ଟାଟାଷ୍ଟିଲ ବିଏସ୍‌ଏଲ୍‌କୁ ବିଶ୍ୱ ସଷ୍ଟେନ୍‌ବିଲିଟି ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୨

ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲକୁ ସମ୍ମାନଜନକ ବିଶ୍ୱ ସଷ୍ଟେନ୍‌ବିଲିଟି-୨୦୨୦ ପ୍ଲାଟିନମ୍‌ ପୁରସ୍କାର ମିଳିଛି। ଅନ୍‌ଲାଇନରେ ଆୟୋଜିତ ୧୧ତମ ବିଶ୍ୱ ଅକ୍ଷୟ ଶକ୍ତି ଜ୍ଞାନ କୌଶଳ କଂଗ୍ରେସ-୨୦୨୦ ଏବଂ ୪ର୍ଥ ବିଶ୍ୱ ଜଳ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୦ କାର୍ଯ୍ୟକ୍ରମରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ଅଷ୍ଟ୍ରେଲିଆର ଜଳସମ୍ବଳ ମନ୍ତ୍ରୀ କେଟ୍‌ ପିଟ୍‌, ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାଯୁକ୍ତ ବରିଓ ଫରେଲ୍‌, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସଚିବ ୟୁ.ପି. ସିଂହ, ଶକ୍ତି ମନ୍ତ୍ରଣାଳୟର ପୂର୍ବତନ ସଚିବ ଅନିଲ ରାଜଦାନ ଏବଂ ଶକ୍ତି ଓ ପରିବେଶ ଫାଉଣ୍ଡେଶନର ସିଇଓ ଡ. ଅନିଲ ଗର୍ଗଙ୍କ ଉପସ୍ଥିତିରେ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ସୁବୋଧ ପାଣ୍ଡେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ା
ଏହି ଅବସରରେ ପାଣ୍ଡେ କହିଲେ, ଟାଟାଷ୍ଟିଲ ବିଏସ୍‌ଏଲ ସର୍ବଦା ପରିବେଶ ସଂରକ୍ଷଣ ପାଇଁ କାର୍ଯ୍ୟ କରି ଆସିଛି। ଏହି ପୁରସ୍କାର ଏ ଦିଗରେ କାର୍ଯ୍ୟ କରିବା ଲାଗି ଆହୁରି ପ୍ରୋତ୍ସାହିତ କରିବ। କମ୍ପାନୀ ପରିବେଶରେ କାର୍ବନ ଫୁଟଫ୍ରିଣ୍ଟ୍‌ ହ୍ରାସ କରିବା ଦିଗରେ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ସ୍ବଚ୍ଛ ବିଦ୍ୟୁତ୍‌ ଉପତ୍ାଦନ ହାର ୪୦ରୁ ୮୬% କୁ ବୃଦ୍ଧି, ବ୍ଲାଷ୍ଟ ଫର୍ନେସରେ ଇନ୍ଧନ ହାର ହ୍ରାସ, କଠିନ ବର୍ଜ୍ୟବସ୍ତୁ ସୁପରିଚାଳନା, କୋଇଲା ବ୍ୟବହାର ହ୍ରାସ, ଜାପାନ ପ୍ରଣାଳୀ ମିଆୱାକି ପଦ୍ଧତିରେ ଚାରା ରୋପଣ, ନାଇଟ୍ରୋଜେନ ପ୍ଲାଣ୍ଟ ଦକ୍ଷତାରେ ଉନ୍ନତି ଭଳି ପଦକ୍ଷେପ ପାଇଁ କମ୍ପାନୀ ପ୍ରଶଂସା ସାଉଁଟିଛି। ସେହିପରି ବର୍ଷାଜଳ ଅମଳ ପ୍ରକଳ୍ପ, କୋକ୍‌ ଓଭନରେ କୋକ୍‌ ଡ୍ରାଏ କ୍ୱେନଚିଙ୍ଗ୍‌ ବ୍ୟବସ୍ଥାର ସଫଳ ରୂପାୟନ, ପାୱାର ପ୍ଲାଣ୍ଟରେ ଘଣ୍ଟାପ୍ରତି ୨୫୦ ଟନ ହାରରେ ଗ୍ୟାସ୍‌ ଫାୟାର୍ଡ ବଏଲର ସ୍ଥାପନ, ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟପାଣିକୁ ପୁନଃ ବ୍ୟବହାର ଲାଗି ନିଆଯାଇଥିବା ପଦକ୍ଷେପକୁ ବିଚାରକ ମଣ୍ଡଳୀ ପ୍ରଶଂସା କରିଥିଲେ। ବୈଜ୍ଞାନିକ ପଦ୍ଧତ୍ତିରେ ହାଇ ଡେନସିଟି, ପଲି ଏଲିଥିନ ଲାଇନ ପୋଖରୀ ସ୍ଥାପନ, ସିଣ୍ଟର ପ୍ଲାଣ୍ଟରେ ଏଲ୍‌ଡିସ୍‌ ସ୍ଲାଗର ଅଧିକ ବ୍ୟବହାର, ଫ୍ଲାଏଆଶର ୧୦୦% ପୁନଃ ବ୍ୟବହାର ଭଳି ପରିବେଶ ଉପଯୋଗୀ ପଦକ୍ଷେପ ପାଇଁ ଟାଟାଷ୍ଟିଲ ବିଏସ୍‌ଏଲକୁ ଏହି ସମ୍ମାନଜନକ ପୁରସ୍କାର ମିଳିପାରିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ଟାଟାଷ୍ଟିଲ ବିଏସ୍‌ଏଲ୍‌ ଲିମିଡେଟ୍‌ ୫.୬ ମିଲିୟନ ଟନ୍‌ ଫ୍ଲାଟ୍‌ ଷ୍ଟିଲ ଉପତ୍ାଦନ କ୍ଷମତା ବିଶିଷ୍ଟ ସାରା ଦେଶର ୫ମ ବୃହତ୍‌ ଷ୍ଟିଲ ଉଦ୍ୟୋଗ। ଭାରତର ସବୁଠାରୁ ବୃହତ କୋଲ୍ଡରୋଲ ଷ୍ଟିଲ କାରଖାନା ଏହାର ରହିଛି। ଅଟୋମେଟିଭ୍‌ ଗ୍ରେଡ୍‌ର ଉଚ୍ଚ କାର୍ବନ ସମ୍ପନ୍ନ ସ୍ବତନ୍ତ୍ର ଷ୍ଟିଲ ଯୋଗାଣରେ ଦେଶରେ ଏହା ପ୍ରଥମ। ୨୦୧୯ ବର୍ଷରେ ଏହା ୩୦୦୪. ୪୯ ମିଲିୟନ ଆମେରିକୀୟ ଡଲାର ରାଜସ୍ବ ହାସଲ ରେକର୍ଡ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri