Categories: ଖେଳ

ଜେଭରେଭଙ୍କୁ ଜେନେଭା ଓପନ ଟାଇଟଲ

ଜେନେଭା,୨୬।୫- ଜର୍ମାନୀର ଆଲେକଜାଣ୍ଡର ଜେଭରେଭ ଏଠାରେ ଚାଲିଥିବା ଜେନେଭା ଓପନ ଟାଇଟଲ ଜିତି ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ବର୍ଷା ବାଧାପ୍ରାପ୍ତ ଫାଇନାଲରେ ଚିଲିର ନିକୋଲାସ ଜେରିଙ୍କୁ ୬-୩, ୩-୬, ୭-୬(୮/୬) ସେଟ୍‌ରେ ହରାଇ ଦେଇଛନ୍ତି। ମ୍ୟାଚ୍‌ ଜିତିବା ପାଇଁ ଜେଭରେଭଙ୍କୁ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି କଡ଼ା ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ ବର୍ଷ ଇଟାଲିଆନ ଓପନ ଜିତିବା ପରେ ୨୨ ବର୍ଷୀୟ ଖେଳାଳିଙ୍କ ଏହା ପ୍ରଥମ କ୍ଲେ କୋର୍ଟ ଟାଇଟଲ। ଏଥିସହ ଚଳିତ ବର୍ଷ ପ୍ରଥମ ଟାଇଟଲ ହାସଲ କରିଛନ୍ତି। ରୋଲାଣ୍ଡ ଗାରୋସରେ ୫ମ ସିଡ୍‌ ମାନ୍ୟତା ପାଇଥିବା ଜେଭରେଭ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ଜନ ମିଲମ୍ୟାନଙ୍କୁ ଭେଟିବେ।

Share