Categories: ଖେଳ

ଜୁନିୟର ମହିଳା ହକି: ଆୟର୍ଲାଣ୍ଡଙ୍କୁ ହରାଇଲା ଭାରତ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୮ା୬ (ପି.ଟି.)-ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଏକ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ଲାଲରିଣ୍ଡିକି, ଇଶିକା ଚୌଧାରୀ ଏବଂ ମମ୍‌ତାଜ ଖାଁ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହ ଭାରତର ଆୟର୍ଲାଣ୍ଡ ଟୁର୍‌ ଶେଷ ହୋଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଆୟର୍ଲାଣ୍ଡ ବିପକ୍ଷରେ ୧-୦ ଗୋଲରେ ବିଜୟ ହାସଲ କରି ଭାରତ କ୍ୟାଣ୍ଟର ଫିଜରାଲ୍ଡ ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟାଇଟଲ ହାସଲ କରିଥିଲା।

Share