Categories: ରାଜ୍ୟ

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ କରୋନା ଚାଲିଯାଇଛି। ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆଗକୁ ମୌସୁମୀ ବର୍ଷା ଆସିଯିବ। ତେଣୁ ଏହି ମାସରେ ଥଣ୍ଡା ଓ କାଶ ବଢ଼ିବ। ଏଥିପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଆଦି ଜାରି କରାଯାଇଛି। ୧୧ଟି ଜିଲାରେ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ ହେବ। ଏହିପରି ମାସରେ ୮ଦିନ ଶଟ୍‌ଡାଉନ ରହିବ। ରାତି ୭ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗୁ ହୋଇଛି। ତେଣୁ ଜୁନ୍‌ ମାସରେ ପୂରା ୧୭ ଦିନ ଘରେ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ୫ଟି ବିଶେଷ ଅନୁରୋଧ କରିଛନ୍ତି। ତାହା ହେଲା…

୧. ଜରୁରୀ କାମ ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।
୨. ବାହାରକୁ ଗଲେ ମୁହଁରେ ଭଲ ଭାବେ ମାସ୍କ ବ୍ୟବହାର କରନ୍ତୁ।
୩. ଅଫିସ, ଟ୍ରାଫିକ, ବଜାରରେ ସାମାଜିକ ଦୂରତା ବଜାୟ ରଖନ୍ତୁ ।
୪. ଘରକୁ ଫେରିବା ପରେ ୨୦ ସେକଣ୍ଡ ଭଲଭାବେ ହାତ ସଫା କରନ୍ତୁ ।
୫. ବୟସ୍କ, ଛୋଟପିଲା ଓ ଗର୍ଭବତୀ ମହିଳାଙ୍କୁ ବାହାରକୁ ଛାଡନ୍ତୁ ନାହିଁ ।