ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ ଓ ଧାର୍ମିକ ସେବା ପାଇଁ ଆମେରିକାସ୍ଥିତ ୟୁନାଇଟେଡ ଟେକ୍ନୋଲୋଜି ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ (Honorary Doctorate) ପ୍ରଦାନ କରାଯାଇଛି । ୨୮ ମେ ୨୦୨୬ ତାରିଖରେ ସିକନ୍ଦରାବାଦରେ ଆୟୋଜିତ ବିଶ୍ୱବିଦ୍ୟାଳୟର 38th Graduation and Convocation Ceremony ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସମାରୋହରେ ବିଧାୟକ ଏନ. ନବୀନ ଯାଦବ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି ସୁଧାରାଣୀଙ୍କୁ ସମ୍ମାନିତ କରିଥିଲେ। ଗୁଣପୁର କଲେଜରୁ +୨ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିବା ସୁଧାରାଣୀ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ସମାଜସେବା, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିଆସୁଛନ୍ତି। ତାଙ୍କର ନିଷ୍ଠାପର ସେବାକୁ ସ୍ୱୀକୃତି ଦେଇ ସାମାଜିକ ସେବା ବିଭାଗରେ ଏହି ଡକ୍ଟରେଟ୍ ପ୍ରଦାନ କରାଯାଇଛି । ସୁଧାରାଣୀଙ୍କର ପ୍ରମୁଖ ସଫଳତା ମଧ୍ୟରେ ୧୦୦୦ ମହିଳାଙ୍କୁ ନେଇ ସହସ୍ର କୋଲାଟା ଆୟୋଜନ, କୋଟି ଦୀପୋତ୍ସବ ପରି ବୃହତ୍ ଧାର୍ମିକ କାର୍ଯ୍ୟକ୍ରମର ସଫଳ ସଂଗଠନ ଉଲ୍ଲେଖନୀୟ। ସେହିପରି କନ୍ୟାକା ପରମେଶ୍ୱରୀ ମନ୍ଦିରରେ ୧୫୦ ଜଣ ମହିଳାଙ୍କ ସହଯୋଗରେ ବିଭିନ୍ନ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜନ କରି ସାଧାରଣ ଲୋକଙ୍କ ସେବାରେ ଅବଦାନ ରଖିଆସୁଛନ୍ତି ।ଏହାପୂର୍ବରୁ ସେ Wonder Book of World Records ପକ୍ଷରୁ ବିଶ୍ୱ ରେକର୍ଡ ସମ୍ମାନ ମଧ୍ୟ ହାସଲ କରିଥିଲେ।
ସମ୍ମାନସୂଚକ ଡକ୍ଟରେଟ୍ ପ୍ରାପ୍ତି ପରେ ସୁଧାରାଣୀ କହିଛନ୍ତି, “ଏହି ସମ୍ମାନ ମୋର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ମୁଁ ଜଣେ ବୈଶ୍ୟ ମହିଳା ଭାବେ ଗର୍ବିତ। ମୋର ସାମାଜିକ ଓ ଧାର୍ମିକ ସେବାକୁ ସ୍ୱୀକୃତି ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଆଗାମୀ ଦିନରେ ଆହୁରି ଅଧିକ ସେବା କରିବା ପାଇଁ ଭଗବାନ ମୋତେ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି ।”ସୁଧାରାଣୀଙ୍କ ଏହି ସଫଳତା ପାଇଁ ଗୁଣପୁର ସମେତ ସମଗ୍ର ରାୟଗଡ଼ା ଜିଲାରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri