Posted inଖେଳ

ଜେହାନ ଦାରୁବାଲାଙ୍କୁ ଉପେକ୍ଷା

ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍‌ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ ଥିବାରୁ ଅନେକେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେହାନ ହେଉଛନ୍ତି ଦେଶର ଭାବୀ ଫର୍ମୁଲା ଓ୍ବାନ ରେସର। ତାଙ୍କ ନାମ ନ ପଠାଇ ଐଶ୍ୱର୍ଯ୍ୟା ପିସେଙ୍କ ନାମ ସୁପାରିସ କରାଯିବା ଉଚିତ୍‌ ହୋଇ ନାହିଁ ବୋଲି ଅନେକେ ମୋଟର ସ୍ପୋଟର୍‌ସ ପ୍ରେମୀ ମତବ୍ୟକ୍ତ କରିଛନ୍ତି। ଫେଡେରେଶନ ଅଫ୍‌ ମୋଟର ସ୍ପୋଟର୍‌ସ କ୍ଲବ ଅଫ୍‌୍‌ ଇଣ୍ଡିଆ (ଏଫ୍‌ଏମ୍‌ଏସ୍‌ସିଆଇ ) ପିସେ, ଅଗ୍ରଣୀ ବାଇକର ସି.ଏସ୍‌. ସନ୍ତୋଷ ଏବଂ ୨୦୧୬ ଏସିଆ ମାକ୍ସ କାର୍ଟିଂ ଚାମ୍ପିୟନ ଶାହାନ ଅଲି ମହସିନ୍‌ଙ୍କ ନାମ ଦେଶର ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ ହୋଇଛି। ୨୧ ବର୍ଷୀୟ ଦାରୁବାଲା ଜଣେ ଇଣ୍ଡିଆନ ରେସ୍‌ରେ ଭାବେ ଏକାଧିକ ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ୩ ଥର ଉପେକ୍ଷା ପରେ ରାଲି ଡ୍ରାଇଭର ଗୌରବ ଗିଲ୍‌ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ଜେହାନ ହେଉଛନ୍ତି ଭାରତୀୟ ମୋଟର ସ୍ପୋଟର୍‌ସ ଅନ୍ୟତମ ଷ୍ଟାର। ସୁପାରିସ ପୂର୍ବରୁ ଜେହାନଙ୍କ ନାମ ଆଲୋଚନା ହୋଇଥିଲା। ଯଦି ନିକଟରେ କୌଣସି ଭାରତୀୟ ଫର୍ମୁଲା ଓ୍ବାନ ରେସ୍‌ରେ ଭାଗନେବାର ସୌଭାଗ୍ୟ ଅର୍ଜନ କରନ୍ତି ସେ ହେଉଛନ୍ତି ଜେହାନ। ଯଦି ସମ୍ଭବ ହୁଏ ତେବେ ନାରାୟଣ କାର୍ତ୍ତିକେୟନ ଓ କରୁଣ ଚାଣ୍ଡୋକଙ୍କ ପରେ ସେ ଭାରତର ତୃତୀୟ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ବିବେଚିତ ହେବେ। ସ୍ବଳ୍ପ ବୟସରେ ଦାରୁବାଲା ଇତିମଧ୍ୟରେ ଅନେକ ସଫଳତା ହାସଲ କରି ସାରିଲେଣି। ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବେ ନ୍ୟୁଜିଲାଣ୍ଡ ଗ୍ରାଁ ପ୍ରି ଟାଇଟଲ ହାସଲ କରିଥିଲେ। ଏଫ୍‌ଆଇଏ ଫର୍ମୁଲା ୩ ୟୁରୋପିଆନ ଚାମ୍ପିୟନଶିପ୍‌ର ଦୁଇଟି ସିଜନ (୨୦୧୭-୨୦୧୮)ରେ ଦୁଇଟି ରେସ୍‌ ଜିତିବା ବ୍ୟତୀତ ୮ଟିରେ ପୋଡିୟମ ଫିନିଶ କରିଥିଲେ। କୋଭିଡ୍‌-୧୯ ଯୋଗୁ ଫର୍ମୁଲା-୨ ସିଜନ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି। ୪ଥର ବିଶ୍ୱ ଚାମ୍ପିୟନ ରେଡ୍‌ ବୁଲ୍‌ ଏହାର ଜୁନିୟର ଡ୍ରାଇଭର ପ୍ରୋଗ୍ରାମ ପାଇଁ ଦାରବାଲାଙ୍କୁ ଅନୁବନ୍ଧିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri