ଝରକା ବାଟେ ବାହାରକୁ ଗରମ ପାଣି ଫିଙ୍ଗିଲେ ସହାୟିକା, ଅଙ୍ଗନଓ୍ବାଡି ଶିଶୁ ଗୁରୁତର

ସୋନପୁର/ବୀରମହାରାଜପୁର,୧୪।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଜଟିଆପାଲି ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦ୍ରର ସହାୟିକା ବେଦମତୀ ମହାକୁର ଶିଶୁକନ୍ୟା ପ୍ରୀତିମୟୀ ମହାକୁର(୩)ଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦେବାରୁ ତାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଛି। ପେଟ ଓ ଛାତିରେ ଚମଡା ଉଠି ଯାଇଛି। ପରିବାର ଲୋକେ ଶିଶୁକନ୍ୟାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଳୟରେ ପୋଡା ଘା ଚିକିତ୍ସା ପାଇଁ ସ୍ବତନ୍ତ୍ର କକ୍ଷ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଶଲ୍ୟ ବିଶେଷଜ୍ଞ ଡାକ୍ତର ଦୁର୍ଗାଦତ୍ତ ଦାଶଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ପାଇ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଏବଂ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକନ୍ୟାକୁ ଭେଟିଥିଲେ। ଅତିରିକ୍ତ ଜିଲାପାଳ ଚିକିତ୍ସା ପାଇଁ ରେଡକ୍ରସରୁ ୩୦ ହଜାର ଟଙ୍କା ମଞ୍ଜୁର କରିବା ସହିତ ବୁର୍ଲାରେ ଶିଶୁର ଚିକିତ୍ସା ପାଇଁ ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ ଫୋନରେ କଥା ହୋଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲାପାଳ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସନ୍ଧ୍ୟାରେ ଜଟିଆପାଲିରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର ମମତାମୟୀ ପଧାନ ତାଙ୍କର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ବୀରମହାରାଜପୁର ଉପଜିଲାପାଳ ଓ ଜିଲା ସମାଜମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଥିବା ରିପୋର୍ଟରେ ପ୍ରୀତିମୟୀ ପରିଶ୍ରା ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଅଙ୍ଗନୱାଡି କେନ୍ଦ୍ରର ସହାୟିକା ବେଦମତୀ ଅଣ୍ଡା ଶିଝା ହୋଇ ରହିଥିବା ଗରମ ପାଣିକୁ ରୋଷେଇ ଘର ଝରକା ଦେଇ ଶିଶୁ ଉପରକୁ ପିଙ୍ଗି ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ମାନବିକତା ଦୃଷ୍ଟିରୁ କେନ୍ଦ୍ରର କର୍ମୀ ଓ ସହାୟିକା ଶିଶୁକନ୍ୟାର ଚିକିତ୍ସା ପାଇଁ ଉଦ୍ୟମ କରି ନ ଥିବା ଶିଶୁକନ୍ୟାର ମା ପ୍ରିୟଦର୍ଶନୀ ଓ ବାପା ପଞ୍ଚାନନ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଅସ୍ତେରିଆ କର୍କେଟା କୁହନ୍ତି, ପ୍ରାଥମିକ ତଦନ୍ତରୁ ଉଭୟ ଅଙ୍ଗନୱାଡି କର୍ମୀ ମମତା ମୁନା ଓ ସହାୟିକା ମହାକୁରଙ୍କ ଗୁରୁତର ତୃଟି ଥିବା ପରିଲକ୍ଷିତ ହେଉଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଉଭୟଙ୍କୁ ଚାକିରିରୁ ଅନ୍ତର କରାଯିବ। ଅତିରିକ୍ତ ଜିଲାପାଳ ପଣ୍ଡା କହିଥିଲେ ଆମେ ପ୍ରଥମେ ଶିଶୁର ଚିକିତ୍ସା କଥା ଚିନ୍ତା କରୁଛୁ। ସେ ଶୀଘ୍ର ଭଲ ହୋଇ ଫେରି ଆସୁ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ସିଡିପିଓଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri