ଜୁନ୍‌ ୧ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର ଉଡ଼ିବ ବିମାନ

ଭୁବନେଶ୍ୱର,୨୫।୫(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ିବ। ଆସନ୍ତା ଜୁନ୍‌ ୧ରୁ ଏହି ସେବା ଆରମ୍ଭ ହେବ। ଆଲିଏନ୍ସ ଏୟାର ଏହି ସେବା ପ୍ରଦାନ କରିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି। ଆଲିଏନ୍ସ ଏୟାର ତରଫରୁ ଏଟିଆର୍‌-୭୨ ବିମାନ ଚଳାଚଳ କରାଯିବ, ଯେଉଁଥିରେ ୭୨ଜଣ ଯାତ୍ରା କରିପାରିବେ। ସୂଚନାଯୋଗ୍ୟ, ଆଲିଏନ୍ସ ଏୟାର ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାଏରୀ ସଂସ୍ଥା। ଝାରସୁଗୁଡ଼ା-ଭୁବନେଶ୍ୱର ବିମାନର ସମୟସୂଚୀ ବାହାରିଯାଇଛି। ପ୍ରତିଦିନ ସକାଳ ୯ଟା ୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ପୂର୍ବାହ୍ନ ୧୦ଟା ୧୦ରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବ। ସେହିପରି ପୂର୍ବାହ୍ନ ୧୦ଟା ୩୦ରୁ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ୧୧ଟା ୪୦ରେ ଭୁବନେଶ୍ୱରରେ ଅବତରଣ କରିବ। ଝାରସୁଗୁଡ଼ା-ରାୟପୁର ପାଇଁ ଖୁବ୍‌ଶୀଘ୍ର ସମୟସୂଚୀ ବାହାର କରାଯିବ। ଆଗକୁ ଝାରସୁଗୁଡ଼ା-କୋଲକାତା ରୁଟ୍‌ରେ ବିମାନ ଚଳାଚଳ ହେବ ବୋଲି ନିର୍ଦ୍ଦେଶକ ସୁଦେଶ ଚୌହାନ କହିଛନ୍ତି। ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ ଅନ୍ୟ ସହରକୁ ଉଡ଼ୁଥିବା ବିମାନରେ ଗତ ମାର୍ଚ୍ଚ ମାସରେ ୪,୬୯୨ଜଣ ଯାତ୍ରୀ(ପ୍ରତିଦିନ ୧୭୦) ବାହାରକୁ ଯାତ୍ରା କରିଥିବା ବେଳେ ୫,୧୨୦ଜଣ(ପ୍ରତିଦିନ ୧୮୫) ଝାରସୁଗୁଡ଼ା ବିମାନବନ୍ଦରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri