ଜୁନାଗଡରେ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ଜୁନାଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୁନାଗଡ ସହର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୂଳନିବାସୀ ସମତା ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦ ଆବାହକ ତଥା ଯୁବ ଆଇନଜୀବୀ ଚିତ୍ତ ରଞ୍ଜନ ନିଆଲ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ମୂଳନିବାସୀ ସମତା ପରିଷଦ ସଂଯୋଜକ ଅଭିରାମ ମଲ୍ଲିକ, ମୁଖ୍ୟବକ୍ତା ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା, ସମ୍ମାନିତ ଅତିଥି ଡାକ୍ତର ବିବେକାନନ୍ଦ ମହାନନ୍ଦ, ବରିଷ୍ଠ ଆଇନଜୀବୀ ବିଶ୍ୱନାଥ କର, ଦାମୋଦର ବେହେରା, ପ୍ରେମ ବାଗ, ଆଶିଷ ନାଏକ, ନରେନ୍ଦ୍ର କ୍ଷିତୀ, ସୁପ୍ରଶନ ଭୋଇ, ଆନନ୍ଦ ଭୋଇ, ସତ୍ୟ ନାରାୟଣ ବୈଶ୍ୟ ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡା ଉପରେ ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଶହୀଦ ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ସାମ୍ପ୍ରତିକ ସଙ୍କଟଜନକ ପରିସ୍ଥିତିରେ ବିର୍ସାମୁଣ୍ଡାଙ୍କ ଆନ୍ଦୋଳନର ଆବଶ୍ୟକତା ଉପରେ ଏକ ଆଳୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?