ଜୀବନ ନେଇପାରେ ଦେଶୀ, ନକଲି ମଦ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ। ଘାତକ ଭୂତାଣୁ ‘କୋଭିଡ୍‌-୧୯’ କବଳରୁ ରକ୍ଷା ପାଇବା ପାଇଁ ଏଯାଏ ସଫଳ ଔଷଧ ବାହାରି ନାହିଁ। ଏପରିସ୍ଥିତିରେ ଜୀବନମୃତ୍ୟୁର ଦୋଛକିରେ ପଡ଼ିଥିବା ମଣିଷ ଏବେ ନାନା ଗୁଜବ ଓ ଚର୍ଚ୍ଚାକୁ ବିଶ୍ୱାସ କରି କରୋନାଠାରୁ ବଡ଼ ବିପଦର ସାମ୍ନା କରୁଛି। ଏଭଳି ଗୁଜବ ଇରାନରେ ମୃତ୍ୟୁର ବିଭୀଷିକା ରଚିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଇଣ୍ଡଷ୍ଟ୍ରିଆଲ ଆଲ୍‌କୋହଲ ପିଇ ୩ଶହରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ଏଭଳି ଭୟ ମଧ୍ୟ ଉଙ୍କି ମାରୁଛି। ମଦ ଓ ଆଲ୍‌କୋହଲିକ୍‌ ସାମଗ୍ରୀର ଢ଼େର୍‌ ଡିମାଣ୍ଡ୍‌ ପରେ ଧୀରେ ଧୀରେ ଏସବୁ ସାମଗ୍ରୀ ଏବେ ବଜାରରୁ ଉଭାନ ହେବାକୁ ବସିଛି। ଦୋକାନରୁ ଆଉ ବିଦେଶୀ ମଦ ମିଳୁ ନ ଥିବାବେଳେ ଲୋକେ ଏବେ ଦେଶୀ ଓ ନକଲି ମଦ ଆଡକୁ ମୁହଁାଇଛନ୍ତି। ଏହାର ସୁଯୋଗ ନେଇ ରାଜଧାନୀର ବିଭିନ୍ନ ବସ୍ତି, ନିଛାଟିଆ ଅଞ୍ଚଳ ଓ କେତେକ କଲୋନୀରେ ବେଆଇନ ଭାବେ ଦେଶୀ ଓ ନକଲି ମଦ କାରଖାନା ଗଢ଼ି ଉଠିଛି। ପୋଲିସ ଲକ୍‌ଡାଉନ୍‌ରେ ବ୍ୟସ୍ତ ରହୁଥିବାରୁ ମଦ ମାଫିଆମାନେ ସୁରୁଖୁରୁରେ ର଼୍ୟାକେଟ ଚଳାଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ବାହାନାରେ ସହରର ବିଭିନ୍ନ ଅଞ୍ଚଳ ଓ ବାହାରକୁ ମଧ୍ୟ ଚାଲାଣ କରୁଛନ୍ତି। ସହର ଉପକଣ୍ଠରେ ମଧ୍ୟ ନକଲି ଆଲ୍‌କୋହଲ ତିଆରି ହୋଇ ସହରକୁ ଆସୁଥିବା ସୂଚନା ମିଳିଛି। ଏହା ଉପରେ କାହାର ନଜର ନ ଥିବାରୁ ଆଗାମୀ ଦିନରେ ରାଜଧାନୀ ଭୟଙ୍କର ବିପଦର ସାମ୍ନା କରିବ ଓ ନକଲି ମଦ ଜୀବନ ନେଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ରାଜଧାନୀର ବିଭିନ୍ନ ବସ୍ତି ଏବେ ପାଲଟିଛି ନକଲି ମଦର ଆଡ୍ଡାସ୍ଥଳ। ଦେଶୀ ସହ ନାମିଦାମୀ ବ୍ରାଣ୍ଡ୍‌ରେ ଏଠାରେ ନକଲି ମଦ ବିକ୍ରି ହେଉଛି। ମିଳିଥିବା ସୂଚନାନୁସାରେ, ମେଡିସିନ ଦୋକାନରେ ମିଳୁଥବା ଜିଞ୍ଜର ଓ ଅନ୍ୟକେତେକ ନିଶା ଔଷଧ ବ୍ୟବହାର କରି ନକଲି ମଦ ପ୍ରସ୍ତୁତ କରାଯାଉଛି। ସେଥିରେ ଟେଷ୍ଟ୍‌ ପାଇଁ ବିଭିନ୍ନ ଫ୍ଲେବର ଦିଆଯାଉଛି। ଫଳରେ ଏହା କେତେବେଳେ ବି ବିଷାକ୍ତ ହୋଇ ଜୀବନ ନେଇଯାଇପାରେ। ୟୁନିଟ-୬ର ଦୁଇଟି ବସ୍ତି, ଗଙ୍ଗନଗର ବସ୍ତି, ଡୁମୁଡୁମା, ସାଲିଆସାହି, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏକାଧିକ ବସ୍ତିରେ ଏହି ମଦ ତିଆରି ହେଉଛି। ଅଭ୍ୟାସଗତ ମଦ୍ୟପମାନେ ପୋଲିସ ନିକଟରେ ବିଭିନ୍ନ ବାହାନା କରି ସେଠାରେ ପହଞ୍ଚତ୍ ଅସଲ ଭାବି ଚଢ଼ା ଦାମ୍‌ରେ କିଣୁଛନ୍ତି। ନିବ୍‌ ପିଛା ୨୫୦ରୁ ୩୫୦ ଟଙ୍କା ବିକ୍ରି ହେଉଥିବାବେଳେ ୩୮୦ ମିଲିକୁ ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି ହେଉଛି। ୭୫୦ ମିଲିକୁ ୧ହଜାରରୁ ୧୨ଶହ ଟଙ୍କା ନିଆଯାଉଛି। ଏହାଠାରୁ ଦାମୀ ବ୍ରାଣ୍ଡ୍‌ର କ୍ୱାଟ୍‌ ୨ ହଜାରରୁ ୨୨ ଟଙ୍କାରେ ବିକ୍ରି ହେଉଛି। ତେବେ ଏହିସବୁ ମଦ କିନ୍ତୁ ଅସଲି ନ ଥିବା ଅନୁସନ୍ଧାନରୁ ଜଣାପଡିଛି। ଦାମୀ ବ୍ରାଣ୍ଡ୍‌ର ଲେବୁଲ୍‌ ଥିବା ପୁରୁଣା ବୋତଲରେ ନକଲି ମଦ ବିକ୍ରି କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ରାଜ୍ୟ ସରକାର ଓ ରାଜ୍ୟବାସୀ କରୋନା ସହ ଲଢ଼ୁଥିବାବେଳେ ଏପଟେ ନିଶା ମାଫିଆ ରାଜ୍ୟ ରାଜଧାନୀରେ ବିଷାକ୍ତ ମଦ ବିକ୍ରି କରି ଭବିଷ୍ୟତରେ ମଦ ମୃତ୍ୟୁ ବିଭୀଷିକା ଘଟାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri