ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୨୨।୫-ଝାରସୁଗୁଡ଼ା ଜିଲାକୁ ପୁଣି ଥରେ କରୋନା ଫେରିଛି । ପୂର୍ବରୁ ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ ସେମାନେ ସୁସ୍ଥ ହୋଇସାରଛନ୍ତି। ଶୁକ୍ରବାର କିନ୍ତୁ ଝାରସୁଗୁଡା ସହର ମଙ୍ଗଳବଜାର ଅଞ୍ଚଳର ଜଣେ ୫ ବର୍ଷରଶିଶୁ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ଏହି ଶିଶୁ ତାଙ୍କ ପରିବାର ସହ ଆଗ୍ରାରୁ ଫେରି ଗତ ୧୬ ତାରିଖରୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏଣୁ କୌଣସି ଚିନ୍ତାର ଆବଶ୍ୟକ ନାହିଁ ବୋଲି ଜିଲାପାଳ କହିଛନ୍ତି। ଉକ୍ତ ଶିଶୁଙ୍କୁ ତୁରନ୍ତ ଝାରସୁଗୁଡ଼ା କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ସହ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ତାହାକୁ ନେଇ ଜିଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

ନୀତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୬।୫: ଭାଜପାରେ ଆନୁଷ୍ଠାନିକ ଭାବେ ଯୋଗଦାନ  ପରେ ଦେବାଶିଷ ସାମନ୍ତରାୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ଦେବାଶିଷ ସାମନ୍ତରାୟ ଭାଜପାରେ ଯୋଗଦାନ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ଜଣାପଡିଗଲା: ଦେବାଶିଷଙ୍କ ପରେ ଏହି ଏମ୍‌ପି ଛାଡିବେ ବିଜେଡି! କହୁ କହୁ ସତ କହିଦେଲେ ଭାଜପା ନେତା

ଭୁବନେଶ୍ୱର,୨୬।୫: ଭାଙ୍ଗୁଛି ବିଜେଡି। ଦେବାଶିଷଙ୍କ ପରେ ବିଜେଡି ଛାଡି ପାରନ୍ତି ଆଉ କିଛି ଏମ୍‌ପି। ଏନେଇ ଭାଜପା ନେତା ଦାବି କରିଛନ୍ତି। ବିଶେଷ କରି ଉପକୂଳ ଓଡ଼ିଶାର…

ସୌମ୍ୟ ହତ୍ୟାକାଣ୍ଡରେ ନୂଆ ଟୁଇଷ୍ଟ: ମାରିବାକୁ ସତ୍ୟନଗରୁ ପିଲା ଯାଇଥିଲେ ବାଲିଅନ୍ତା: ପୁଣି ଆଉ ଜଣଙ୍କୁ ବାନ୍ଧିଲା…

ଭୁବନେଶ୍ୱର୨୬।୫, ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ା ଜିଲାର ଇନ୍ଦୁପୁର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଧରିବାରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri