ଝଲସିବ ଜୀବରାମ ପଲ୍ଲୀ

ପୁରୀ ଅଫିସ,୭ା୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିଲାଗି କେତେକ ପ୍ରକଳ୍ପର କାମ ଆରମ୍ଭ ହୋଇଥିବାବେଳେ ଅନେକ ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେନେଇ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ସହରକୁ ଭିକାରୀମୁକ୍ତ କରିବା ପ୍ରୟାସ ଜାରି ରହିଥିବାବେଳେ କୁଷ୍ଠରୋଗୀଙ୍କ ପାଇଁ ବି ଚିନ୍ତା କରିଛି ପ୍ରଶାସନ। ସେମାନେ କିପରି ସୁସ୍ଥ ବାତାବରଣରେ ଜୀବନ କାଟିବେ ଏବଂ ଅନ୍ୟମାନଙ୍କ ଭଳି ହସଖୁସିରେ ସମୟ ବିତାଇବେ ସେଥିଲାଗି ଏକ ମେଗା ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାଲିଛି ଯୋଜନା। ଯଦି ଜିଲା ପ୍ରଶାସନର ଏହି ଚିନ୍ତାଧାରା ବାସ୍ତବତାର ରୂପ ନିଏ ତେବେ ଜୀବରାମ ପଲ୍ଲୀକୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଝଲସିବ ଜୀବରାମ ପଲ୍ଲୀ। ପ୍ରଶାସନର ଏହି ପରିକଳ୍ପନାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଶୁକ୍ରବାର ଜୀବରାମ ପଲ୍ଲୀ ଯାଇ ବାସ୍ତବ ସ୍ଥିତି ପରଖିଛନ୍ତି ଜିଲାପାଳ।
ଲୋକନାଥ ରୋଡ୍‌ରେ ରହିଛି ଯିବରାମ ପଲ୍ଲୀ। ଏଠାରେ ରହୁଥିବା କୁଷ୍ଠରୋଗୀ ଏବଂ ସେମାନଙ୍କ ପରିବାରଙ୍କ ରୂପରେଖ ବଦଳାଇବା ପାଇଁ ଯୋଜନା କରିଛି ପ୍ରଶାସନ। ପ୍ରାରମ୍ଭିକ ଭାବେ ହୋଇଥିବା ଆଲୋଚନା ଅନୁଯାୟୀ, ଏଠାରେ ରାସ୍ତାଘାଟ ଆଦି ଭିତ୍ତିଭୂମିର ବିକାଶ ହେବ। କମ୍ୟୁନିଟି କିଚେନ୍‌, ଖେଳପଡ଼ିଆ, ଚିକିତ୍ସା ସୁବିଧା ଆଦି କରାଯିବ। ସ୍ବାବଲମ୍ବୀ ଯେପରି ହୋଇପାରିବେ ସେଥିଲାଗି କର୍ମସଂସ୍ଥାନ ଯୋଗାଇ ଦିଆଯିବ। ଯେଉଁମାନେ ପରିବାର ସହିତ ରହୁଛନ୍ତି ସେମାନଙ୍କ ପିଲାମାନେ ଯେପରି ଖେଳକୁଦ କରିବେ ତାହାର ବ୍ୟବସ୍ଥା ହେବ।
ତେବେ ଯିବରାମ ପଲ୍ଲୀର ବାସ୍ତବ ସ୍ଥିତି କ’ଣ। ସେଠାରେ ଲୋକମାନେ କିପରି ରହୁଛନ୍ତି। କେତେ ଘର ଏବଂ ପରିବାର ରହୁଛନ୍ତି। ଏସବୁର ଅନୁଧ୍ୟାନ ଲାଗି ଜିଲାପାଳ ବଲୱନ୍ତ ସିଂ ଯିବରାମ ପଲ୍ଲୀକୁ ଯାଇ ଲୋକମାନଙ୍କ ସହିତ ବସି ଆଲୋଚନା କରିଥିଲେ। କେମିତି ଚଳୁଛନ୍ତି, ସରକାରୀ ସହାୟତା, ଭତ୍ତା ଆଦି ଠିକ୍‌ ଭାବେ ମିଳୁଛି କି ନାହିଁ ସେ ସବୁ ପଚାରିଥିଲେ । ଅନେକ ବୃଦ୍ଧା ଜିଲାପାଳଙ୍କୁ ଦେଖି ଖୁସି ହୋଇଯାଇଥିଲେ । ଜିଲାପାଳଙ୍କୁ ପାଖରେ ପାଇ ସେମାନେ ତାଙ୍କର ସୁବିଧା ଅସୁବିଧା ବଖାଣିଥିଲେ। ଜିଲାପାଳଙ୍କ ସହ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତ୍ରିନାଥ ପାଢ଼ୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପାଢୀ କହିଛନ୍ତି, ଜୀବରାମ ପଲ୍ଲୀରେ ଲୋକମାନଙ୍କର କ’ଣ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri