ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ

ଭବାନୀପାଟଣା,୮।୮(ଡି.ଏନ.ଏ.) ଜିଲା ସ୍ବାସ୍ଥ୍ୟ ସମିତି ଓ ଜିଲା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବନଲତା ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାସ, ଏପିଡେମିଲୋଜିଷ୍ଟ ଡା. ସୁସିଲ କୁମାର ରଥ, ଡା. ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ତନ୍ମୟୀ ବେହେରା, ଆଶା ମେନେଜର ଅକ୍ଷୟ କୁମାର ରଣା, ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଖଗେନ୍ଦ୍ର ମାଝି ପ୍ରମୁଖ ଯୋଗଦେଇ ସ୍ତନ୍ୟପାନର ଉପକାରିତା, ଜନ୍ମହେବା ମାତ୍ରେ ଶିଶୁକୁ ମା’ର କଷ କ୍ଷୀର ନିଶ୍ଚୟ ଖାଇବାକୁ ଦେବା, ଜନ୍ମହେବାଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମାଫର କ୍ଷୀର ଦେବା ସାଙ୍ଗକୁ ମା’ର କ୍ଷୀର କିଭଳି ଶିଶୁ ସହଜରେ ହଜମକରେ, ମା’ଠାରୁ ସିଧା ସଳଖ ଶିଶୁ ପାଖକୁ ଆସୁଥିବାରୁ ଏହା ଜୀବାଣୁ ମୁକ୍ତ, ନିମୋନିଆ ଏବଂ ଡାଇରିଆ ପରି ସଂକ୍ରମଣରୁ ଶିଶୁକୁ ରକ୍ଷା ମିଳିଥାଏ, ଏହା ଶିଶୁକୁ ବୁଦ୍ଧିମାନ କରିଥାଏ, ଶିଶୁକୁ ଆଜ୍‌ମା (ଶ୍ୱାସରୋଗ) ଏବଂ ଆଲେର୍କିରୁ ମଧ୍ୟ ରକ୍ଷା କରିଥାଏ, ମା’ ଏବଂ ଶିଶୁ ମଧ୍ୟରେ ଭାବନାମତ୍କ ସମ୍ପର୍କକୁ ଦୃଢ କରିଥାଏ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମା’ର କ୍ଷୀରର ଉପକାରିତା ଉପରେ ଏକ ସଚେତନତା ଆଲୋଚନାଚକ୍ର, ବକୃତା ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଘୁଙ୍ଗିଯୋର ପୋଲ ଉପରେ ୫ ଫୁଟ ବନ୍ୟାଜଳ: ବୀରମହାରାଜପୁର–ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୨୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଭୂତିଆପାଲି ଏବଂ ଲୁତୁରପଙ୍କ ପଞ୍ଚାୟତର ମେଣ୍ଡିଲିପାଲି ମଧ୍ୟରେ ପ୍ରବାହିତ ଘୁଙ୍ଗିଯୋରରେ ବନ୍ୟାଜଳ…

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ସନ୍ତୋଷ ସତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ବିଭୋର

ଜି.ଉଦୟଗିରି,୨୫।୭(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠି): ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଛି। ତିନି ରଥରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ସୁନା ବେଶ…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିଯୋଗିତାରେ…

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଶନିବାର ଅନୁଷ୍ଠିତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri