ଝଲସିବ ବାରାଣାସୀ ଗଙ୍ଗାଘାଟ

ପାର୍ବଣ ଋତୁରେ ମା’ଙ୍କ ଆଗମନ ପାଇଁ ରାଜଧାନୀରେ ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି। କରୋନା ପାଇଁ ୨ ବର୍ଷ ହେବ କଟକଣାରେ କେବଳ ବିଧିରକ୍ଷା ପୂର୍ବକ ଦଶହରା ପାଳନ କରାଯାଉଥିଲା। ମାତ୍ର ଚଳିତ ଥର କଟକଣା ନ ଥିବାରୁ ଦେବୀ ଦୁର୍ଗାଙ୍କୁ ଆବାହନ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର କରାଯାଇଛି। କିଏ କେମିତି ଓ କେତେ ସୁନ୍ଦର ଭାବେ ମା’ଙ୍କ ମୃଣ୍ମୟୀ ପ୍ରତିମା ଗଢିବ ଏବଂ ତୋରଣ ସଜାଇବ ସେନେଇ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ପୁରୁଣା ଷ୍ଟେଶନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତିି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଉଛି।

୧୪ ଟଙ୍କାରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା
୧୯୫୫ ମସିହାରେ ମାତ୍ର ୧୪ ଟଙ୍କା ବଜେଟ୍‌ରେ ଆରମ୍ଭ ହୋଇଥଲା ପୂଜା। ରସୁଲଗଡ଼, ଚକେଇସିଆଣି, ଝାରପଡା, ଲକ୍ଷ୍ମୀସାଗର, ବରଗଡ଼, କେସୁରା ଆଦି ୧୦ଖଣ୍ଡ ଗାଁକୁ ନେଇ ଷ୍ଟେସନ ବଜାର ପୂଜା କମିଟି ଆରମ୍ଭ ହୋଇଥିଲା। ସମୟକ୍ରମେ ଏ ସବୁ ଅଲଗା ହୋଇ ଭିନ୍ନ ଭିନ୍ନ ଭାବେ ମା’ଙ୍କ ପୂଜା କରୁଛନ୍ତି। ତେବେ ଷ୍ଟେସନ ବଜାର ପୂଜା କମିଟି ଚଳିତ ବର୍ଷ ୬୭ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷର ବଜେଟ୍‌ ୫୦ ଲକ୍ଷରୁ ଟଙ୍କାରୁ ଅଧିକ ରହିଛି। ଏଥର ପୂଜାରେ ଝଲମଲ କରିବ ଉତ୍ତରପ୍ରଦେଶ ବାରଣାସୀ ଗଙ୍ଗାଘାଟ। ଗଙ୍ଗା ନଦୀକୂଳର ଘାଟ ସହିତ ମଠ, ମନ୍ଦିର, କୋଠାବାଡ଼ି ଏବଂ ଧ୍ୟାନରତ ସାଧୁସନ୍ଥଙ୍କ ପ୍ରତିଛବି ଦେଖିବାକୁ ମିଳିବ। ଏଥିସହ ଆକର୍ଷଣ ସାଜିବ ବହୁ ପରିଚିତ ବିକ୍ରମ ବେତାଳର ଦୃଶ୍ୟ। ଏହା କୌଣସି ମୂର୍ତ୍ତି ବା ଯନ୍ତ୍ର ସାହାଯ୍ୟରେ ପରିବେଷଣ କରାଯିବ ନାହିଁ। ଜୀବନ୍ତ ବ୍ୟକ୍ତି ବିକ୍ରମ ଏବଂ ବେତାଳ ହୋଇ ଲାଇଭ୍‌ ଶୋ ଦେଖାଇବେ। ବେତାଳ କିପରି ଉଡିକି ଯିବ ପୁଣି ବିକ୍ରମ ପିଠିରେ ଆସି ଝୁଲିବ ଏ ସବୁର ବ୍ୟବସ୍ଥା ସ୍ବତନ୍ତ୍ର କ୍ରେନ୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ କରାଯିବ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ୨୪ଘଣ୍ଟିଆ ଶୋ’ କରାଯିବ। ଏଥିପାଇଁ ୧୫ ଦିନ ହେବ କାମ ଆରମ୍ଭ ହୋଇ ଗଲାଣି। ତୋରଣ ନିର୍ମାଣର ଦାୟିତ୍ୱ ଭୁବନେଶ୍ୱରର ଶିଳ୍ପୀ ସୁବାଷ ବେହେରା ନେଇଥିବାବେଳେ ମା’ଙ୍କ ପ୍ରତିମା ଗଢିବାର ଦାୟିତ୍ୱ ନେଇଛନ୍ତି କଟକ ଝାଞ୍ଜିରମଙ୍ଗଳା କାରୀଗର ରାଜୁ ମହାରଣା। ଚଳିତ ବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୧୬ ଫୁଟ ରଖାଯାଇଛି। କ୍ୱିଣ୍ଟାଲ ୧୫ କେଜି ରୂପା ଏବଂ ୭୫୦ ଗ୍ରାମ ସୁନାରେ ମା’ ଏବଂ ପାର୍ଶ୍ୱ ଦେବାଦେବୀ ସଜ୍ଜିତ ହେବେ। ୫ ଦିନ ପର୍ଯ୍ୟନ୍ତ ୪ରୁ ୫ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ଅଷ୍ଟମୀ ଦିନ ସ୍ବତନ୍ତ୍ର ଭାବେ ଦିନବେଳା ଅନାଥ ଶିଶୁମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା ଏବଂ ସେମାନଙ୍କ ହାତରେ ଅଷ୍ଟମୀ ପୂଜା କରାଯିବ। ୫ରାତି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ପ୍ରବଳ ଟ୍ରାଫିକ୍‌ ଜାମ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ସମିତି ପକ୍ଷରୁ ଶହେରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri