ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର ହେବାରେ ଲାଗିଛି। ସ୍ଥାନୀୟ କେରପାଇ, ନାକରୁଣ୍ଡି, ତଲାମପଦର ଏବଂ ସିଲେଟ ପଞ୍ଚାୟତରେ ଖଣି ଖନନ ବିରୋଧୀ ସ୍ବର ଦିନକୁ ଦିନ ସଂଗଠିତ ହେଉଛି। କୌଣସି ବାହାର ରାଜନୈତିକ ଚାପ ବା ପ୍ରଲୋଭନ ଆଗରେ ମୁଣ୍ଡ ନ ନୁଆଁଇ ନିଜ ଭିଟାମାଟିର ସୁରକ୍ଷା ନିଜେ କରିବାକୁ ସ୍ଥାନୀୟ ଜନସାଧାରଣ ସଂକଳ୍ପ କରିଛନ୍ତି। ଗତ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବ୍ଲକ ଅନ୍ତର୍ଗତ ଗୁଣପୁରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ଟି ପଞ୍ଚାୟତର ଶତାଧିକ ଖଣି ପ୍ରଭାବିତ ଆଦିବାସୀ ଓ ବନବାସୀ ଏକଜୁଟ ହୋଇ ଆଗାମୀ ରଣନୀତି ପ୍ରସ୍ତୁତ କରିଛନ୍ତି। “ଦିଲ୍ଲୀ, ଭୁବନେଶ୍ୱର କି ଭବାନୀପାଟଣା ନୁହେଁ, ଆମ ମାଳି ସୁରକ୍ଷା ପାଇଁ ଲଢ଼େଇ ଆମର” ବୋଲି ବୈଠକରେ ଜନଗର୍ଜନ ପ୍ରକାଶ ପାଇଛି। କୌଣସି ବି ପରିସ୍ଥିତିରେ ଜଳ, ଜଙ୍ଗଲ ଓ ଜମିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, କେତେକ ବହୁରାଷ୍ଟ୍ରୀୟ କମ୍ପାନୀ ଓ ସେମାନଙ୍କ ସମର୍ଥକମାନେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ମାସିକ ୧୫ଶହ, ୩ ହଜାର କିମ୍ବା ୫ ହଜାର ଟଙ୍କାର ଭତ୍ତା ବାଣ୍ଟୁଛନ୍ତି। ମାତ୍ର ଏହି ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ସେମାନେ କହିଛନ୍ତି ଯେ ଆଦାନୀ, ବେଦାନ୍ତ କିମ୍ବା ମୈତ୍ରୀ ଭଳି କୌଣସି ବି ବଡ଼ କମ୍ପାନୀ ସ୍ଥାନୀୟ ଆଦିବାସୀଙ୍କୁ ଟଙ୍କା ବଳରେ ଖରିଦ କରିପାରିବେ ନାହିଁ। ପୂର୍ବରୁ କମ୍ପାନୀଠାରୁ ଆର୍ଥିକ ସହାୟତା ନେଇ ନୀରବ ରହୁଥିବା ବ୍ୟକ୍ତିମାନେ ମଧ୍ୟ ନିଜ ବିବେକ ଅନୁସାରେ ଆଗାମୀ ଦିନରେ ଆଉ କୌଣସି ଭତ୍ତା ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସିଜିମାଲି, କୁଟୁମାଲି ଏବଂ ଖଣ୍ଡୁଆଳମାଲି ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପାହାଡ଼ ଅଞ୍ଚଳରେ ପ୍ରସ୍ତାବିତ ଖଣି ଖନନ ଦ୍ୱାରା ବ୍ୟାପକ ପରିବେଶ ପ୍ରଦୂଷଣ, ତୀବ୍ର ଜଳ ସଙ୍କଟ, ଚାଷ ଜମିର କ୍ଷତି, ବନ୍ୟ ସମ୍ପଦ ହ୍ରାସ ଏବଂ ଶେଷରେ ଭିଟାମାଟିରୁ ବିସ୍ଥାପନ ଭଳି ଭୟାବହ ସମସ୍ୟା ସୃଷ୍ଟି ହେବ। ଏହି କୁପ୍ରଭାବ ପ୍ରତି ସ୍ଥାନୀୟ ଲୋକେ ଏବେ ସମ୍ପୂର୍ଣ୍ଣ ସଚେତନ ହୋଇସାରିଥିବାରୁ, ପ୍ରାକୃତିକ ସମ୍ପଦ ରକ୍ଷା ପାଇଁ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ ବୋଲି ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଏହି ‘ମାଳି ସୁରକ୍ଷା ଆନ୍ଦୋଳନ’କୁ ଅଧିକ ସୁସଂଗଠିତ କରିବା ପାଇଁ ପ୍ରତି ଗ୍ରାମ ସ୍ତରରେ ଜନ ସଚେତନତା ଅଭିଯାନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। “ଭତ୍ତା ନୁହେଁ, ସ୍ବାଭିମାନ” ନାରା ସହ ଆଗାମୀ ଦିନରେ ଖଣି ବିରୋଧୀ ସଂଗ୍ରାମ ଆହୁରି ଜୋରଦାର ହେବାର ସ୍ପଷ୍ଟ ସଙ୍କେତ ମିଳିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ ମଦ: ଚଢ଼ାଉ କରି ଧରିଲା ପୋଲିସ

ବଞ୍ଚୋ,୧।୬(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି…

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri