ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ: ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ଆରମ୍ଭ ହେବ

ନୂଆପଡା ଅଫିସ,୨୯ା୮:  ଶିଶୁଙ୍କ ସେବା, ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଖୁବଶୀଘ୍ର ଚାଇଲ୍ଡ ଲାଇନ ୧୦୯୮ ସେବା ଆରମ୍ଭ ହେବ ବୋଲି ଜିଲାପାଳ ମଧୁସ୍ମିତା ସାହୁ କହିଛନ୍ତି । ବୁଧବାର ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ଆୟୋଜିତ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକରେ ଜିଲାପାଳ ଏହି ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ମହିଳା ଶିଶୁ ଡେସ୍କର ଏସ.ଜେ. ଆର. ମଣୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବଳଦେବ ରଥ, ଜିଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜିଲାର ବିଭିନ୍ନ ବ୍ଲକରୁ ସ୍ବେଚ୍ଛାସେବୀ ସଙ୍ଗଠନଗୁଡିକରୁ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ସେବା କିପରି ଯୋଗାଇ ଦିଆଯିବ, ଏଥିପାଇଁ କିପରି ପ୍ରସ୍ତୁତି କରିବାକୁ ପଡିବ ସେ ଉପରେ ଜିଲାପାଲ ଗୋଟି ଗୋଟି କରି ବୁଝାଇଥିଲେ। ବୈଠକ ଶେଷରେ ବଳଦେବ ରଥ ଧନ୍ୟବାଦ ଦେଇଥିଲେ ା