Categories: ଖେଳ

ଜୁନ୍‌ରେ ହେବ ଚାଇନିଜ୍‌ ସୁପର ଲିଗ୍‌

ସାଂଘାଇ, ୯ା୫ (ଏଏଫ୍‌ପି)- କରୋନା ଭାଇରସ ଯୋଗୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ) ଆସନ୍ତା ମାସରେ ଖେଳାଯିବ। କିନ୍ତୁ ପାଉଲିନୋ ଓ ମାର୍କୋ ଆର୍ନାଟୋଭିଚ୍‌ଙ୍କ ଭଳି ବିଦେଶୀ ଷ୍ଟାର ଖେଳାଳିଙ୍କ ବିନା ଏହା ଅନୁଷ୍ଠିିତ ହେବ। ଜାନୁୟାରୀରେ ମହାମାରୀର ଶିକାର ହେବାରେ ସିଏସ୍‌ଏଲ୍‌ ହେଉଛି ଚାଇନାର ପ୍ରଥମ କ୍ରୀଡ଼ା ଇଭେଣ୍ଟ। ଏହା ଫେବୃୟାରୀ ୨୨ରୁ ଖେଳାଯାଇ ଥାନ୍ତା। ମାତ୍ର ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏହା ଜୁନ୍‌ ଶେଷ ଭାଗରେ ଆରମ୍ଭ ହେବାକୁଯାଉଛି। ଦେଶରେ ସାମୟିକ ବାହ୍ୟ ପ୍ରବେଶ କଟକଣା ଜାରି କରାଯାଇଥିବାରୁ ବହୁ ବିଦେଶୀ କୋଚ୍‌ ଓ ଖେଳାଳି ଅନୁପସ୍ଥିତ ରହିବା ସ୍ବାଭାବିକ ବୋଲି ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ ସଭାପତି ଚେନ୍‌ ଜୁୟୁଆନ୍‌ କହିଛନ୍ତି। ବିଦେଶୀଙ୍କୁ ଅନୁମତି ନ ମିଳିବା ଦ୍ୱାରା ସିଏସ୍‌ଏଲ୍‌ରେ ଫାବିଓ କାନାଭାରୋଙ୍କ ଗତଥରର ଚାମ୍ପିୟନ ଗୁଆଙ୍ଗଝୋଉ ଏଭରଗ୍ରେନେଡ୍‌ ଏବଂ ରନର୍ସଅପ୍‌ ବେଜିଂ ଗୁଓଆନ୍‌ ବିଶେଷ ଭାବେ ପ୍ରଭାବିତ ହେବେ।

Share