ଜୁନାଗଡ଼-ଭୁବନେଶ୍ୱରକୁ ସ୍ବତନ୍ତ୍ର ଟ୍ରେନ ଚାଲିଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗ ଯୋଗୁ ବାତିଲ ହେଲା ଉଦ୍‌ଘାଟନୀ କାର୍ଯ୍ୟକ୍ରମ

ଜୁନାଗଡ,୨୪।୮(ଡି.ଏନ.ଏ.) : କଳାହାଣ୍ଡି ଜିଲା ଜୁନାଗଡ ସହରଠାରୁ ଭୁବନେଶ୍ୱରକୁ ଶନିବାର ସ୍ବତନ୍ତ୍ର ଟ୍ରେନ୍‌ ଚାଲିଛି। ଅପରାହ୍ନ ସାଢେ ୪ଟାରେ ଜୁନାଗଡ ରୋଡ-ଭୁବନେଶ୍ୱରକୁ ଏକ୍ସପ୍ରେସ (ନଂ.୧୮୪୩୭-୧୮୪୩୮) ଯାତ୍ରା ଆରମ୍ଭ କରିଥିଲା। ଅପରାହ୍ନ ୩ଟାରେ ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ପାଇଁ ଜୁନାଗଡ ରୋଡ ଷ୍ଟେଶନ ପରିସରରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରଖାଯାଇଥିଲା। ମଧ୍ୟାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗ ଖବର ପରେ ଏହି କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ସ୍ବତନ୍ତ୍ର ଟ୍ରେନ ଜୁନାଗଡରୁ ଭୁବନେଶ୍ୱରକୁ ଯାତ୍ରା କରିବା ସମୟରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମଏସଏମଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର, ଓଡିଶା ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦିପ୍ତ କୁମାର ନାଏକ, କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ବିଡିଓ ଦୁଲାରାମ ମାରାଣ୍ଡି, ମୁକେଶ ଅଗ୍ରୱାଲ, ବିଶ୍ୱନାଥ କର, ରୁପେଶ କୁମାର ଜୈନ, ମହେଶ ସାହୁ, ମନୋଜ କୁମାର ମେହେରଙ୍କ ସହ ରେଳବିଭାଗର କର୍ମଚାରୀମାନେ ଉପସ୍ଥତ ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ ସହ ଯୋଡି ହୋଇ ଟ୍ରେନ୍‌ ଜୁନାଗଡ ଯାଉଥିଲା । ପ୍ରଥମେ ଟ୍ରେନ ରାୟଗଡା ଯିବା ପରେ ସେଠାରୁ ଅଲଗା ହୋଇ ଆଉ ଏକ ଇଞ୍ଜିନ ସହ ଜୁନାଗଡ ଯାତ୍ରା କରୁଥିଲା। ହେଲେ ଯାତ୍ରୀଙ୍କୁ ଏଣିକି ସ୍ବତନ୍ତ୍ର ଟ୍ରେନ ସେବା ମିଳିବ। ଯାହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଟ୍ରେନ ପ୍ରତିଦିନ ଭୁବନେଶ୍ୱରରୁ ରାତି ୧୦.୩୫ ମିନିଟ୍‌ରେ ବାହାରି ପରଦିନ ସାଢେ ୧୧ଟାରେ ଜୁନାଗଡରେ ପହଞ୍ଚତ୍ବ। ସେହିପରି ଜୁନାଗଡ ରୋଡରୁ ଅପରାହ୍ନ ସାଢେ ୪ଟାରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ସାଢେ ୬ଟାରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରେ ପହଞ୍ଚତ୍ବ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ୱ ନେଲେ ନୂଆ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ।…

ଲୋହିତ ସାଗର ଜଳିଗଲେ ବି ‘ଇରାନର କୁମ୍ଭକର୍ଣ୍ଣ’ ଭାରତର କିଛି କ୍ଷତି କରିପାରିବ ନାହିଁ

ତେହରାନ/ନୂଆଦିଲ୍ଲୀ,୨୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପର୍ଯ୍ୟନ୍ତ କେବଳ ହର୍ମୁଜ ପ୍ରଣାଳୀ ଜାହାଜ ଚଳାଚଳ ପାଇଁ ବନ୍ଦ ଥିଲା, କିନ୍ତୁ ଏହି ସଂଘର୍ଷର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାକୁ…

ଭୁବନେଶ୍ୱର,୨୬ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା…

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri