ଜୁମ୍‌ ଆପ୍‌କୁ ହାଇକୋର୍ଟଙ୍କ ନା

କଟକ ଅଫିସ,୨୨।୪: ସମ୍ପ୍ରତି ଲକ୍‌ଡାଉନ୍‌ ଜାରିଥିବାରୁ ହାଇକୋର୍ଟରେ ଭିଡିିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି ଚାଲିଛି। ଏଥିପାଇଁ ଗତ ୯ ତାରିଖଠାରୁ ‘ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିିଓ କନ୍‌ଫରେନ୍ସିଂ ସ୍କିମ୍‌-୨୦୨୦’ ଆରମ୍ଭ ହୋଇଛି। ଏହି ସ୍କିମ୍‌ ଅନୁଯାୟୀ ଭିଡିିଓ କଲ୍‌, ବିଶେଷ ଭାବେ ହ୍ବାଟ୍‌ସଆପ୍‌ରେ ଭିଡିଓ କଲ୍‌ କିମ୍ବା ଜୁମ୍‌ ଆପ୍‌ରେ ଭିଡିିଓ କନ୍‌ଫରେନ୍ସିଂ କରାଯାଉଛି। ତେବେ ଜୁମ୍‌ ଆପ୍‌କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିବାରୁ ହାଇକୋର୍ଟରେ ଭିଡିଓ କନ୍‌ଫରେନ୍ସିଂରେ ଏହି ଆପ୍‌ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ଅନେକ ଘରୋଇ ଏବଂ ସରକାରୀ ଅନୁଷ୍ଠାନ ନିଜ କର୍ମଚାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ପାଇଁ ଜୁମ୍‌ ଆପ୍‌କୁ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ଏହି ଆପ୍‌ ବହୁଳ ଭାବେ ଲୋକପ୍ରିୟ ହୋଇପାରିଛି। ତେବେ ଗତ ଗୁରୁବାର ଆପ୍‌କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା। ଆପ୍‌ ବ୍ୟବହାର ଅସୁରକ୍ଷିତ ଏବଂ ଏହାଦ୍ୱାରା ସାଇବର୍‌ ଠକେଇର ସମ୍ଭାବନା ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ବ୍ୟବହାରୀଙ୍କ ଗୋପନୀୟ ତଥ୍ୟ ପ୍ରଘଟ ହେଉଥିବା ଏବଂ ଆଗାମୀ ଦିନରେ ଏହାକୁ ସାଇବର୍‌ ଅପରାଧୀମାନେ ବ୍ୟବହାର କରିପାରନ୍ତି ବୋଲି ମନ୍ତ୍ରଣାଳୟ ସତର୍କ କରାଇଥିଲା। ଏହା ପରେ ହାଇକୋର୍ଟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜୁମ୍‌ ଆପ୍‌ର ବ୍ୟବହାରକୁ ବାରଣ କରାଯାଇଛି। ତେବେ ଆବେଦନକାରୀମାନେ ପୂର୍ବବତ ‘ଭିଡୟୋ’ ଆପ୍‌ କିମ୍ବା ହ୍ବାଟ୍‌ସଆପ୍‌ ଭିଡିିଓ କଲିଂର ବ୍ୟବହାର କରିପାରିବେ। ସେହିଭଳି ହାଇକୋର୍ଟ ପରିସରରେ ଏକ ସ୍ବତନ୍ତ୍ର ଭିଡିିଓ କନଫରେନ୍ସିଂ ହଲ୍‌ କରାଯାଇଛି। ଯେଉଁମାନେ ଚାହିଁବେ, ସେଠାରୁ ଭିଡିିଓ କନ୍‌ଫରେନ୍ସି ମାଧ୍ୟମରେ ଶୁଣାଣିରେ ଭାଗନେଇପାରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri