଥିନ ଲାଇନ ପୋଖରୀ ସ୍ଥାପନ, ସିଣ୍ଟର ପ୍ଲାଣ୍ଟରେ ଏଲ୍‌ଡିସ୍‌ ସ୍ଲାଗର ଅଧିକ ବ୍ୟବହାର, ଫ୍ଲାଏଆଶର ୧୦୦% ପୁନଃ ବ୍ୟବହାର ଭଳି ପରିବେଶ ଉପଯୋଗୀ ପଦକ୍ଷେପ ପାଇଁ ଟାଟାଷ୍ଟିଲ ବିଏସ୍‌ଏଲକୁ ଏହି ସମ୍ମାନଜନକ ପୁରସ୍କାର ମିଳିପାରିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ଟାଟାଷ୍ଟିଲ ବିଏସ୍‌ଏଲ୍‌ ଲିମିଡେଟ୍‌ ୫.୬ ମିଲିୟନ ଟନ୍‌ ଫ୍ଲାଟ୍‌ ଷ୍ଟିଲ ଉପତ୍ାଦନ କ୍ଷମତା ବିଶିଷ୍ଟ ସାରା ଦେଶର ୫ମ ବୃହତ୍‌ ଷ୍ଟିଲ ଉଦ୍ୟୋଗ। ଭାରତର ସବୁଠାରୁ ବୃହତ କୋଲ୍ଡରୋଲ ଷ୍ଟିଲ କାରଖାନା ଏହାର ରହିଛି। ଅଟୋମେଟିଭ୍‌ ଗ୍ରେଡ୍‌ର ଉଚ୍ଚ କାର୍ବନ ସମ୍ପନ୍ନ ସ୍ବତନ୍ତ୍ର ଷ୍ଟିଲ ଯୋଗାଣରେ ଦେଶରେ ଏହା ପ୍ରଥମ। ୨୦୧୯ ବର୍ଷରେ ଏହା ୩୦୦୪. ୪୯ ମିଲିୟନ ଆମେରିକୀୟ ଡଲାର ରାଜସ୍ବ ହାସଲ ରେକର୍ଡ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri