Categories: ଖେଳ

ଜୁନିୟର କ୍ରିକେଟ ଚାମ୍ପିୟନଶିପ୍:ଯୁବ ଖେଳାଳିଙ୍କୁ ପରାମର୍ଶ ଦେବେ ଆଶୋକ ମାଲହୋତ୍ରା

ନୂଆଦିଲ୍ଲୀ,୫।୫ (ପି.ଟି.): ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ମୁଖ୍ୟ ଆଶୋକ ମାଲହୋତ୍ରା ଏବେ ଏକ ନୂଆ ଦାୟିତ୍ୱ ନେବାକୁ ଯାଉଛନ୍ତି। ଅଶୋକଙ୍କ ସହ ଅନ୍ୟ ୩ଜଣ ଜୁନିୟର କ୍ରିକେଟ ଚାମ୍ପିୟନଶିପ୍‌ (ଜେସିସି)ରେ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦେବେ। ଏକ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ୮ରୁ ୧୮ ବର୍ଷ ବୟସର ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ସେ ପରାମର୍ଶଦାତା ରୂପେ କାର୍ଯ୍ୟ କରିବେ। ମଙ୍ଗଳବାର ଅନ୍‌ଲାଇନ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏକ ସ୍ପୋଟର୍‌ସ କମ୍ପାନୀ ସେଭେନ୩ସ୍ପୋଟର୍‌ସ ଏହାକୁ ଚଳାଉଛି। ଆଶୋକଙ୍କ ସମେତ ଚେତନ ଶର୍ମା, ସୁରିନ୍ଦର ଖାନ୍ନା ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚ୍‌ ଡଃ ସଞ୍ଜୟ ଭରଧ୍ୟ୍ବାଜ ମଧ୍ୟ ମେଣ୍ଟର ନିଯୁକ୍ତ ହୋଇଛନ୍ତି। ମେଣ୍ଟର ଭାବେ କାର୍ଯ୍ୟକରିବା ପାଇଁ ସୁଯୋଗ ମିଳିଥିବାରୁ ଅଶୋକ ଖୁସି ଜାହିର କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଅଶୋକ ଜାତୀୟ ଚୟନକର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନା କରିଛନ୍ତି। ୮ରୁ ୧୮ ବର୍ଷର କ୍ରିକେଟରଙ୍କୁ ନେଇ ଦେଶରେ ୧୦୦ ପ୍ରାଇଭେଟ୍‌ କ୍ଲବ୍‌ ସୃଷ୍ଟି କରିବା ଓ ଭାରତର ୬୬ଟି ସହରରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି।

Share