Categories: ଖେଳ

ଟପ୍‌ ୨୫ରେ ସାଥିୟାଁ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି. ସାଥିୟଁାଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି। ଫଳ ସ୍ବରୂପ ସେ ସଦସ୍ୟ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାର ଶ୍ରେଷ୍ଠ ୨୫ମଧ୍ୟରେ ସ୍ଥାନ ପାଇବାରେ ପ୍ରଥମ ଭାରତୀୟ ବିବେଚିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ) ର଼୍ୟାଙ୍କିଙ୍ଗ ତାଲିକାରେ ସେ ୪ ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ଅଛନ୍ତି। ଚଳିତ ମାସ ପ୍ରାରମ୍ଭରେ ୟୋକୋହାମାଠାରେ ଅନୁଷ୍ଠିତ ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ ସହ ସାଥିୟଁା ୬ଷ୍ଠ ସ୍ଥାନ ଅଧିକାର କରିଥିଲେ। ପୁନଶ୍ଚ ଗତ ସପ୍ତାହରେ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ଚାମ୍ବିୟନଶିପ୍‌ରେ ଏକମାତ୍ର ଭାରତୀୟ ଭାବେ ରାଉଣ୍ଡ ଅଫ୍‌ ୩୨ରେ ପ୍ରବେଶ କରିଥିଲେ।

Share